ଆପଣଙ୍କ ସୂଚନା ପାଇଁ..., ୟୁପିଏ ଅମଳରେ ହୋଇଥିବା ୬ ସର୍ଜିକାଲ୍ ଷ୍ଟ୍ରାଇକ୍‌ର ତାଲିକା ଜାରି କଲା କଂଗ୍ରେସ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ନେଇ ଦେଶରେ ରାଜନୀତି ଜାରି ରହିଛି। ସେନାର ଅପରେସନକୁ ଆଧାର କରି ବିଜେପି ରାଜନୀତି କରୁଥିବା କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ଅଭିଯୋଗ କରିଛନ୍ତି। ଏହା ମଧ୍ୟରେ କଂଗ୍ରେସ ମେ ୨୯ରେ ଦାବି କରିଛି ଯେ, ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନେତୃତ୍ଵାଧୀନ ୟୁପିଏ ସରକାର ଅମଳରେ ଛଅଟି ସର୍ଜିକାଲ୍ ଷ୍ଟ୍ରାଇକ ହୋଇଛି। ଏଥିସହ କଂଗ୍ରେସ ଏକ ତାଲିକା ଜାରି କରିଛି, ଯେଉଁଥିରେ ସର୍ଜିକାଲ୍ ଷ୍ଟ୍ରାଇର ନାଁ ଓ ତାରିଖ ରହିଛି। କଂଗ୍ରେସ ଏହି ତଥ୍ୟ ଏଥିପାଇଁ ଜାରି କରିଛି କାରଣ କଂଗ୍ରେସ ଅମଳରେ ସର୍ଜିକାଲ୍ ଷ୍ଟ୍ରାଇକକୁ ରାଜନୈତିକ ଲାଭ ପାଇଁ କେବେ ବ୍ୟବହାର କରି ନ ଥିଲା। ଅନ୍ୟପଟେ ଶଶି ଥରୁର ଅପରେସନ ସିନ୍ଦୂର ଉପରେ ଏକ ଭାରତୀୟ ପ୍ରତିନିଧିମଣ୍ଡଳର ନେତୃତ୍ଵ କରୁଛନ୍ତି। ପାନାମାରେ ଥରୁର କହିଛନ୍ତି, ପ୍ରଥମ ଥର ଭାରତ ଆତଙ୍କୀ କେନ୍ଦ୍ର ଉପରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରି ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ନିୟନ୍ତ୍ରଣ ରେଖାର ଉଲ୍ଲଂଘନ କରିଛି। ନିଜର ଏହି ବୟାନ ପାଇଁ ସମାଲୋଚନାର ଶିକାର ହୋଇଥିବା ଥରୁର ନିଜ ପାର୍ଟିର ଅନେକ ନେତାଙ୍କୁ ମଧ୍ୟ ପାଲଟା ଜବାବ ଦେଇଛନ୍ତି।  ଏହା ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଅପରେସନ ସିନ୍ଦୂର ପରେ ଅନେକ ଥର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଦାବି କରିଛନ୍ତି ଯେ, ଭାରତର ବିଦେଶ ନୀତି ଧ୍ଵସ୍ତ ହୋଇ ଯାଇଛି। आपकी जानका

ଆପଣଙ୍କ ସୂଚନା ପାଇଁ..., ୟୁପିଏ ଅମଳରେ ହୋଇଥିବା ୬ ସର୍ଜିକାଲ୍ ଷ୍ଟ୍ରାଇକ୍‌ର ତାଲିକା ଜାରି କଲା କଂଗ୍ରେସ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ନେଇ ଦେଶରେ ରାଜନୀତି ଜାରି ରହିଛି। ସେନାର ଅପରେସନକୁ ଆଧାର କରି ବିଜେପି ରାଜନୀତି କରୁଥିବା କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ଅଭିଯୋଗ କରିଛନ୍ତି। ଏହା ମଧ୍ୟରେ କଂଗ୍ରେସ ମେ ୨୯ରେ ଦାବି କରିଛି ଯେ, ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନେତୃତ୍ଵାଧୀନ ୟୁପିଏ ସରକାର ଅମଳରେ ଛଅଟି ସର୍ଜିକାଲ୍ ଷ୍ଟ୍ରାଇକ ହୋଇଛି। ଏଥିସହ କଂଗ୍ରେସ ଏକ ତାଲିକା ଜାରି କରିଛି, ଯେଉଁଥିରେ ସର୍ଜିକାଲ୍ ଷ୍ଟ୍ରାଇର ନାଁ ଓ ତାରିଖ ରହିଛି। 

କଂଗ୍ରେସ ଏହି ତଥ୍ୟ ଏଥିପାଇଁ ଜାରି କରିଛି କାରଣ କଂଗ୍ରେସ ଅମଳରେ ସର୍ଜିକାଲ୍ ଷ୍ଟ୍ରାଇକକୁ ରାଜନୈତିକ ଲାଭ ପାଇଁ କେବେ ବ୍ୟବହାର କରି ନ ଥିଲା। ଅନ୍ୟପଟେ ଶଶି ଥରୁର ଅପରେସନ ସିନ୍ଦୂର ଉପରେ ଏକ ଭାରତୀୟ ପ୍ରତିନିଧିମଣ୍ଡଳର ନେତୃତ୍ଵ କରୁଛନ୍ତି। ପାନାମାରେ ଥରୁର କହିଛନ୍ତି, ପ୍ରଥମ ଥର ଭାରତ ଆତଙ୍କୀ କେନ୍ଦ୍ର ଉପରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରି ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ନିୟନ୍ତ୍ରଣ ରେଖାର ଉଲ୍ଲଂଘନ କରିଛି। 

