କମିନ୍ସଙ୍କ ପତ୍ନୀ ପ୍ରେମରେ ଭାରତୀୟ ଫ୍ୟାନ୍...ଅଷ୍ଟ୍ରେଲିଆ ଅଧିନାୟକ ଦେଲେ ରୋଚକ ଉତ୍ତର...
ଅଜବ ପ୍ରେମ ନିବେଦନ...ଶୁଣିଲେ ହେବେ ଚକିତ...ଅନ୍ୟ ସ୍ତ୍ରୀକୁ ସୋସିଆଲ ମିଡ଼ିଆରେ କଲେ ପ୍ରେମ ନିବେଦନ ।
ଅଜବ ପ୍ରେମ ନିବେଦନ...ଶୁଣିଲେ ହେବେ ଚକିତ...ଅନ୍ୟ ସ୍ତ୍ରୀକୁ ସୋସିଆଲ ମିଡ଼ିଆରେ କଲେ ପ୍ରେମ ନିବେଦନ । ଅଷ୍ଟ୍ରେଲିଆ କ୍ରିକେଟ ଅଧିନାୟକଙ୍କ ପତ୍ନୀ ପ୍ରେମରେ ଭାରତୀୟ ଫ୍ୟାନ୍ । କମିନ୍ସ ବି କହିଲେ ଅଜବ କଥା । କ୍ରିକେଟ୍ ଷ୍ଟାର୍ ପ୍ୟାଟ୍ କମିନ୍ସ ତାଙ୍କ ପତ୍ନୀ ବେକି କମିନ୍ସଙ୍କ ସହ ଏକ ଭଲ ଫଟୋ ସେୟାର କରିଥିଲେ ଓ ଭାଲେଣ୍ଟାଇନ୍ସ ଡେ ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ଫଟୋରେ ଜଣେ ଭାରତୀୟ ଫ୍ୟାନ୍ ତାଙ୍କ ପତ୍ନୀଙ୍କୁ ପ୍ରେମ ନିବେଦନ କରିଛନ୍ତି । ଉତ୍ତରରେ ଅଷ୍ଟ୍ରେଲିଆର ଟେଷ୍ଟ ଓ ODI ଅଧିନାୟକ ପ୍ୟାଟ୍ କମିନ୍ସ ଫ୍ୟାନ୍ଙ୍କୁ ରୋଚକ କମେଣ୍ଟ ଦେଇ ସମସ୍ତଙ୍କୁ ଚକିତ କରିଛନ୍ତି ।
ଫଟୋରେ, ଏହି ଦମ୍ପତି ସମୁଦ୍ର କୂଳରେ ଛିଡ଼ା ହୋଇ ସୁନ୍ଦର ତୃପ୍ତିକୁ ଅନୁଭବ କରୁଥିବାର ଦେଖିବାକୁ ମିଳିଛି । ତାଙ୍କ ପୋଷ୍ଟର କ୍ୟାପସନ୍ରେ ଲେଖାଯାଇଛି ଯେ, ‘ସୁପର-ମମ୍, ପତ୍ନୀ, ମୋ ଭାଲେଣ୍ଟାଇନ୍ ଓ ନିଶ୍ଚିତ ଭାବରେ ଜଣେ ପ୍ରୋ-ସର୍ଫର୍ ମଧ୍ୟ । ଶୁଭ ଭାଲେଣ୍ଟାଇନ୍ସ ବେକି କମିନ୍ସ ।’ କମିନ୍ସଙ୍କ ଦ୍ୱାରା ପୋଷ୍ଟ ହୋଇଥିବା ଫଟୋ ଭାଇରାଲ ହୋଇନଥିଲା କିନ୍ତୁ ଫ୍ୟାନ୍ମାନେ ତାଙ୍କ ପୋଷ୍ଟରେ ଭରପୂର କମେଣ୍ଟ ଦେବାକୁ ପଛାଇ ନଥିଲେ ।
‘ମୁଁ ତୁମ ସ୍ତ୍ରୀଙ୍କୁ ଭଲ ପାଏ’
କମେଣ୍ଟରେ ଜଣେ ଫ୍ୟାନ୍ ଲେଖିଛନ୍ତି, 'ମୁଁ ଭାରତୀୟ, ମୁଁ ତୁମ ପତ୍ନୀଙ୍କୁ ଭଲ ପାଏ ।' ତେବେ, କମିନ୍ସଙ୍କ ଜବରଦସ୍ତ ଉତ୍ତର ଦେଇ ସମସ୍ତ ଫ୍ୟାନ୍ଙ୍କୁ ହସାଇଛନ୍ତି । କମିନ୍ସ ଲେଖିଛନ୍ତି, 'ମୁଁ ମୋ ପତ୍ନୀଙ୍କ ପାଖରେ ତୁମ ମେସେଜ୍ ନିଶ୍ଚୟ ପହଞ୍ଚାଇବି' କମିନ୍ସଙ୍କ ଏଭଳି ବ୍ୟବହାର ସମସ୍ତଙ୍କ ମନ ଜିଣିଛି ।
Pat Cummins.