‘ଆମେ ନିଜେ ଏଠାକୁ ଆସି ନାହୁଁ, ଆମକୁ ଆମର ଦଳ ହିଁ ଏଠାକୁ ପଠାଇଛି’

ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଦେଶ ମନ୍ତ୍ରୀ ସଲମାନ ଖୁର୍ଶିଦ ଅଲ୍‌ ପାର୍ଟି ଡେଲିଗେସନର ସଦସ୍ୟ ଅଛନ୍ତି। ବିଦେଶରେ ଦେଇଥିବା ତାଙ୍କର ବୟାନକୁ ନେଇ ଦେଶରେ ଚର୍ଚ୍ଚା। ଏହି ମଧ୍ୟରେ ମାଲେସିଆର ରାଜଧାନୀ କ୍ୱାଲାଲମପୁରରେ ସେ କହିଛନ୍ତି ଯେ, ଆମେ ଯେବେ ଏଠାକୁ ଆସିଛେ ତ ଆମକୁ ଏକାଠି ହୋଇ କହିବାକୁ ହୋଇଥାଏ। ସେ କହିଛନ୍ତି ଯେ, ଦେଶର ସୁରକ୍ଷା ଓ ଆତଙ୍କବାଦ ବିରୋଧରେ ସରକାର ଓ ବିରୋଧୀଙ୍କ ମଧ୍ୟରେ କୌଣସି ମତଭେଦ ନାହିଁ। କିଏ କହୁ ବା ନକହୁ, ଏଥିରେ ଆମେ ଏକମତ।କଂଗ୍ରେସର ବରିଷ୍ଠ ନେତା କହିଛନ୍ତି ଯେ, ଆମେ ଏଠାକୁ ନିଜେ ଆସି ନାହୁଁ। ଆମେ ଏଠାରେ ଏଥିପାଇଁ କାରଣ ଆମର ରାଜନୀତିକ ଦଳ ଗୁଡିକ ଆମକୁ ପଠାଇଛନ୍ତି। ସେ ଏହାର ଫଳାଫଳ ଉପରେ ବିଚାର କରିଥିବେ , ଯିବା ଉଚିତ ନା ନାହିଁ  ।ନ୍ୟୁଜ୍‌ ଏଜେନ୍ସି  ଏଏନଆଇ ସହ କଥାବାର୍ତ୍ତା ସଲମାନ ଖୁର୍ଶିଦ କହିଛନ୍ତି , ଯଦି କୌଣସି ମତ ଭେଦ ଅଛି ତ ତାକୁ ଭାରତରେ ହିଁ ପ୍ରକାଶ କରାଯିବା ଉଚିତ। ଆମେ ଏଠାରେ ନୀତି ଗଠନ କରି ପାରିବୁ ନାହିଁ , ଇତିହାସ ବଦଳାଇ ପାରିବୁ ନାହିଁ ଏବଂ ରାଜନୀତିକ ବିଚାର ଧାରାକୁ ପରିବର୍ତ୍ତନ କରି ପାରିବୁ ନାହିଁ। ସମସ୍ତେ ନିଜ ନିଜର ବିଚାର ଧାରାକୁ ପାଳନ କରନ୍ତି। ମୋର ବିଶ୍ୱାସ ଯେ ସରକାର ମଧ୍ୟ ଏହାକୁ ବୁଝିଛନ୍ତି , ଆମ ସମସ୍ତଙ୍କୁ ନିଜ ନିଜ ଦଳକୁ ଫେରିବାର ଅଛି ଏବଂ ତାହା କରିବାର ଅଛି, ଯାହା ଆମ ଠାରୁ ଆଶା କରିଥାଏ।ସେ ଆହୁରି କହିଛନ୍ତି

‘ଆମେ ନିଜେ ଏଠାକୁ ଆସି ନାହୁଁ, ଆମକୁ ଆମର ଦଳ ହିଁ ଏଠାକୁ ପଠାଇଛି’

ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଦେଶ ମନ୍ତ୍ରୀ ସଲମାନ ଖୁର୍ଶିଦ ଅଲ୍‌ ପାର୍ଟି ଡେଲିଗେସନର ସଦସ୍ୟ ଅଛନ୍ତି। ବିଦେଶରେ ଦେଇଥିବା ତାଙ୍କର ବୟାନକୁ ନେଇ ଦେଶରେ ଚର୍ଚ୍ଚା। ଏହି ମଧ୍ୟରେ ମାଲେସିଆର ରାଜଧାନୀ କ୍ୱାଲାଲମପୁରରେ ସେ କହିଛନ୍ତି ଯେ, ଆମେ ଯେବେ ଏଠାକୁ ଆସିଛେ ତ ଆମକୁ ଏକାଠି ହୋଇ କହିବାକୁ ହୋଇଥାଏ। ସେ କହିଛନ୍ତି ଯେ, ଦେଶର ସୁରକ୍ଷା ଓ ଆତଙ୍କବାଦ ବିରୋଧରେ ସରକାର ଓ ବିରୋଧୀଙ୍କ ମଧ୍ୟରେ କୌଣସି ମତଭେଦ ନାହିଁ। କିଏ କହୁ ବା ନକହୁ, ଏଥିରେ ଆମେ ଏକମତ।

କଂଗ୍ରେସର ବରିଷ୍ଠ ନେତା କହିଛନ୍ତି ଯେ, ଆମେ ଏଠାକୁ ନିଜେ ଆସି ନାହୁଁ। ଆମେ ଏଠାରେ ଏଥିପାଇଁ କାରଣ ଆମର ରାଜନୀତିକ ଦଳ ଗୁଡିକ ଆମକୁ ପଠାଇଛନ୍ତି। ସେ ଏହାର ଫଳାଫଳ ଉପରେ ବିଚାର କରିଥିବେ , ଯିବା ଉଚିତ ନା ନାହିଁ  ।

ନ୍ୟୁଜ୍‌ ଏଜେନ୍ସି  ଏଏନଆଇ ସହ କଥାବାର୍ତ୍ତା ସଲମାନ ଖୁର୍ଶିଦ କହିଛନ୍ତି , ଯଦି କୌଣସି ମତ ଭେଦ ଅଛି ତ ତାକୁ ଭାରତରେ ହିଁ ପ୍ରକାଶ କରାଯିବା ଉଚିତ। ଆମେ ଏଠାରେ ନୀତି ଗଠନ କରି ପାରିବୁ ନାହିଁ , ଇତିହାସ ବଦଳାଇ ପାରିବୁ ନାହିଁ ଏବଂ ରାଜନୀତିକ ବିଚାର ଧାରାକୁ ପରିବର୍ତ୍ତନ କରି ପାରିବୁ ନାହିଁ। ସମସ୍ତେ ନିଜ ନିଜର ବିଚାର ଧାରାକୁ ପାଳନ କରନ୍ତି। ମୋର ବିଶ୍ୱାସ ଯେ ସରକାର ମଧ୍ୟ ଏହାକୁ ବୁଝିଛନ୍ତି , ଆମ ସମସ୍ତଙ୍କୁ ନିଜ ନିଜ ଦଳକୁ ଫେରିବାର ଅଛି ଏବଂ ତାହା କରିବାର ଅଛି, ଯାହା ଆମ ଠାରୁ ଆଶା କରିଥାଏ।

ସେ ଆହୁରି କହିଛନ୍ତି , କିନ୍ତୁ ମୋତେ ଲାଗୁ ନାହିଁ ଯେ , ଆମେ ଯାହା କରିଛୁ , ଏଥିରେ କୌଣସି ବିରୋଧାଭାସ ବା ଅନୁତାପର କଥା ଅଛି। ଏକତା ଦେଶ ପାଇଁ ଲାଭଦାୟକ। ଯେମିତି ମୁଁ ବାରମ୍ୱାର କହେ , ଦେଶ ପ୍ରଥମେ ଓ ତାହା ସବୁଠୁ ମହତ୍ତ୍ୱପୂର୍ଣ୍ଣ । ଯଦି କାହାର ବିଚାର ଏହା ନୁହେଁ , ତ ମୁଁ ତାଙ୍କ ବିଷୟରେ କିଛି କହି ପାରିବି ନାହିଁ।