ଗଞ୍ଜାମରେ ଭାରତ ବନ୍ଦର ପ୍ରଭାବ

ଛତ୍ରପୁର,୧୬।୨(ଦିଲ୍ଲୀପ ସାମଲ) ୧୬।୨: କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତିକୁ ବିରୋଧ କରି ବିଭିନ୍ନ ସଂଗଠନ ପକ୍ଷରୁ ଶୁକ୍ରବାର ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହାର ପ୍ରଭାବ ଗଞ୍ଜାମ ଜିଲାରେ ମଧ୍ୟ ପଡ଼ିଛି। ଗଞ୍ଜାମ ଜିଲା ସଦରମହକୁମା ଛତ୍ରପୁରରେ ସଂଯୁକ୍ତ କିଷାନ ମୋର୍ଚ୍ଚା, କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନର ମିଳିତ ମଞ୍ଚ, ସ୍ବାଧୀନ ଫେଡେରେଶନ ସମୂହ, ଏଆଇଟିୟୁସି, ଆଇଏନ୍‌ଟିୟୁସି, ଏଚ୍‌ଏମ୍‌ଏସ୍‌, ଟିୟୁସିସି, ଋଷିକୁଲ୍ୟା ରୟତ ମହାସଭା ସମେତ ବିଭିନ୍ନ ଶ୍ରମିକ ଓ ଚାଷୀ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ […] The post ଗଞ୍ଜାମରେ ଭାରତ ବନ୍ଦର ପ୍ରଭାବ appeared first on Dharitri Odia News.

ଗଞ୍ଜାମରେ ଭାରତ ବନ୍ଦର ପ୍ରଭାବ

ଛତ୍ରପୁର,୧୬।୨(ଦିଲ୍ଲୀପ ସାମଲ) ୧୬।୨: କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତିକୁ ବିରୋଧ କରି ବିଭିନ୍ନ ସଂଗଠନ ପକ୍ଷରୁ ଶୁକ୍ରବାର ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହାର ପ୍ରଭାବ ଗଞ୍ଜାମ ଜିଲାରେ ମଧ୍ୟ ପଡ଼ିଛି। ଗଞ୍ଜାମ ଜିଲା ସଦରମହକୁମା ଛତ୍ରପୁରରେ ସଂଯୁକ୍ତ କିଷାନ ମୋର୍ଚ୍ଚା, କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନର ମିଳିତ ମଞ୍ଚ, ସ୍ବାଧୀନ ଫେଡେରେଶନ ସମୂହ, ଏଆଇଟିୟୁସି, ଆଇଏନ୍‌ଟିୟୁସି, ଏଚ୍‌ଏମ୍‌ଏସ୍‌, ଟିୟୁସିସି, ଋଷିକୁଲ୍ୟା ରୟତ ମହାସଭା ସମେତ ବିଭିନ୍ନ ଶ୍ରମିକ ଓ ଚାଷୀ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦ ପାଳନ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଆନ୍ଦୋଳନକାରୀ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୋଦି ସରକାରଙ୍କ ବିରୋଧରେ ବର୍ଷିଥିଲେ। ପରେ ଜାତୀୟ ରାଜପଥ, ଅନ୍ୟାନ୍ୟ ଛକରେ ପହଞ୍ଚି ରାସ୍ତା ଅବରୋଧ କରିଥିଲେ। ଆନ୍ଦୋଳନରେ ଆଇଏନ୍‌ଟିୟୁସି ନେତା ଭାଗୀରଥି ବେହେରା, କାଳିଆ ରାଉଳ, ଟି. କ୍ରିଷ୍ଣା ରେଡ୍ଡୀ, ଏଆଇଟିୟୁସି ନେତା ନୀଳକଣ୍ଠ ଦାଶ, ନାରୀନେତ୍ରୀ ଏନ୍‌. ଭାନୁମତି ରେଡ୍ଡୀ, ରାଜୀବ ଲୋଚନ ପଣ୍ଡା, ଏନ୍‌. ମୁନା ପାତ୍ର, ଏସ୍‌. କ୍ରିଷ୍ଣା ରେଡ୍ଡୀ, ଏନ୍‌. ସୁକାନ୍ତ ଆଚାରୀ, ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକଙ୍କ ସହ ବହୁ ଚାଷୀ ଏବଂ ଶ୍ରମିକ ସାମିଲ ଥିଲେ।

 

The post ଗଞ୍ଜାମରେ ଭାରତ ବନ୍ଦର ପ୍ରଭାବ appeared first on Dharitri Odia News.