ନିଜର ଏହି ବୟାନ ପାଇଁ ସମାଲୋଚନାର ଶିକାର ହୋଇଥିବା ଥରୁର ନିଜ ପାର୍ଟିର ଅନେକ ନେତାଙ୍କୁ ମଧ୍ୟ ପାଲଟା ଜବାବ ଦେଇଛନ୍ତି।  ଏହା ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଅପରେସନ ସିନ୍ଦୂର ପରେ ଅନେକ ଥର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଦାବି କରିଛନ୍ତି ଯେ, ଭାରତର ବିଦେଶ ନୀତି ଧ୍ଵସ୍ତ ହୋଇ ଯାଇଛି। 




ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଭାଷଣରେ ଅପରେସନ ସିନ୍ଦୂର ପାଇଁ ସଶସ୍ତ୍ର ବାହିନୀକୁ ପ୍ରଶଂସା କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଭାରତ ପାକିସ୍ତାନ ଉପରେ ଅପରେସନ ସିନ୍ଦୂର ଜାରି ରଖିବ ଏବଂ ଆତଙ୍କବାଦ ଓ ପାକିସ୍ତାନ ମଧ୍ୟରେ କୌଣସି ଫରକ ଦେଖିବ ନାହିଁ। ପ୍ରଧାନମନ୍ତ୍ରୀ ବିରୋଧୀ ଦଳ ଉପରେ ମଧ୍ୟ କଟାକ୍ଷ କରି କହିଛନ୍ତି ଯେ ସଶସ୍ତ୍ର ବାହିନୀ କ୍ୟାମେରାରେ ଅପରେସନ ସିନ୍ଦୂର ରେକର୍ଡ କରିଛି ଯାହା ଦ୍ୱାରା "ଏଥର କେହି ପ୍ରମାଣ ମାଗୁ ନାହାନ୍ତି।" ତାଙ୍କର ମନ୍ତବ୍ୟ ୨୦୧୬ରେ ସର୍ଜିକାଲ୍ ଷ୍ଟ୍ରାଇକ୍ ଏବଂ ୨୦୧୯ରେ ବାଲାକୋଟ ଏୟାରଷ୍ଟ୍ରାଇକ୍ ବିଷୟରେ ବିରୋଧୀଙ୍କ ପ୍ରଶ୍ନକୁ ନେଇ ଇଙ୍ଗିତ ଥିଲା।

କଂଗ୍ରେସର ମୁଖପାତ୍ର ରାଜୀବ ଶୁକ୍ଲା କହିଛନ୍ତି, ୟୁପିଏ ସରକାର ଅମଳରେ ଛଅଟି ସର୍ଜିକାଲ୍ ଷ୍ଟ୍ରାଇକ୍ ହୋଇଥିଲା। ସେଗୁଡ଼ିକ ହେଲା  ପୁଞ୍ଚରେ ଭଟ୍ଟଲ୍ ସେକ୍ଟର (୧୯ ଜୁନ୍ ୨୦୦୮), କେଲରେ ନୀଲମ୍ ନଦୀ ଉପତ୍ୟକା ଦେଇ ଶାରଦା ସେକ୍ଟର (୩୦ ଅଗଷ୍ଟ-୧ ସେପ୍ଟେମ୍ବର ୨୦୧୧), ସାୱନ୍ ପାତ୍ର ଚେକ୍ପୋଷ୍ଟ (୬ ଜାନୁଆରୀ ୨୦୧୩), ନାଜାପିର ସେକ୍ଟର (୨୭-୨୮ ଜୁଲାଇ ୨୦୧୩), ନୀଲମ୍ ଭ୍ୟାଲି (୬ ଅଗଷ୍ଟ ୨୦୧୩), ଏବଂ ୨୩ ଡିସେମ୍ବର ୨୦୧୩। 

ଶୁକ୍ଲା ପୂର୍ବର ବିଜେପି ନେତୃତ୍ୱାଧୀନ ଅଟଳ ବିହାରୀ ବାଜପେୟୀଙ୍କ ଏନଡିଏ ସରକାର ସମୟରେ ହୋଇଥିବା ଦୁଇଟି ସର୍ଜିକାଲ୍ ଷ୍ଟ୍ରାଇକ୍‌ର ମଧ୍ୟ ତାଲିକା ଦେଇଛନ୍ତି। ଏଗୁଡ଼ିକ ହେଲା ନୀଲମ୍ ନଦୀ ପର ନଡାଲା ଏନକ୍ଲେଭ୍ (୨୧ ଜାନୁଆରୀ ୨୦୦୦) ଏବଂ ପୁଞ୍ଚର ବାରୋହ ସେକ୍ଟର (୧୮ ସେପ୍ଟେମ୍ବର ୨୦୦୩)। କଂଗ୍ରେସ କହିଛି ଯେ ମନମୋହନ ସିଂହ ଏବଂ ଅଟଳ ବିହାରୀ ବାଜପେୟୀ ଉଭୟ କେବେ ଷ୍ଟ୍ରାଇକ୍ ବିଷୟରେ କେବେ ଡିଣ୍ଡିମ ପିଟି ନ ଥିଲେ।