ଆଫଗାନିସ୍ତାନର ନୂଆ କୀର୍ତ୍ତିମାନ, ପ୍ରଥମ ଥର ଜିତିଲା ଏମର୍ଜିଂ ଏସିଆ କପ୍ ୨୦୨୪

ନୂଆଦିଲ୍ଲୀ: ଆଫଗାନିସ୍ତାନ ଏସିସି ଏମର୍ଜିଂ ଟିମ ଏସିଆ କପ୍ ୨୦୨୪ରେ ଚାମ୍ପିଅନ ହୋଇଛି। ଫାଇନାଲ୍‌ରେ ଆଫଗାନିସ୍ତାନ ୭ ଓ୍ଵିକେଟ୍‌ରେ ଶ୍ରୀଲଙ୍କାକୁ ହରାଇ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ଏହା ପୂର୍ବରୁ ଆଫଗାନିସ୍ତାନ ସେମି ଫାଇନାଲ୍‌ରେ ଭାରତକୁ ହରାଇ ବଡ଼ ସଫଳତା ହାସଲ କରିଥିଲା। ଆଉ ଏବେ ଶ୍ରୀଲଙ୍କାକୁ  ହରାଇ ଆଫଗାନିସ୍ତାନ ପ୍ରଥମ ଥର ଟାଇଟଲ୍ ଜିତିଛି। ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ୍ ହରାଇ ୧୩୩ ରନ କରିଥିଲା। ଜବାବରେ ଆଫଗାନିସ୍ତାନ ସେଦିକୁଲ୍ଲା ରସୋଲୀଙ୍କ ଅପରାଜିତ ୫୫ ରନ ବଳରେ ୧୮.୧ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ହାସଲ କରିଥିଲା।୧୩୪ ରନର ବିଜୟ ଲକ୍ଷ୍ୟକୁ ପିଛା କରିବା ସମୟରେ ଆଫଗାନିସ୍ତାନକୁ ଖାତା ଖୋଲିବା ପୂର୍ବରୁ ଝଟକା ଲାଗିଥିଲା। ଜୁବେଦ ଅକବରି(୦) ଆଉଟ୍ ହୋଇଥିଲେ। ଏହା ପରେ ସେଦିକୁଲ୍ଲା ଓ ଡାରଓ୍ଵିସ ରସୋଲି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୪୩ ରନ ଯୋଡ଼ି ସ୍ଥିତି ମଜବୁତ କରିଥିଲେ। ପୁଣି ସେଦିକୁଲ୍ଲା ଓ କରିମ ଜନତ ଦ୍ରୁତ ବ୍ୟାଟିଂ କରି ତୃତୀୟ ଓ୍ଵିକେଟ୍ ପାଇଁ ୫୨ ରନ ଯୋଡ଼ି ସ୍କୋରକୁ ୯୫ ରନରେ ପହଞ୍ଚାଇଥିଲେ। ସେଦିକୁଲ୍ଲା ୫୫ ବଲରୁ ୩ ଚୌକା ଓ ୧ ଛକା ସହ ୫୫ ରନରେ ଅପରାଜିତ ଦଳକୁ ଜିତାଇଥିଲେ। ମହମ୍ମଦ ଇସ୍କ ୬ ବଲରୁ ୧୬ ରନ କରିଥିଲେ। ଏହା ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା। ଦଳ ୨୦ ଓଭରରେ ୭ ଓ୍ଵିକେଟ

