ଡିଭାଇଡର ନିର୍ମାଣ, ଭଙ୍ଗାରେ ଅଯଥା ଖର୍ଚ୍ଚ
ଯାଜପୁର,୪୩(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ବ୍ୟାସନଗର ପୌର ପରିଷଦର ଦଳାଛକ ନିକଟରୁ ୨୦ ନମ୍ବର ଏନ୍ଏଚ୍(ଜାତୀୟ ରାଜପଥ)ରେ ମିଶୁଥିବା ବେଣାପୁର ଛକ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟରେ ଅଯଥା ଖର୍ଚ୍ଚ ହୋଇଛି। ପ୍ରଥମେ ଡିଭାଇଡର ନିର୍ମାଣ କରି ପରେ ଭାଙ୍ଗିବା ପ୍ରକ୍ରିୟାରେ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ପାଣିକୋଇଲି ଆର୍ ଆଣ୍ଡ ବି(ପୂର୍ତ୍ତ) ଡିଭିଜନ ପକ୍ଷରୁ ମଞ୍ଜୁର ହୋଇଥିବା ଉକ୍ତ ଅର୍ଥର କିଏ ଭରଣା କରିବ ଏବେ ସେ ନେଇ ସାଧାରଣରେ ଆଲୋଚନା ହୋଇଛି। […] The post ଡିଭାଇଡର ନିର୍ମାଣ, ଭଙ୍ଗାରେ ଅଯଥା ଖର୍ଚ୍ଚ appeared first on Dharitri Odia News.
ଯାଜପୁର,୪୩(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ବ୍ୟାସନଗର ପୌର ପରିଷଦର ଦଳାଛକ ନିକଟରୁ ୨୦ ନମ୍ବର ଏନ୍ଏଚ୍(ଜାତୀୟ ରାଜପଥ)ରେ ମିଶୁଥିବା ବେଣାପୁର ଛକ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟରେ ଅଯଥା ଖର୍ଚ୍ଚ ହୋଇଛି। ପ୍ରଥମେ ଡିଭାଇଡର ନିର୍ମାଣ କରି ପରେ ଭାଙ୍ଗିବା ପ୍ରକ୍ରିୟାରେ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ପାଣିକୋଇଲି ଆର୍ ଆଣ୍ଡ ବି(ପୂର୍ତ୍ତ) ଡିଭିଜନ ପକ୍ଷରୁ ମଞ୍ଜୁର ହୋଇଥିବା ଉକ୍ତ ଅର୍ଥର କିଏ ଭରଣା କରିବ ଏବେ ସେ ନେଇ ସାଧାରଣରେ ଆଲୋଚନା ହୋଇଛି। ବିଭାଗୀୟ ଯନ୍ତ୍ରୀମାନଙ୍କ ଅଦୂରଦର୍ଶିତା ଏବଂ ଖାମଖିଆଲି ନିର୍ମାଣ କାର୍ଯ୍ୟ ଯୋଗୁ ବିପୁଳ ସରକାରୀ ଅର୍ଥ ଅଯଥାରେ ଖର୍ଚ୍ଚ ହେଉଥିବା ମତପ୍ରକାଶ ପାଇଛି।
ପ୍ରାୟ ୨ ବର୍ଷ ତଳେ ବ୍ୟାସନଗର ପୌର ପରିଷଦର ଦଳା ଛକଠାରୁ ବେଣାପୁର ଛକ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତୀକରଣ କାର୍ଯ୍ୟ ହୋଇଥିଲା। କିନ୍ତୁ ଜବରଦଖଲ ଉଚ୍ଛେଦରେ ପାତରଅନ୍ତର ନୀତି ଯୋଗୁ ରାସ୍ତାର ଓସାର ପରିମାଣ ସବୁଠି ସମାନ ହୋଇ ନ ଥିଲା। କିଛି ଜାଗାରେ ରାସ୍ତା ସଙ୍କୁଚିତ ଭାବେ ନିର୍ମାଣ କରାଗଲା। ଏପରିକି ଉକ୍ତ ରାସ୍ତାରେ ଟ୍ରାଫିକ ସମସ୍ୟା ଦୂର କରିବାକୁ ୨ ଥାକିଆ ରାସ୍ତା ପାଇଁ ମଝିରେ ଡିଭାଇଡର ନିର୍ମାଣ ହେଲା। ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଲା। କିନ୍ତୁ ଯନ୍ତ୍ରୀ ଏବଂ ଏଷ୍ଟିମେଟ ମଞ୍ଜୁର କରିଥିବା ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବ ଯୋଗୁ ଏହା ସଫଳ ହୋଇପାରି ନ ଥିଲା। ଅଣଓସାରିଆ ରାସ୍ତାରେ ଡିଭାଇଡରରେ ପିଟିହୋଇ ଏକାଧିକ ଦୁର୍ଘଟଣା ଘଟିଲା। ତେଣୁ ଡିଭାଇଡର ହଟାଇବାକୁ ସହରବାସୀଙ୍କ ପକ୍ଷରୁ ଦାବି ଜୋର ଧରିଲା। ଶେଷରେ ପୂର୍ତ୍ତ ବିଭାଗ ପକ୍ଷରୁ ନିକଟରେ ଉକ୍ତ ଡିଭାଇଡରକୁ ଭାଙ୍ଗି ସେଥିରେ କଂକ୍ରିଟକରଣ କରାଯାଇଛି। ଏହି ପ୍ରକ୍ରିୟା ପାଇଁ ମଧ୍ୟ ଅଯଥାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ବଢ଼ିଲା। ତେଣୁ ପୂର୍ତ୍ତ ବିଭାଗ ଅଧିକାରୀ ଓ ଯନ୍ତ୍ରୀଙ୍କ ଏପରି କାର୍ଯ୍ୟଦକ୍ଷତା ଉପରେ ସାଧାରଣରେ ସଂଶୟ ସୃଷ୍ଟି କରିଛି। ସରକାରଙ୍କ ଉପରୋକ୍ତ ଲକ୍ଷାଧିକ ଟଙ୍କା ଅଯଥାରେ ଖର୍ଚ୍ଚ ପାଇଁ କିଏ ଉତ୍ତରଦାୟୀ ରହିବ ବୋଲି ଏବେ ଲୋକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସଂକ୍ରାନ୍ତରେ ପାଣିକୋଇଲି ଏସ୍ଡିଓ ଦିଲୀପ କୁମାର ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଦୁର୍ଘଟଣା ଘଟିବାରୁ ଡିଭାଇଡର ଭଙ୍ଗାଗଲା। ଯେତେବେଳେ ରାସ୍ତା ନିର୍ମାଣ ହୋଇଥିଲା ସେତେବେଳେ ସେ ଏଠାରେ ନ ଥିଲେ।
The post ଡିଭାଇଡର ନିର୍ମାଣ, ଭଙ୍ଗାରେ ଅଯଥା ଖର୍ଚ୍ଚ appeared first on Dharitri Odia News.