ଆମେ ସରକାର ପ୍ରତ୍ୟେକ ମୁସଲମାନ ପରିବାରକୁ ସୁରକ୍ଷା ଦେଇଛୁ: ମୋଦି
ନୂଆଦିଲ୍ଲୀ,୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ଜନସାଧାରଣଙ୍କ ପାଇଁ କାମ କରିନାହିଁ ବରଂ କେବଳ ତାଙ୍କ ପରିବାର ପାଇଁ କାମ କରିଛି। ଆମେ ନିରନ୍ତର ଲୋକଙ୍କ ପାଇଁ କାର୍ଯ୍ୟ କରୁଛୁ। ଏହି ସମୟରେ ସେ ଦାବି କରିଛନ୍ତି ଯେ ଆମ ସରକାର ପ୍ରତ୍ୟେକ ମୁସଲମାନ ପରିବାରକୁ ସୁରକ୍ଷା ଦେଇଛନ୍ତି। ରାଜସ୍ଥାନର ଚୁରୁରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ତିନ୍ ତଲାକ ଯୋଗୁ ମୁସଲମାନ ଝିଅମାନଙ୍କ ମୁଣ୍ଡରେ ଖଣ୍ଡା ଝୁଲୁଥିଲା। ଏହାକୁ […] The post ଆମେ ସରକାର ପ୍ରତ୍ୟେକ ମୁସଲମାନ ପରିବାରକୁ ସୁରକ୍ଷା ଦେଇଛୁ: ମୋଦି appeared first on Dharitri Odia News.
ନୂଆଦିଲ୍ଲୀ,୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ଜନସାଧାରଣଙ୍କ ପାଇଁ କାମ କରିନାହିଁ ବରଂ କେବଳ ତାଙ୍କ ପରିବାର ପାଇଁ କାମ କରିଛି। ଆମେ ନିରନ୍ତର ଲୋକଙ୍କ ପାଇଁ କାର୍ଯ୍ୟ କରୁଛୁ। ଏହି ସମୟରେ ସେ ଦାବି କରିଛନ୍ତି ଯେ ଆମ ସରକାର ପ୍ରତ୍ୟେକ ମୁସଲମାନ ପରିବାରକୁ ସୁରକ୍ଷା ଦେଇଛନ୍ତି।
ରାଜସ୍ଥାନର ଚୁରୁରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ତିନ୍ ତଲାକ ଯୋଗୁ ମୁସଲମାନ ଝିଅମାନଙ୍କ ମୁଣ୍ଡରେ ଖଣ୍ଡା ଝୁଲୁଥିଲା। ଏହାକୁ ହଟାଇ ମୋଦି ପ୍ରତ୍ୟେକ ମୁସଲମାନ ପରିବାରକୁ ସୁରକ୍ଷା ଦେଇଛନ୍ତି। ଜଣେ ମୁସଲମାନ ପରିବାରର ପିତା ଭାବିଥିଲେ ଯେ ସେ ବିବାହ କରି ନିଜ ଝିଅକୁ ପଠାଇଛନ୍ତି, କିନ୍ତୁ ଦୁଇରୁ ତିନି ସନ୍ତାନ ଜନ୍ମ କରିବା ପରେ ଝିଅକୁ ତିନ୍ ତଲାକ ଦିଆଯାଇ ଫେରାଇ ଦିଆଯିବ। ମା’, ଝିଅ ଏବଂ ଭାଇ ସମସ୍ତେ ଚିନ୍ତିତ ଥିଲେ। ମୋଦି ସମସ୍ତ ମୁସଲମାନ ପରିବାରର ଜୀବନ ରକ୍ଷା କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କଂଗ୍ରେସ ଉପରେ ଆକ୍ରମଣ କରି କହିଛନ୍ତି,ଲୁଟ ଓ ଘୋଟାଲା ଯୋଗୁ ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଛି। ଏହାପୂର୍ବରୁ ସରକାରରେ ବସିଥିବା ଲୋକମାନେ ଗରିବ ଲୋକଙ୍କ ଟଙ୍କା ଖାଉଥିଲେ। ୧୦ ବର୍ଷ ପୂର୍ବେ ଦେଶରେ ଅରାଜକତା ପରିସ୍ଥିତି ସୃଷ୍ଟି ହୋଇଥିଲ। ଆମ ସରକାର ଏହା ଠିକ କରିଛନ୍ତି।
The post ଆମେ ସରକାର ପ୍ରତ୍ୟେକ ମୁସଲମାନ ପରିବାରକୁ ସୁରକ୍ଷା ଦେଇଛୁ: ମୋଦି appeared first on Dharitri Odia News.