କହ୍ନେୟା କୁମାରଙ୍କ କଟିଲା ଟିକେଟ୍‌!

ନୂଆଦିଲ୍ଲୀ,୨୨।୩: ମହାମେଣ୍ଟ ଇଣ୍ଡିଆର ସିଟ୍‌ ବୁଝାମଣାର ଘୋଷଣା ହୋଇନାହିଁ। କିନ୍ତୁ ନିଜ ପକ୍ଷରୁ ସବୁ ଦଳ ପ୍ରାର୍ଥୀ ଘୋଷଣା ଆରମ୍ଭ କରି ଦେଇଛନ୍ତି। ବିହାରରେ ଆରଜେଡି ତା’ର ଚାରି ଜଣ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛି। ଏବେ ବାମ ଦଳ ସିପିଆଇ ମଧ୍ୟ ବିହାରରେ ନିଜ ପ୍ରାର୍ଥୀ ଘୋଣା କରିଛି। ସିପିଆଇ ବିହାରର ଏକ ଆସନରେ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସିପିଆଇ ରାଷ୍ଟ୍ରୀୟ ମହାସଚିବ ଡି ରାଜା ବେଗୁସରାଇ ପାଇଁ ସିପିଆଇ ପ୍ରାର୍ଥୀଙ୍କ ନାମ ଘୋଷଣା […] The post କହ୍ନେୟା କୁମାରଙ୍କ କଟିଲା ଟିକେଟ୍‌! appeared first on Dharitri Odia News.

କହ୍ନେୟା କୁମାରଙ୍କ କଟିଲା ଟିକେଟ୍‌!

ନୂଆଦିଲ୍ଲୀ,୨୨।୩: ମହାମେଣ୍ଟ ଇଣ୍ଡିଆର ସିଟ୍‌ ବୁଝାମଣାର ଘୋଷଣା ହୋଇନାହିଁ। କିନ୍ତୁ ନିଜ ପକ୍ଷରୁ ସବୁ ଦଳ ପ୍ରାର୍ଥୀ ଘୋଷଣା ଆରମ୍ଭ କରି ଦେଇଛନ୍ତି। ବିହାରରେ ଆରଜେଡି ତା’ର ଚାରି ଜଣ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛି। ଏବେ ବାମ ଦଳ ସିପିଆଇ ମଧ୍ୟ ବିହାରରେ ନିଜ ପ୍ରାର୍ଥୀ ଘୋଣା କରିଛି। ସିପିଆଇ ବିହାରର ଏକ ଆସନରେ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।

ସିପିଆଇ ରାଷ୍ଟ୍ରୀୟ ମହାସଚିବ ଡି ରାଜା ବେଗୁସରାଇ ପାଇଁ ସିପିଆଇ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ସିପିଆଇ, ଆୱାଡେଶ କୁମାର ରାୟଙ୍କୁ ବେଗୁସରାଇରୁ ପ୍ରାର୍ଥୀ କରିଛି। ଆୱାଡେଶ, ଭାଜପା ପ୍ରତିଦ୍ୱନ୍ଦୀଙ୍କ ସହ ଲଢେଇ କରିବେ। କହିରଖୁଛୁ ଯେ, ଗତଥର କହ୍ନେୟା କୁମାର ସିପିଆଇରୁ ବେଗୁସରାଇ ଆସନରୁ ଲଢିଥିଲେ । ବର୍ତ୍ତମାନ ସେ କଂଗ୍ରେସରେ ଯୋଗ ଦେଇଛନ୍ତି। ଏଥର ତାଙ୍କୁ ବେଗୁସରାଇରୁ କଂଗ୍ରେସ ଟିକେଟ ଦେବାର ସମ୍ଭାବନା ଥିଲା, କିନ୍ତୁ ସିପିଆଇ ଘୋଷଣା କରିବା ପରେ ଏହି ଆଶା କ୍ଷୀଣ ହୋଇଯାଇଛି।

The post କହ୍ନେୟା କୁମାରଙ୍କ କଟିଲା ଟିକେଟ୍‌! appeared first on Dharitri Odia News.