ଆଫଗାନିସ୍ତାନରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲ୍ରେ ତୀବ୍ରତା ୩.୯ ରେକର୍ଡ
ନୂଆଦିଲ୍ଲୀ ୦୨।୦୭; ଆଫଗାନିସ୍ତାନ ପୁଣି ଥରେ ଭୂମିକମ୍ପରେ ଥରି ଉଠିଛି । ବୁଧବାର ସକାଳେ ୩.୯ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଏଥିରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ। ଏହା ପୂର୍ବରୁ ଆଫଗାନିସ୍ତାନରେ ଅନେକ ଥର ଭୂମିକମ୍ପ ହୋଇଛି। ଦେଶର କିଛି ଅଞ୍ଚଳ ଅଛି, ଯାହା ଭୂମିକମ୍ପ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ। ସୋମବାର ଆଫଗାନିସ୍ତାନରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିପୋର୍ଟ ଅନୁଯାୟୀ, ଏହାର ତୀବ୍ରତା ୪.୭ ରେକର୍ଡ କରାଯାଇଥିଲା। ଆଫଗାନିସ୍ତାନ ସହିତ ପାକିସ୍ତାନ ଏବଂ ତାଜିକିସ୍ତାନର କିଛି ଅଂଶ ମଧ୍ୟ ପ୍ରଭାବିତ ହୋଇଥିଲା। ହେଲେ ଏପର୍ଯ୍ୟନ୍ତ କୌଣସି କ୍ଷତିର ରିପୋର୍ଟ ମିଳିନାହିଁ।ସୋମବାର ନେପାଳରେ ଭୂମିକମ୍ପର ଶକ୍ତିଶାଳୀ ଝଟକା ଅନୁଭୂତ ହୋଇଥିଲା। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୯ ଥିଲା। ହଠାତ୍ ଭୂମିକମ୍ପ ଯୋଗୁଁ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ଅନୁଯାୟୀ, ୩୦ ଜୁନ୍ ୨୦୨୫ ରେ ସକାଳ ୮.୨୪ (ଭାରତୀୟ ସମୟ) ରେ ନେପାଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩,୯ ଥିଲା। ଏହାର କେନ୍ଦ୍ରସ୍ଥଳ ଭୂମି ଠାରୁ ୧୪ କିଲୋମିଟର ଗଭୀରତାରେ ୨୯.୨୪ ଉତ୍ତର ଅକ୍ଷାଂଶ ଏବଂ ୮୧.୭୭ ପୂର୍ବ ଦ୍ରାଘିମାରେ ଥିଲା।
ନୂଆଦିଲ୍ଲୀ ୦୨।୦୭; ଆଫଗାନିସ୍ତାନ ପୁଣି ଥରେ ଭୂମିକମ୍ପରେ ଥରି ଉଠିଛି । ବୁଧବାର ସକାଳେ ୩.୯ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଏଥିରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ। ଏହା ପୂର୍ବରୁ ଆଫଗାନିସ୍ତାନରେ ଅନେକ ଥର ଭୂମିକମ୍ପ ହୋଇଛି। ଦେଶର କିଛି ଅଞ୍ଚଳ ଅଛି, ଯାହା ଭୂମିକମ୍ପ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ।
ସୋମବାର ଆଫଗାନିସ୍ତାନରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିପୋର୍ଟ ଅନୁଯାୟୀ, ଏହାର ତୀବ୍ରତା ୪.୭ ରେକର୍ଡ କରାଯାଇଥିଲା। ଆଫଗାନିସ୍ତାନ ସହିତ ପାକିସ୍ତାନ ଏବଂ ତାଜିକିସ୍ତାନର କିଛି ଅଂଶ ମଧ୍ୟ ପ୍ରଭାବିତ ହୋଇଥିଲା। ହେଲେ ଏପର୍ଯ୍ୟନ୍ତ କୌଣସି କ୍ଷତିର ରିପୋର୍ଟ ମିଳିନାହିଁ।
ସୋମବାର ନେପାଳରେ ଭୂମିକମ୍ପର ଶକ୍ତିଶାଳୀ ଝଟକା ଅନୁଭୂତ ହୋଇଥିଲା। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୯ ଥିଲା। ହଠାତ୍ ଭୂମିକମ୍ପ ଯୋଗୁଁ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ଅନୁଯାୟୀ, ୩୦ ଜୁନ୍ ୨୦୨୫ ରେ ସକାଳ ୮.୨୪ (ଭାରତୀୟ ସମୟ) ରେ ନେପାଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩,୯ ଥିଲା। ଏହାର କେନ୍ଦ୍ରସ୍ଥଳ ଭୂମି ଠାରୁ ୧୪ କିଲୋମିଟର ଗଭୀରତାରେ ୨୯.୨୪ ଉତ୍ତର ଅକ୍ଷାଂଶ ଏବଂ ୮୧.୭୭ ପୂର୍ବ ଦ୍ରାଘିମାରେ ଥିଲା।