ଆମ ପ୍ରତିଭା:ବାମଣ୍ଡା କୁସୁମକୁ ନେଇ ସାରା ଓଡିଶାରେ ଚର୍ଚା,ଏହା ଦେବ ଓଡିଶାକୁ ନୂତନ ପରିଚୟ

ସମ୍ବଲପୁର(ଡା.ରାଜାରାମ ଷଡଙ୍ଗୀ):ଦୃଢ଼ ଇଚ୍ଛାଶକ୍ତି ଯେ ଦିନେ ସଫଳତା ଆଣିଦିଏ ଏହା ପ୍ରମାଣିତ କରି ଦେଖାଇଛନ୍ତି ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଡିମ୍ବିରିମୁଣ୍ଡା ଗ୍ରାମର ୭୨ ବର୍ଷୀୟ ବୃଦ୍ଧା କୁସୁମ ମହାକୁଡ । ବାଉଁଶ ଓ ତାଳ,ଖଜୁରୀ ପତ୍ରରେ ତିଆରି ହେଉଥିବା ମଣିଣା,ବିଛଣା,ଡଲା,ଚାଙ୍ଗୁଡି ଓ ବିଭିନ୍ନ ଖେଳଣାର ପିଲାଦିନକୁ ମନେ ପକାଇ କିଛି କରି ଦେଖାଇବାର ଅଭିପ୍ସା ଆଜି ସମାଜ ଆଗରେ ଛିଡା କରାଇଛି । ଦେଇଛି ହସ୍ତକଳାର ପରିଚୟ। ଆଣିଛି ସ୍ୱତନ୍ତ୍ର ପରିଚୟ। ସଭା, ସମିତି କୁହ […] The post ଆମ ପ୍ରତିଭା:ବାମଣ୍ଡା କୁସୁମକୁ ନେଇ ସାରା ଓଡିଶାରେ ଚର୍ଚା,ଏହା ଦେବ ଓଡିଶାକୁ ନୂତନ ପରିଚୟ appeared first on Odisha.News.

ଆମ ପ୍ରତିଭା:ବାମଣ୍ଡା କୁସୁମକୁ ନେଇ ସାରା ଓଡିଶାରେ ଚର୍ଚା,ଏହା ଦେବ ଓଡିଶାକୁ ନୂତନ ପରିଚୟ

ସମ୍ବଲପୁର(ଡା.ରାଜାରାମ ଷଡଙ୍ଗୀ):ଦୃଢ଼ ଇଚ୍ଛାଶକ୍ତି ଯେ ଦିନେ ସଫଳତା ଆଣିଦିଏ ଏହା ପ୍ରମାଣିତ କରି ଦେଖାଇଛନ୍ତି ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଡିମ୍ବିରିମୁଣ୍ଡା ଗ୍ରାମର ୭୨ ବର୍ଷୀୟ ବୃଦ୍ଧା କୁସୁମ ମହାକୁଡ । ବାଉଁଶ ଓ ତାଳ,ଖଜୁରୀ ପତ୍ରରେ ତିଆରି ହେଉଥିବା ମଣିଣା,ବିଛଣା,ଡଲା,ଚାଙ୍ଗୁଡି ଓ ବିଭିନ୍ନ ଖେଳଣାର ପିଲାଦିନକୁ ମନେ ପକାଇ କିଛି କରି ଦେଖାଇବାର ଅଭିପ୍ସା ଆଜି ସମାଜ ଆଗରେ ଛିଡା କରାଇଛି । ଦେଇଛି ହସ୍ତକଳାର ପରିଚୟ। ଆଣିଛି ସ୍ୱତନ୍ତ୍ର ପରିଚୟ। ସଭା, ସମିତି କୁହ ଅବା ମହୋତ୍ସବ ସବୁଠି ଆଜି କୁସୁମଙ୍କ ଚାହିଦା। ଏବେ ଖଜୁରୀ ପତ୍ରରେ ସୁନ୍ଦର ସୁନ୍ଦର ବିଭିନ୍ନ ପ୍ରକାରର ପୁଷ୍ପଗୁଚ୍ଛ ତିଆରି କରି ଅଂଚଳକୁ ଦେଇଛନ୍ତି ନୂତନ ପରିଚୟ। ଯାହାଦ୍ୱାରା ଏବେ ବିଭିନ୍ନ Pending ହୋଇଛନ୍ତି ପ୍ରଶଂସିତ। ଆଉ ଏଥିପାଇଁ ମଳୟ ବେହେରା ଓ ମିତା ବେହେରାଙ୍କ ଅବଦାନ ମଧ୍ୟ କିଛି ନୁହେଁ ।କୁସୁମଙ୍କ ଏହି ହସ୍ତକଳାକୁ ଲୋକପ୍ରିୟ କରାଇବା ସହିତ ବଜାର ଚାହିଦା ବଢାଇ ସେମାନଙ୍କ ଇଚ୍ଛାଶକ୍ତିକୁ ବୃଦ୍ଧି କରାଇବା ଦିଗରେ ମଳୟ ଓ ମିତା ଉଭୟ ସ୍ୱାମୀ ସ୍ତ୍ରୀ ଏ କାର୍ଯ୍ୟାଳୟରୁ ସେ କାର୍ଯ୍ୟାଳୟ ବିଭିନ୍ନ ସଂଗଠକ ଏପରିକି ବିଭିନ୍ନ ଅଧିକାରୀଙ୍କ ନିକଟରେ ପହଞ୍ଚାଇ ଖଜୁରୀପତ୍ରର ଏହି ହସ୍ତକଳାକୁ ଆଦୃତ କରାଇବାରେ ସେମାନଙ୍କ ନିଷ୍ଟା ଓ ଉଦ୍ୟମହିଁ ଏହି ସଫଳତାର କାରଣ ହୋଇଛି।ବାମଣ୍ଡା କୁସୁମ ନାମରେ ଲୋକପ୍ରିୟ ଖଜୁରୀ ପତ୍ରର ବ୍ୟାଚ,ଫୁଲତୋଡା ପ୍ରଭୃତିର ଚାହିଦା ବର୍ତ୍ତମାନ ସାରା ଓଡିଶାରେ ବଢିଛି। କୁସୁମଙ୍କ ଏହି କଳାକୃତି ହସ୍ତଶିଳ୍ପ ଏବେ କେବଳ ତଙ୍କ ମଧ୍ୟରେ ଛପି ରହିନି ବରଂ ସ୍ୱୟଂସହାୟକ ଦଳ ଗଢି ଏଭଳି ହସ୍ତକଳା ଏବେ ଶିଳ୍ପ ପରି ଗଢିଉଠୁଛୁ। ସରକାରୀ ପ୍ରୋତ୍ସାହନ ରହିଲେ ଏହି ବାମଣ୍ଡା କୁସୁମ ଦିନେ ସମଗ୍ର ଦେଶ ପାଇଁ ଆଣିବ ଏକ ଅପୂର୍ବ ଗୌରବ ଓ ଏହି ହସ୍ତ କୁଟୀର ଶିଳ୍ପ ଦେବ ଓଡିଶାକୁ ସ୍ୱତନ୍ତ୍ର ପରିଚୟ ଏଥିରେ ସନ୍ଧେହ ନାହିଁ ।

The post ଆମ ପ୍ରତିଭା:ବାମଣ୍ଡା କୁସୁମକୁ ନେଇ ସାରା ଓଡିଶାରେ ଚର୍ଚା,ଏହା ଦେବ ଓଡିଶାକୁ ନୂତନ ପରିଚୟ appeared first on Odisha.News.