ଆଜି ମହାପ୍ରଭୁଙ୍କର ଦୁର୍ଲ୍ଲଭ ପଦ୍ମବେଶ
ପୁରୀ : ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ଶ୍ରୀଜିଉ ଙ୍କର ଦୁର୍ଲ୍ଲଭ ପଦ୍ମବେଶ । ପଦ୍ମପାଖୁଡାରେ ସଜେଇ ହୋଇ ଦିବ୍ୟ ବେଶ ଧାରଣ କରିବେ ଶ୍ରୀ ବିଗ୍ରହ I ଏଥି ପାଇଁ ସୋଲରେ ପଦ୍ମପାଖୁଡା,ହଂସ,ଗଛ,କଦମ୍ବ ଫୁଲରେ କରପଲ୍ଲବ ପ୍ରଭୃତି ପଦ୍ମବେଶ ଶିଳ୍ପୀ ଅତି ନିଖୁଣ ଭାବେ ତିଆରିଛନ୍ତି । ସିଂହାରୀ ସେବକଙ୍କ ଦ୍ୱାରା ବିଭୂଷିତ କରାଯିବ । ମାଘମାସ ଅମାବାସ୍ୟା ଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ପଡୁଥିବା ଶନିବାର ବା ମଙ୍ଗଳବାରରେ ଏହି ବେଶ ହୋଇଥାଏ। ବେଶର […]

ପୁରୀ : ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ଶ୍ରୀଜିଉ ଙ୍କର ଦୁର୍ଲ୍ଲଭ ପଦ୍ମବେଶ । ପଦ୍ମପାଖୁଡାରେ ସଜେଇ ହୋଇ ଦିବ୍ୟ ବେଶ ଧାରଣ କରିବେ ଶ୍ରୀ ବିଗ୍ରହ I ଏଥି ପାଇଁ ସୋଲରେ ପଦ୍ମପାଖୁଡା,ହଂସ,ଗଛ,କଦମ୍ବ ଫୁଲରେ କରପଲ୍ଲବ ପ୍ରଭୃତି ପଦ୍ମବେଶ ଶିଳ୍ପୀ ଅତି ନିଖୁଣ ଭାବେ ତିଆରିଛନ୍ତି । ସିଂହାରୀ ସେବକଙ୍କ ଦ୍ୱାରା ବିଭୂଷିତ କରାଯିବ । ମାଘମାସ ଅମାବାସ୍ୟା ଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ପଡୁଥିବା ଶନିବାର ବା ମଙ୍ଗଳବାରରେ ଏହି ବେଶ ହୋଇଥାଏ। ବେଶର ସମସ୍ତ ଉପକରଣ ବଡ଼ଛତା ମଠ ପକ୍ଷରୁ ଯୋଗାଇ ଦିଆଯାଇଥାଏ ।
ସନ୍ଧ୍ୟାଧୂପ ପରେ ବେଶ ବିଜେ ଓ ବଡ଼ ସିଂହାର ଲାଗି କରାଯିବା ସହ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତିକାନ୍ତୀ । ବଡ଼ଛତା ମଠ ପକ୍ଷରୁ ପ୍ରଦତ ସାମଗ୍ରୀରେ ଦୟଣାମାଳି ସେବକ ବସନ୍ତ ରଣାଙ୍କ ନେତୃତ୍ୱରେ ବେଶ କାରିଗର ମାନେ ପଦ୍ମବେଶର ପ୍ରସ୍ତୁତ କରିଛନ୍ତି । ପରେ ବଡ଼ସିଂହାର ନୀତି ସମୟରେ ଶ୍ରୀଜୀଉଙ୍କ ପଦ୍ମବେଶ ଅନୁଷ୍ଠିତ ହେବ ।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାତ୍ର ଚନ୍ଦନ ଲାଗି ପରେ ବଡ଼ ସିଂହାରରେ ଏହି ବେଶ ହୁଏ। ଏହି ବେଶରେ ଥିଲା ବେଳେ ହିଁ ମହାପ୍ରଭୁଙ୍କୁ ପହୁଡ଼ କରାଯାଇଥାଏ। ମହାପ୍ରଭୁଙ୍କ ଏହି ଦିନ ବଡ଼ଛତା ମଠ ପକ୍ଷରୁ ଖିରି, ଅମାଲୁ ଭୋଗ ହୁଏ।