ଆବାସ ଆବଣ୍ଟନରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ୪ ପ୍ରତିଶତ ସଂରକ୍ଷଣ, ମନ୍ତ୍ରଣାଳୟର ଐତିହାସିକ ନିଷ୍ପତ୍ତି
ନୂଆଦିଲ୍ଲୀ: ସମାବେଶୀ ଶାସନ ଦିଗରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ଏକ ଐତିହାସିକ ପଦକ୍ଷେପ ନେଇଛି । ମନ୍ତ୍ରଣାଳୟ ଘୋଷଣା କରିଛି ଯେ କେନ୍ଦ୍ର ସରକାରଙ୍କ ଆବାସ ଆବଣ୍ଟନରେ ଦିବ୍ୟାଙ୍ଗଙ୍କ ପାଇଁ ୪ ପ୍ରତିଶତ ସଂରକ୍ଷଣ ଦିଆଯିବ । ଏହା ସାର୍ବାଜନୀନ ସେବାର ସମାନତା, ସମ୍ମାନ ଓ ସୁଲଭତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।ଦିବ୍ୟାଙ୍ଗ ବ୍ୟାକ୍ତିଙ୍କ ଅଧିକାର (RPwD) ଅଧିନିୟମ, ୨୦୧୬ ଅନୁସାରେ, ଇଷ୍ଟେଟ୍ ଡାଇରେକ୍ଟରେଟ୍ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଆବସ ସୁନିଶ୍ଚିତ କରିବା ପାଇଁ ଏକ ଅଫିସ୍ ମେମୋରାଣ୍ଡମ୍ ଜାରି କରିଛି । ଏହି ଉଦ୍ୟମ କେବଳ ପ୍ରତ୍ୟେକ ନାଗରିକଙ୍କ ସଶକ୍ତିକରଣ ପାଇଁ ସରକାରଙ୍କ ସମର୍ପଣକୁ କେବଳ ଦର୍ଶାଉନି, ବରଂ ଏକ ସମାବେଶୀ ଓ ସୁଲଭ ଭାରତର ମୂଳଦୂଆ ମଜଭୁତ ହେବ ।A reservation of 4% in the allotment of central government housing will be provided to persons with disabilities.This initiative reflects the government’s dedication to the empowerment of every citizen and also strengthens the foundation of an inclusive and accessible India:… pic.twitter.com/mF5cZKQqqV— ANI (@ANI) May 22, 2025ଉଲ୍ଲେଖଯୋଗ୍ୟ ଯେ ସମସ୍ତଙ୍କୁ ପକ୍କା ଘର ସୁବିଧା ପ୍ରଦାନ କରିବା ଲକ୍ଷ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ୨୦୧୫ ଜୁ
ନୂଆଦିଲ୍ଲୀ: ସମାବେଶୀ ଶାସନ ଦିଗରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ଏକ ଐତିହାସିକ ପଦକ୍ଷେପ ନେଇଛି । ମନ୍ତ୍ରଣାଳୟ ଘୋଷଣା କରିଛି ଯେ କେନ୍ଦ୍ର ସରକାରଙ୍କ ଆବାସ ଆବଣ୍ଟନରେ ଦିବ୍ୟାଙ୍ଗଙ୍କ ପାଇଁ ୪ ପ୍ରତିଶତ ସଂରକ୍ଷଣ ଦିଆଯିବ । ଏହା ସାର୍ବାଜନୀନ ସେବାର ସମାନତା, ସମ୍ମାନ ଓ ସୁଲଭତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।
ଦିବ୍ୟାଙ୍ଗ ବ୍ୟାକ୍ତିଙ୍କ ଅଧିକାର (RPwD) ଅଧିନିୟମ, ୨୦୧୬ ଅନୁସାରେ, ଇଷ୍ଟେଟ୍ ଡାଇରେକ୍ଟରେଟ୍ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଆବସ ସୁନିଶ୍ଚିତ କରିବା ପାଇଁ ଏକ ଅଫିସ୍ ମେମୋରାଣ୍ଡମ୍ ଜାରି କରିଛି । ଏହି ଉଦ୍ୟମ କେବଳ ପ୍ରତ୍ୟେକ ନାଗରିକଙ୍କ ସଶକ୍ତିକରଣ ପାଇଁ ସରକାରଙ୍କ ସମର୍ପଣକୁ କେବଳ ଦର୍ଶାଉନି, ବରଂ ଏକ ସମାବେଶୀ ଓ ସୁଲଭ ଭାରତର ମୂଳଦୂଆ ମଜଭୁତ ହେବ ।
A reservation of 4% in the allotment of central government housing will be provided to persons with disabilities.
This initiative reflects the government’s dedication to the empowerment of every citizen and also strengthens the foundation of an inclusive and accessible India:… pic.twitter.com/mF5cZKQqqV— ANI (@ANI) May 22, 2025
ଉଲ୍ଲେଖଯୋଗ୍ୟ ଯେ ସମସ୍ତଙ୍କୁ ପକ୍କା ଘର ସୁବିଧା ପ୍ରଦାନ କରିବା ଲକ୍ଷ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ୨୦୧୫ ଜୁନ୍ ୨୫ରେ ପିଏମଏୱାଇ-ୟୁ ଆରମ୍ଭ କରିଥିଲା । ଏହି ମିଶନ ପ୍ରଥମେ ୨୦୨୨ ଡିସେମ୍ୱର ୩୧ ଯାଏ କାର୍ଯ୍ୟକାରୀ ହୋଇଥିଲା । ପରେ ଏହାକୁ ବଢାଇ ୨୦୨୫ ଡିସେମ୍ୱର ୩୧ କରାଯାଇଛି ।
ଏହି ମିଶନ ଅଧୀନରେ, ମନ୍ତ୍ରଣାଳୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସହରାଞ୍ଚଳର ବସ୍ତି ବାସିନ୍ଦା ଏବଂ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗ (EWS), ନିମ୍ନ ଆୟ ଗୋଷ୍ଠୀ (LIG) ଏବଂ ମଧ୍ୟମ ଆୟ ଗୋଷ୍ଠୀ (MIG) ବର୍ଗର ଅନ୍ୟାନ୍ୟ ଲୋକଙ୍କ ବାସସ୍ଥାନ ଆବଶ୍ୟକତା ପୂରଣ କରିବା ପାଇଁ କେନ୍ଦ୍ରୀୟ ସହାୟତା ପ୍ରଦାନ କରୁଛି ।