ଆଫଗାନିସ୍ତାନର ନୂଆ କୀର୍ତ୍ତିମାନ, ପ୍ରଥମ ଥର ଜିତିଲା ଏମର୍ଜିଂ ଏସିଆ କପ୍ ୨୦୨୪

ନୂଆଦିଲ୍ଲୀ: ଆଫଗାନିସ୍ତାନ ଏସିସି ଏମର୍ଜିଂ ଟିମ ଏସିଆ କପ୍ ୨୦୨୪ରେ ଚାମ୍ପିଅନ ହୋଇଛି। ଫାଇନାଲ୍‌ରେ ଆଫଗାନିସ୍ତାନ ୭ ଓ୍ଵିକେଟ୍‌ରେ ଶ୍ରୀଲଙ୍କାକୁ ହରାଇ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ଏହା ପୂର୍ବରୁ ଆଫଗାନିସ୍ତାନ ସେମି ଫାଇନାଲ୍‌ରେ ଭାରତକୁ ହରାଇ ବଡ଼ ସଫଳତା ହାସଲ କରିଥିଲା। ଆଉ ଏବେ ଶ୍ରୀଲଙ୍କାକୁ  ହରାଇ ଆଫଗାନିସ୍ତାନ ପ୍ରଥମ ଥର ଟାଇଟଲ୍ ଜିତିଛି। ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ୍ ହରାଇ ୧୩୩ ରନ କରିଥିଲା। ଜବାବରେ ଆଫଗାନିସ୍ତାନ ସେଦିକୁଲ୍ଲା ରସୋଲୀଙ୍କ ଅପରାଜିତ ୫୫ ରନ ବଳରେ ୧୮.୧ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ହାସଲ କରିଥିଲା।

୧୩୪ ରନର ବିଜୟ ଲକ୍ଷ୍ୟକୁ ପିଛା କରିବା ସମୟରେ ଆଫଗାନିସ୍ତାନକୁ ଖାତା ଖୋଲିବା ପୂର୍ବରୁ ଝଟକା ଲାଗିଥିଲା। ଜୁବେଦ ଅକବରି(୦) ଆଉଟ୍ ହୋଇଥିଲେ। ଏହା ପରେ ସେଦିକୁଲ୍ଲା ଓ ଡାରଓ୍ଵିସ ରସୋଲି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୪୩ ରନ ଯୋଡ଼ି ସ୍ଥିତି ମଜବୁତ କରିଥିଲେ। ପୁଣି ସେଦିକୁଲ୍ଲା ଓ କରିମ ଜନତ ଦ୍ରୁତ ବ୍ୟାଟିଂ କରି ତୃତୀୟ ଓ୍ଵିକେଟ୍ ପାଇଁ ୫୨ ରନ ଯୋଡ଼ି ସ୍କୋରକୁ ୯୫ ରନରେ ପହଞ୍ଚାଇଥିଲେ। ସେଦିକୁଲ୍ଲା ୫୫ ବଲରୁ ୩ ଚୌକା ଓ ୧ ଛକା ସହ ୫୫ ରନରେ ଅପରାଜିତ ଦଳକୁ ଜିତାଇଥିଲେ। ମହମ୍ମଦ ଇସ୍କ ୬ ବଲରୁ ୧୬ ରନ କରିଥିଲେ। 

ଏହା ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା। ଦଳ ୨୦ ଓଭରରେ ୭ ଓ୍ଵିକେଟ୍ ହରାଇ ୧୩୩ ରନ କରିଥିଲା। ଦଳ ପକ୍ଷରୁ ସାହାନ ଆରାସିଙ୍ଘେ ବିସ୍ଫୋରକ ବ୍ୟାଟିଂ କରି ୪୭ ବଲ୍‌ରୁ ୬ ଚୌକା ଜରିଆରେ ୬୪ ରନର ଦମଦାର ଇନିଂସ ଖେଳିଥିଲେନି।ନିମେଶ ବିମୁଖୀ ୧୯ ବଲରୁ ୨୩ ରନର ଯୋଗଦାନ ଦେଇଥିଲେ। ପବନ ରତ୍ନାୟାକେ ୨୦ ରନ କରିଥିଲେ। ଏହା ବାଦ ଅନ୍ୟ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଫଳରେ ଶ୍ରୀଲଙ୍କା ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା। ଆଫଗାନିସ୍ତାନ ପକ୍ଷରୁ ବିଲାଲ ଶାମି ୪ ଓଭରରେ କେବଳ ୨୨ ରନ ଦେଇ ୩ଟି ସଫଳତା ହାସଲ କରିଥିଲେ। ଆଲ୍ଲା ଘଜନଫର ୧୪ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ।