ଆମେରିକା ଆକ୍ରମଣରେ ପରମାଣୁ ସ୍ଥାନରେ ହୋଇଥିବା କ୍ଷତି ସ୍ୱୀକାର କରିବା ସହ କ୍ଷତିପୂରଣ ଦାବି କଲା ଇରାନ
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସ୍ତରରେ ଏକ ବଡ଼ ଖେଳ ଚାଲିଛି। ଆମେରିକା ଇରାନ ପରମାଣୁ ସ୍ଥାନ ଉପରେ ଆକ୍ରମଣ ପରେ ରେଡିଓଆକ୍ଟିଭ୍ ପ୍ରଦୂଷଣର କୌଣସି ସଙ୍କେତ ନାହିଁ ବୋଲି ଇରାନ କହିଥିଲା। ହେଲେ ଆଜି କହୁଛି ଆମେରିକା ଆକ୍ରମଣରେ ବଡ଼ କ୍ଷତି ହୋଇଛି। ଏଥିପାଇଁ ସେ ଆମେରିକା ଠାରୁ କ୍ଷତିପୂରଣ ଦାବି କରିଛି। କିଛିଦିନ ତଳେ ଆମେରିକା ଆକ୍ରମଣ କରିବା ପରେ କହିଥିଲା ଯେ ଇରାନ ସମୟ ଅନୁସାରେ କ୍ଷତି ସ୍ୱୀକାର କରିବ। ଆଉ ଆମେରିକାର ବୟାନ ପରେ ଏବେ ଇରାନ ହଠାତ କ୍ଷୟକ୍ଷତିକୁ ସ୍ୱୀକାର କରିଛି। ଜୁନ୍ ୨୧ ତାରିଖରେ ଆମେରିକା ଇସ୍ରାଏଲ ସହ ମିଶି ଇରାନର ଫୋର୍ଦ୍ଦୋ, ନାତାଞ୍ଜ ଏବଂ ଇସଫାହାନରେ ଥିବା ପ୍ରମୁଖ ପରମାଣୁ ସ୍ଥାନ ଉପରେ ବୋମା ମାଡ଼ କରିଥିଲା। ଏହାପରେ ଆମେରିକା ଆକ୍ରମଣ ବନ୍ଦ କରିଦେଇଛି। ତେବେ ଆମେରିକାର ଏହି ଆକ୍ରମଣରେ ଇରାନ ପରମାଣୁ ପ୍ରତିଷ୍ଠାନ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି ବୋଲି ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘେଇ କହିଛନ୍ତି।ଲେବାନନର ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଇରାନର ଉପ-ବୈଦେଶିକ ମନ୍ତ୍ରୀ ସଇଦ ଖାତିବଜାଦେହ ଇରାନର ପରମାଣୁ ପ୍ରତିଷ୍ଠାନଗୁଡ଼ିକର କ୍ଷତି ପାଇଁ ଆମେରିକାଠାରୁ କ୍ଷତିପୂରଣ ଦାବି କରିଛନ୍ତି। ଏବଂ ଜାତିସଂଘରେ ଅଭିଯୋଗ କରିବାକୁ ଧମକ ଦେଇଛନ୍ତି। ଆମେରିକାର ମ୍ୟାକ୍ସାର ଟେକ୍ନୋଲୋଜି ଦ୍ୱାରା ପ୍ରକାଶିତ ସାଟେଲାଇଟ୍ ଚିତ୍ରରେ ଇରାନର ନାତାଞ୍ଜ ଏବଂ ଇସଫାହାନରେ ଥିବା ପରମାଣୁ ପ୍ରତ
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସ୍ତରରେ ଏକ ବଡ଼ ଖେଳ ଚାଲିଛି। ଆମେରିକା ଇରାନ ପରମାଣୁ ସ୍ଥାନ ଉପରେ ଆକ୍ରମଣ ପରେ ରେଡିଓଆକ୍ଟିଭ୍ ପ୍ରଦୂଷଣର କୌଣସି ସଙ୍କେତ ନାହିଁ ବୋଲି ଇରାନ କହିଥିଲା। ହେଲେ ଆଜି କହୁଛି ଆମେରିକା ଆକ୍ରମଣରେ ବଡ଼ କ୍ଷତି ହୋଇଛି। ଏଥିପାଇଁ ସେ ଆମେରିକା ଠାରୁ କ୍ଷତିପୂରଣ ଦାବି କରିଛି। କିଛିଦିନ ତଳେ ଆମେରିକା ଆକ୍ରମଣ କରିବା ପରେ କହିଥିଲା ଯେ ଇରାନ ସମୟ ଅନୁସାରେ କ୍ଷତି ସ୍ୱୀକାର କରିବ। ଆଉ ଆମେରିକାର ବୟାନ ପରେ ଏବେ ଇରାନ ହଠାତ କ୍ଷୟକ୍ଷତିକୁ ସ୍ୱୀକାର କରିଛି।
ଜୁନ୍ ୨୧ ତାରିଖରେ ଆମେରିକା ଇସ୍ରାଏଲ ସହ ମିଶି ଇରାନର ଫୋର୍ଦ୍ଦୋ, ନାତାଞ୍ଜ ଏବଂ ଇସଫାହାନରେ ଥିବା ପ୍ରମୁଖ ପରମାଣୁ ସ୍ଥାନ ଉପରେ ବୋମା ମାଡ଼ କରିଥିଲା। ଏହାପରେ ଆମେରିକା ଆକ୍ରମଣ ବନ୍ଦ କରିଦେଇଛି। ତେବେ ଆମେରିକାର ଏହି ଆକ୍ରମଣରେ ଇରାନ ପରମାଣୁ ପ୍ରତିଷ୍ଠାନ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି ବୋଲି ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘେଇ କହିଛନ୍ତି।
ଲେବାନନର ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଇରାନର ଉପ-ବୈଦେଶିକ ମନ୍ତ୍ରୀ ସଇଦ ଖାତିବଜାଦେହ ଇରାନର ପରମାଣୁ ପ୍ରତିଷ୍ଠାନଗୁଡ଼ିକର କ୍ଷତି ପାଇଁ ଆମେରିକାଠାରୁ କ୍ଷତିପୂରଣ ଦାବି କରିଛନ୍ତି। ଏବଂ ଜାତିସଂଘରେ ଅଭିଯୋଗ କରିବାକୁ ଧମକ ଦେଇଛନ୍ତି। ଆମେରିକାର ମ୍ୟାକ୍ସାର ଟେକ୍ନୋଲୋଜି ଦ୍ୱାରା ପ୍ରକାଶିତ ସାଟେଲାଇଟ୍ ଚିତ୍ରରେ ଇରାନର ନାତାଞ୍ଜ ଏବଂ ଇସଫାହାନରେ ଥିବା ପରମାଣୁ ପ୍ରତିଷ୍ଠାନଗୁଡ଼ିରେ କ୍ଷତି ହୋଇଥିବ ସ୍ପଷ୍ଟ ଦେଖାଯାଉଛି।
ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଚେତାବନୀ ଦେଇଛନ୍ତି। ଇରାନକୁ ତା'ର ପରମାଣୁ କାର୍ଯ୍ୟକ୍ରମ ପୁନଃନିର୍ମାଣ କରିବାକୁ ଚେଷ୍ଟା କଲେ ତା’ ବିରୁଦ୍ଧରେ ପୁଣି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଇରାନ କେବେ ପରମାଣୁରେ ସମୃଦ୍ଧ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି। ସେ କହିଛନ୍ତି ଇରାନ ଏତେ ଶୀଘ୍ର ଆଉ ବୋମା ତିଆରି କରିବ ନାହିଁ। ସମୟ ଅନୁସାରେ ପରମାଣୁ ଜିନିଷ ବାହାର କରିବା ପାଇଁ ଇରାନ ପାଖରେ ପର୍ଯ୍ୟାପ୍ତ ସମୟ ଥିଲା ବୋଲି ମୁଁ ଭାବୁନି। ତେବେ ଏହା ଏକ ବଡ଼ ସଫଳତା ଥିଲା ବୋଲି ଟ୍ରମ୍ପ କହିଛନ୍ତି।