କର୍ଣ୍ଣାଟକ ମନ୍ତ୍ରୀ ପ୍ରିୟଙ୍କ ଖଡ଼ଗେଙ୍କୁ ହତ୍ୟା ଧମକ
ନୂଆଦିଲ୍ଲୀ : କର୍ଣ୍ଣାଟକ ମନ୍ତ୍ରୀ ଏବଂ କଂଗ୍ରେସ ନେତା ପ୍ରିୟଙ୍କ ଖଡ଼ଗେ ଗୁରୁବାର ଦାବି କରିଛନ୍ତି ଯେ ମନୁବାଦୀମାନେ ତାଙ୍କୁ ହତ୍ୟା ଧମକ ଦେଇଛନ୍ତି। ମନ୍ତ୍ରୀଙ୍କ ଦାବି ଅନୁଯାୟୀ ତାଙ୍କ ଅଫିସକୁ ଏକ ଚିଠି ଆସିଛି। ଏହି ଚିଠିରେ କେବଳ ଖଡ଼ଗେଙ୍କୁ ହତ୍ୟା ଧମକ ମିଳିନାହିଁ ବରଂ ତାଙ୍କ ଦଳିତ ପୃଷ୍ଠଭୂମିକୁ ନେଇ ତାଙ୍କୁ ହତ୍ୟା ଧମକ ମିଳିଛି। ଏକ୍ସରେ ଏକ ପୋଷ୍ଟ୍ କରି ପ୍ରିୟଙ୍କ ଖଡ଼ଗେ ଲେଖିଛନ୍ତି, ‘ ନିକଟରେ ମନୁବାଦୀଙ୍କ ନିକଟରୁ ଏକ ପ୍ରେମ […]

ନୂଆଦିଲ୍ଲୀ : କର୍ଣ୍ଣାଟକ ମନ୍ତ୍ରୀ ଏବଂ କଂଗ୍ରେସ ନେତା ପ୍ରିୟଙ୍କ ଖଡ଼ଗେ ଗୁରୁବାର ଦାବି କରିଛନ୍ତି ଯେ ମନୁବାଦୀମାନେ ତାଙ୍କୁ ହତ୍ୟା ଧମକ ଦେଇଛନ୍ତି। ମନ୍ତ୍ରୀଙ୍କ ଦାବି ଅନୁଯାୟୀ ତାଙ୍କ ଅଫିସକୁ ଏକ ଚିଠି ଆସିଛି। ଏହି ଚିଠିରେ କେବଳ ଖଡ଼ଗେଙ୍କୁ ହତ୍ୟା ଧମକ ମିଳିନାହିଁ ବରଂ ତାଙ୍କ ଦଳିତ ପୃଷ୍ଠଭୂମିକୁ ନେଇ ତାଙ୍କୁ ହତ୍ୟା ଧମକ ମିଳିଛି। ଏକ୍ସରେ ଏକ ପୋଷ୍ଟ୍ କରି ପ୍ରିୟଙ୍କ ଖଡ଼ଗେ ଲେଖିଛନ୍ତି, ‘ ନିକଟରେ ମନୁବାଦୀଙ୍କ ନିକଟରୁ ଏକ ପ୍ରେମ ପତ୍ର ପାଇଥିଲି। ମୁଁ ଦଳିତ ହୋଇଥିବାରୁ ମତେ କିଛି କହିବାକୁ ମନା କରାଯାଇଥିଲା। ଚିଠିରେ ଏହା କୁହାଯାଇଥିଲା ଯେ ମୁଁ ବିଧାୟକ ଏବଂ ମନ୍ତ୍ରୀ ହୋଇପାରେ କିନ୍ତୁ ମୁଁ ସବୁବେଳେ ଦଳିତ ରହିବି। କଂଗ୍ରେସ ନେତା କହିଛନ୍ତି, ବିଧାନ ସୌଧ ଥାନାରେ ଏନେଇ ଅଭିଯୋଗ ଦାଏର ହୋଇଛି। ତେବେ ଉକ୍ତ ଘଟଣାରେ ବିଜେପିର ସମ୍ପୃକ୍ତି ରହିଛି ବୋଲି ପ୍ରିୟଙ୍କ ଖଡ଼ଗେ କହିଛନ୍ତି। କାଲାବୁରାଗି ସାଂସଦ ଉମେଶ ଯାଦବ ଉକ୍ତ ଘଟଣାରେ ହସ୍ତକ୍ଷେପ କରିବାପାଇଁ ସେ କହିଛନ୍ତି। ସେହିପରି ବିଜେପି ଜଣେ ଗୁଣ୍ଡାଙ୍କୁ ଟିକେଟ ଦେଇଛି ବୋଲି ଖଡ଼ଗେ ଅଭିଯୋଗ କରିଛନ୍ତି। ପ୍ରିୟଙ୍କ ଖଡ଼ଗେ କହିଛନ୍ତି, ମନୁବାଦୀମାନେ ମତେ ହତ୍ୟା ଧମକ ଦେଇଛନ୍ତି ଏବଂ କହିଛନ୍ତି, ଦଳିତମାନେ ବଡ଼ ପାଟିରେ କଥା ହୋଇପାରିବେନି ।