ଆମ ଯୋଗାଯୋଗରେ ଅଛନ୍ତି ଶିନ୍ଦେ ଗୋଷ୍ଠୀର ୮ ବିଧାୟକ, ଜଣେ ମନ୍ତ୍ରୀ: ଆଦିତ୍ୟ ଠାକ୍ରେ ଚାଞ୍ଚଲ୍ୟକର ଖୁଲାସା
ପୁଣେ,୧୨।୧୧: ମହାରାଷ୍ଟ୍ରରେ ଭୋଟଦାନ ପୂର୍ବରୁ ଉଦ୍ଧବ ଠାକରେଙ୍କ ପୁଅ ତଥା ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେ ଏକ ଦାବି କରି ରାଜନୈତିକ ଉଷ୍ମତା ବୃଦ୍ଧି କରିଛନ୍ତି। ସେ କହିଛନ୍ତି, ଶିନ୍ଦେ ଗୋଷ୍ଠୀର ଆଠ ଜଣ ବିଧାୟକ ଏବଂ ଜଣେ ମନ୍ତ୍ରୀ ତାଙ୍କ ସହ ଯୋଗାଯୋଗ କରୁଛନ୍ତି। ଏମାନେ ଉଦ୍ଧବ ଠାକରେଙ୍କୁ କ୍ଷମା ମାଗିବାକୁ ଚାହୁଁଛନ୍ତି। ଆଦିତ୍ୟ ଠାକରେଙ୍କ ଏହି ଦାବି ଉପରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ପୁଅ ତଥା ଏମ୍ପି ଶ୍ରୀକାନ୍ତ ଶିନ୍ଦେ ପ୍ରତିକ୍ରିୟା ଦେଇଛନ୍ତି। […] The post ଆମ ଯୋଗାଯୋଗରେ ଅଛନ୍ତି ଶିନ୍ଦେ ଗୋଷ୍ଠୀର ୮ ବିଧାୟକ, ଜଣେ ମନ୍ତ୍ରୀ: ଆଦିତ୍ୟ ଠାକ୍ରେ ଚାଞ୍ଚଲ୍ୟକର ଖୁଲାସା appeared first on Dharitri Odia News.
ପୁଣେ,୧୨।୧୧: ମହାରାଷ୍ଟ୍ରରେ ଭୋଟଦାନ ପୂର୍ବରୁ ଉଦ୍ଧବ ଠାକରେଙ୍କ ପୁଅ ତଥା ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେ ଏକ ଦାବି କରି ରାଜନୈତିକ ଉଷ୍ମତା ବୃଦ୍ଧି କରିଛନ୍ତି। ସେ କହିଛନ୍ତି, ଶିନ୍ଦେ ଗୋଷ୍ଠୀର ଆଠ ଜଣ ବିଧାୟକ ଏବଂ ଜଣେ ମନ୍ତ୍ରୀ ତାଙ୍କ ସହ ଯୋଗାଯୋଗ କରୁଛନ୍ତି। ଏମାନେ ଉଦ୍ଧବ ଠାକରେଙ୍କୁ କ୍ଷମା ମାଗିବାକୁ ଚାହୁଁଛନ୍ତି।
ଆଦିତ୍ୟ ଠାକରେଙ୍କ ଏହି ଦାବି ଉପରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ପୁଅ ତଥା ଏମ୍ପି ଶ୍ରୀକାନ୍ତ ଶିନ୍ଦେ ପ୍ରତିକ୍ରିୟା ଦେଇଛନ୍ତି। ସେ ଆଦିତ୍ୟ ଠାକରେଙ୍କୁ ସେମାନଙ୍କ ନାମ କହିବା ପାଇଁ ଚ୍ୟାଲେଞ୍ଜ କରିଥିଲେ। ସେ ଠାକରେଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ। ଆଦିତ୍ୟ ଠାକରେଙ୍କୁ ପରାମର୍ଶ ଦେଇ ସେ କହିଥିଲେ, କହିବା ପୂର୍ବରୁ ସେ ଅନୁସନ୍ଧାନ କରିବା ଉଚିତ୍। ଏତେ ଲୋକ ଚାଲିଗଲେ, ସେମାନେ କାହିଁକି ଫେରିଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଜୁନ ୨୦୨୨ରେ ଶିବସେନାରେ ବିଭାଜନ ହୋଇଥିଲା। ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ୪୦ ଜଣ ବିଧାୟକ ବିଦ୍ରୋହ କରିଥିଲେ ଏବଂ ଉଦ୍ଧବ ଠାକରେଙ୍କୁ ୨୯ ଜୁନ ୨୦୨୨ ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା। ଆଦିତ୍ୟ ଠାକରେ କହିଛନ୍ତି, ବିଦ୍ରୋହୀମାନେ ଫେରି ଆସିବାକୁ ଚାହୁଁଛନ୍ତି କିନ୍ତୁ ଉଦ୍ଧବ ଠାକରେ ଏହା ସ୍ପଷ୍ଟ କରି ଦେଇଛନ୍ତି ଯେ ସେମାନଙ୍କୁ କ୍ଷମା କରାଯାଇପାରିବ ନାହିଁ।
ଶିବସେନା ଭାଙ୍ଗିବା ପରେ ଏହା ହେଉଛି ପ୍ରଥମ ବିଧାନସଭା ନିର୍ବାଚନ। ଏହି ନିର୍ବାଚନ ଉଭୟ ଦଳ ପାଇଁ ବିଶ୍ୱସନୀୟତାର ପ୍ରଶ୍ନ ହୋଇ ରହିଛି। କଂଗ୍ରେସ ଏବଂ ଶରଦ ପାୱାରଙ୍କ ସହ ମିଳିତ ଭାବେ ନିର୍ବାଚନ ଲଢୁଥିବାବେଳେ ଏକନାଥ ଶିନ୍ଦେ ଭାଜପା ଏବଂ ଅଜିତ ପାୱାରଙ୍କ ସହ ଅଛନ୍ତି।
The post ଆମ ଯୋଗାଯୋଗରେ ଅଛନ୍ତି ଶିନ୍ଦେ ଗୋଷ୍ଠୀର ୮ ବିଧାୟକ, ଜଣେ ମନ୍ତ୍ରୀ: ଆଦିତ୍ୟ ଠାକ୍ରେ ଚାଞ୍ଚଲ୍ୟକର ଖୁଲାସା appeared first on Dharitri Odia News.