ମା ଝାଡେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୋଗସଙ୍ଗମ ପାଳିତ

ସମ୍ବଲପୁର:, ମା ଝାଡେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁଶୀଲ କୁମାର ବାଗ ଛାତ୍ରଛାତ୍ରୀମାନଙ୍କୁ ଯୋଗ ପ୍ରାଣାୟମର ଉପକାରିତା ସମ୍ପର୍କରେ ସଚେତନ କରାଇ କହିଥିଲେ ଯେ, ଯୋଗ ପ୍ରାଣାୟମ ଶରୀରର ସୁସ୍ଥ ନିରୋଗ ଶରୀର ଓ ସମୁଚିତ ଶାରିରୀକ ବିକାଶ ସହ ମାନସିକ ବିକାଶ, ବିଦ୍ୟା ଅଧ୍ୟୟନ କାଳରେ ସ୍ମରଣଶକ୍ତି ବୃଦ୍ଧି ଆଦିରେ ମଧ୍ୟ ସହାୟକ ହୋଇଥାଏ। ବିଭିନ୍ନ […] The post ମା ଝାଡେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୋଗସଙ୍ଗମ ପାଳିତ appeared first on Odisha.News.

ମା ଝାଡେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୋଗସଙ୍ଗମ ପାଳିତ

ସମ୍ବଲପୁର:, ମା ଝାଡେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁଶୀଲ କୁମାର ବାଗ ଛାତ୍ରଛାତ୍ରୀମାନଙ୍କୁ ଯୋଗ ପ୍ରାଣାୟମର ଉପକାରିତା ସମ୍ପର୍କରେ ସଚେତନ କରାଇ କହିଥିଲେ ଯେ, ଯୋଗ ପ୍ରାଣାୟମ ଶରୀରର ସୁସ୍ଥ ନିରୋଗ ଶରୀର ଓ ସମୁଚିତ ଶାରିରୀକ ବିକାଶ ସହ ମାନସିକ ବିକାଶ, ବିଦ୍ୟା ଅଧ୍ୟୟନ କାଳରେ ସ୍ମରଣଶକ୍ତି ବୃଦ୍ଧି ଆଦିରେ ମଧ୍ୟ ସହାୟକ ହୋଇଥାଏ। ବିଭିନ୍ନ ପ୍ରକାର ପାରିବେଶିକ ଓ ମାନସିକ ପ୍ରତିକୂଳତା ବିପକ୍ଷରେ ଲଢିବା ସକାଶେ ଯୋଗ ପ୍ରାଣାୟମ ମାର୍ଗ ଦର୍ଶନ କରିଥାଏ ବୋଲି ସେ ଅନେକ ଦୃଷ୍ଟାନ୍ତ ଉଦ୍ଧାର କରି ଯୋଗାଭ୍ୟାସ ପ୍ରତି ବିଦ୍ୟାର୍ଥୀମାନେ ଅନୁଗତ ହେବା ଉଚିତ ବୋଲି ପରାମର୍ଶ ଦେଇଥିଲେ। ଉଦଘାଟନୀ ସଭାପରେ ଛାତ୍ରଛାତ୍ରୀମାନଙ୍କୁ ନିତ୍ୟ ଯୋଗାଭ୍ୟାସ ନିମନ୍ତେ କେତେକ ଆସନ ଓ ସରଳ ପ୍ରାଣାୟାମର ପ୍ରଶିକ୍ଷଣ ଦିଆଯାଇଥିଲା। ଅନୁଷ୍ଠାନର ରେଡକ୍ରସ ୟୁନିଟର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ସ୍ମାରକୀ ମାହାର ଏବଂ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ବନୋଜ କୁମାର ସାହୁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ରବିନ୍ଦ୍ର ନାରାୟଣ ଠାକୁର,ସତ୍ୟନାରାୟଣ ଦାଶ,ରବିଶଙ୍କର ହୋତା,ମିନତି ଦାଶ,ଆନନ୍ଦିନୀ ପଣ୍ଡା,ଦୀପ୍ତିରେଖା ପଣ୍ଡା,ମୌସୁମୀ ଷଢଙ୍ଗୀ,ସଂଗ୍ରାମ କେଶରୀ ମିଶ୍ର,ରାମ କୁମାର ସାହୁ, ଜୀବର୍ଦ୍ଧନ ସେଠ,ଚୈତନ୍ୟ ସେନାପତି ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

The post ମା ଝାଡେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୋଗସଙ୍ଗମ ପାଳିତ appeared first on Odisha.News.