ଆମେ ୪୦୦ ଆସନରେ ଜିତିବୁ : ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଗଣମାତଧ୍ୟମ ସଂସ୍ଥାକୁ ସାକ୍ଷାତକାର ଦେଇ ବିଜେପି ନେତୃତ୍ବାଧୀନ ଏନଡିଏ ଲୋକସଭା ନିର୍ବାଚନରେ ୪୦୦ ଆସନ ଟପିବ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି। ମୋଦୀ କହିଛନ୍ତି ‘୪୦୦ ପାର୍’ କେବଳ ଏକ ସ୍ଲୋଗାନ ନୁହେଁ, ଏହା ଏବେ ବାସ୍ତବତାରେ ପରିଣତ ହୋଇଛି। ପାଟନାରେ ଏକ ନିର୍ବାଚନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦୀ ମହିଳା, ଯୁବଗୋଷ୍ଠୀ ଏବଂ ପ୍ରଥମ ଥର ପାଇଁ ଭୋଟ୍ ଦେବାକୁ ଆସିଥିବା ଭୋଟରମାନଙ୍କୁ ସେମାନଙ୍କ ସକରାତ୍ମକ ଏବଂ […]

ଆମେ ୪୦୦ ଆସନରେ ଜିତିବୁ : ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଗଣମାତଧ୍ୟମ ସଂସ୍ଥାକୁ ସାକ୍ଷାତକାର ଦେଇ ବିଜେପି ନେତୃତ୍ବାଧୀନ ଏନଡିଏ ଲୋକସଭା ନିର୍ବାଚନରେ ୪୦୦ ଆସନ ଟପିବ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି। ମୋଦୀ କହିଛନ୍ତି ‘୪୦୦ ପାର୍’ କେବଳ ଏକ ସ୍ଲୋଗାନ ନୁହେଁ, ଏହା ଏବେ ବାସ୍ତବତାରେ ପରିଣତ ହୋଇଛି। ପାଟନାରେ ଏକ ନିର୍ବାଚନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦୀ ମହିଳା, ଯୁବଗୋଷ୍ଠୀ ଏବଂ ପ୍ରଥମ ଥର ପାଇଁ ଭୋଟ୍ ଦେବାକୁ ଆସିଥିବା ଭୋଟରମାନଙ୍କୁ ସେମାନଙ୍କ ସକରାତ୍ମକ ଏବଂ ଶୃଙ୍ଖଳିତ ଭୋଟିଂ ପାଇଁ ପ୍ରଶଂସା କରିଛନ୍ତି। ମୋଦୀ କହିଛନ୍ତି, ଭୋଟିଂ କେନ୍ଦ୍ରଭାଗରେ ମୁଁ ନାହିଁ। ସେଠାରେ ୧୪୦ କୋଟି ଲୋକ ଅଛନ୍ତି। ତେବେ ପ୍ରଥମ ୩ ପର୍ଯ୍ୟାୟ ଭୋଟିଂକୁ ଯଦି ବିଚାରକୁ ନିଆଯାଏ ତେବେ ମୁଁ ଏହା ସ୍ପଷ୍ଟ ଦେଖିପାରୁଛି ଯେ ’୪୦୦ ପାର୍’ ସ୍ଲୋଗାନ ନୁହେଁ ବରଂ ଏହା ଏବେ ଏକ ବାସ୍ତବତା। ମୋଦୀ କହିଛନ୍ତି, ଲୋକମାନେ ଏନଡିଏ ଭଳି ଏକ ସୁଦୃଢ଼ ସରକାରକୁ ନିର୍ବାଚିତ କରିବାପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ପ୍ରବଳ ଗ୍ରୀଷ୍ମଲହରୀ ସତ୍ତ୍ବେ ସେମାନେ ଦେଶର ଭବିଷ୍ୟତ ପାଇଁ ବିପୁଳ ସଂଖ୍ୟାରେ ଆସି ଭୋଟ୍ ଦେବେ ବୋଲି ସେ ବିଶ୍ବାସ ରଖିଛନ୍ତି। ଅନ୍ୟପକ୍ଷେ ଏନଡିଏ ୪୦୦ ଆସନରେ ଜିତିବନି ବୋଲି ବିରୋଧୀ ଦାବି କରିଥିବାବେଳେ ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଏବଂ କଂଗ୍ରେସ ଦଳକୁ କଟାକ୍ଷ କରିଛନ୍ତି। ଏହି ପ୍ରସଙ୍ଗରେ ମୋଦୀ ସୋନିଆ ଏବଂ ରାହୁଲଙ୍କର ଉଦାହରଣ ଦେଇଛନ୍ତି। ମୋଦୀ କହିଛନ୍ତି,ସେମାନଙ୍କର ବଡ଼ ନେତା ତଥା ସୋନିଆ ଗାନ୍ଧି ରାଜ୍ୟସଭା ଗଲେ। ଅନ୍ୟପକ୍ଷେ ରାହୁଲ ଗାନ୍ଧି ୱାୟନାଡ଼ ସହ ରାଏବରେଲିରେ ଲଢ଼ିଛନ୍ତି। ଆମେଥିରେ ଲଢ଼ିବାପାଇଁ ସେମାନଙ୍କର ସାହସ ନାହିଁ।