ଆମେ ଯାହା କହିଲୁ କରି ଦେଖାଇଲୁ: ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ,୩୦।୧୦: ଦୀପାବଳିକୁ ନେଇ ଉତ୍ସବମୁଖର ପୁରପଲ୍ଲୀ। ବିଶେଷକରି ଅଯୋଧ୍ୟାରେ ଆଲୋକର ଏହି ପର୍ବ ପାଳନକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ସମସ୍ତ ନେତା ପହଞ୍ଚୁଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ଅଯୋଧ୍ୟା ଲାଗି ଦୀପାବଳି ଅଦ୍ଭୁତ, ଅନନ୍ୟ ଏବଂ ଅଲୌକିକ। ୫୦୦ ବର୍ଷର ପ୍ରତୀକ୍ଷା ସମାପ୍ତ ହେବା ପରେ ପୁଣିଥରେ ରାମଲାଲା ତାଙ୍କ ଧାମରେ ବିରାଜମାନ ହୋଇଛନ୍ତି। ଏପରିକି ସେ ଦୁନିଆର ସମସ୍ତ ପୀଡ଼ିତଙ୍କୁ ଏହି ବାର୍ତ୍ତା ଦେଉଛନ୍ତି ଯେ ସେମାନେ […] The post ଆମେ ଯାହା କହିଲୁ କରି ଦେଖାଇଲୁ: ଯୋଗୀ ଆଦିତ୍ୟନାଥ appeared first on Dharitri Odia News.
ଲକ୍ଷ୍ନୌ,୩୦।୧୦: ଦୀପାବଳିକୁ ନେଇ ଉତ୍ସବମୁଖର ପୁରପଲ୍ଲୀ। ବିଶେଷକରି ଅଯୋଧ୍ୟାରେ ଆଲୋକର ଏହି ପର୍ବ ପାଳନକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ସମସ୍ତ ନେତା ପହଞ୍ଚୁଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ଅଯୋଧ୍ୟା ଲାଗି ଦୀପାବଳି ଅଦ୍ଭୁତ, ଅନନ୍ୟ ଏବଂ ଅଲୌକିକ। ୫୦୦ ବର୍ଷର ପ୍ରତୀକ୍ଷା ସମାପ୍ତ ହେବା ପରେ ପୁଣିଥରେ ରାମଲାଲା ତାଙ୍କ ଧାମରେ ବିରାଜମାନ ହୋଇଛନ୍ତି। ଏପରିକି ସେ ଦୁନିଆର ସମସ୍ତ ପୀଡ଼ିତଙ୍କୁ ଏହି ବାର୍ତ୍ତା ଦେଉଛନ୍ତି ଯେ ସେମାନେ ନିଜ ପଥରୁ ବିଚ୍ୟୁତ ହୁଅନ୍ତୁ ନାହିଁ ବୋଲି ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ କହିଛନ୍ତି, ଏହି ଅବସରରେ ମୁଁ ସମସ୍ତ ପୂଜ୍ୟ ସାଧୁମାନଙ୍କୁ ମୋର ସମ୍ମାନ ଜଣାଉଛି, ଯେଉଁମାନେ ୩.୫ ଲକ୍ଷ ସଂଖ୍ୟାରେ ନିଜ ଜୀବନକୁ ବଳିଦାନ ଦେଇ ଗୋଟିଏ ଇଚ୍ଛା ରଖି ଦୁନିଆ ଛାଡ଼ିଛନ୍ତି ଯେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେଉ। ତାଙ୍କର ସଂକଳ୍ପ ପୂରଣ ହୋଇଛି। ରାମଲାଲା ବିରାଜମାନ ହେବା ପରେ ଏହା ହେଉଛି ପ୍ରଥମ ଦୀପାବଳି। ଏହାପୂର୍ବରୁ ଆମେ କହୁଥିଲୁ, ହେଲେ ଯାହା କହିଥିଲୁ ତାହା ଆମେ କରି ଦେଖାଇଲୁ । ଦୀପାବଳି ହେଉଛି ଅଯୋଧ୍ୟାର ଦିନ ବୋଲି ସେ କହିଛନ୍ତି।
The post ଆମେ ଯାହା କହିଲୁ କରି ଦେଖାଇଲୁ: ଯୋଗୀ ଆଦିତ୍ୟନାଥ appeared first on Dharitri Odia News.