‘ଆମେ ୬ ବଲ୍ରେ ୬ ଛକା ମାରିବୁ’
ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ ପାଠକଙ୍କ ‘ଭାରତ-ପାକିସ୍ତାନ’ ବୟାନକୁ ନେଇ ସେ ପ୍ରତିକ୍ରିୟା ଦେଇଛନ୍ତି। ଅଖିଳେଶ କହିଛନ୍ତି ଆମେ ସମାଜବାଦୀ ଲୋକ। ୬ ବଲ୍ରେ ୬ ଛକା ମାରିବୁ। ପ୍ରକାଶ ଯେ, କନୌଜରୁ ଭାଜପା ପ୍ରାର୍ଥୀ ସୁବ୍ରତ କହିଥିଲେ ଯେ ତେଜ ପ୍ରତାପ ଏଠାରୁ ଲଢ଼ିଥିଲେ ମ୍ୟାଚ୍ ନେପାଳ ଏବଂ ଭାରତ ଭଳି ହୋଇଥାନ୍ତା। ହେଲେ […] The post ‘ଆମେ ୬ ବଲ୍ରେ ୬ ଛକା ମାରିବୁ’ appeared first on Dharitri Odia News.
ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ ପାଠକଙ୍କ ‘ଭାରତ-ପାକିସ୍ତାନ’ ବୟାନକୁ ନେଇ ସେ ପ୍ରତିକ୍ରିୟା ଦେଇଛନ୍ତି। ଅଖିଳେଶ କହିଛନ୍ତି ଆମେ ସମାଜବାଦୀ ଲୋକ। ୬ ବଲ୍ରେ ୬ ଛକା ମାରିବୁ।
ପ୍ରକାଶ ଯେ, କନୌଜରୁ ଭାଜପା ପ୍ରାର୍ଥୀ ସୁବ୍ରତ କହିଥିଲେ ଯେ ତେଜ ପ୍ରତାପ ଏଠାରୁ ଲଢ଼ିଥିଲେ ମ୍ୟାଚ୍ ନେପାଳ ଏବଂ ଭାରତ ଭଳି ହୋଇଥାନ୍ତା। ହେଲେ ଏବେ ଅଖିଳେଶ ଆସିଛନ୍ତି ତେଣୁ ମ୍ୟାଚ୍ ଭାରତ ପାକିସ୍ତାନ ଭଳି ହେବ। ଭାରତକୁ ଜିତିବାକୁ ହିଁ ପଡ଼ିବ। ଏହି ବୟାନକୁ ନେଇ ଅଖିଳେଶ କହିଛନ୍ତି, ସେ ବଲ୍ ପକାଇ ପାରିବେ ନାହିଁ, ନା ବ୍ୟାଟିଂ କରିପାରିବେ। ଯଦି ପ୍ରଥମ ବଲ୍ରେ ଛକା ମାରି ନ ପାରିଲେ ତେବେ ଆମେ ସମାଜବାଦୀର ଲୋକ ନୁହେଁ। ଆମେ ୬ ରୁ ୬ ବଲ୍ରେ ଛକା ମାରିବୁ ବୋଲି ସେ କହିଛନ୍ତି।
The post ‘ଆମେ ୬ ବଲ୍ରେ ୬ ଛକା ମାରିବୁ’ appeared first on Dharitri Odia News.