ଆମେରିକା-ଚୀନ ଟ୍ରେଡ୍ ୱାର୍‌, ଭାରତ ପାଇଁ ସୁଯୋଗ ଆଣିପାରେ: ଏକ୍ସପର୍ଟ

ନୂଆଦିଲ୍ଲୀ: ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ହେବା ପରେ ତାଙ୍କର ଆମେରିକା ଫାଷ୍ଟ ନୀତି ସାରା ବିଶ୍ୱକୁ ମହଙ୍ଗା ପଡ଼ୁଛି। ବିଶେଷ କରି ଚୀନ ଓ ଆମେରିକା ମୁହାଁମୁହିଁ ହୋଇଛନ୍ତି। ଚୀନ ଉପରେ ଆମେରିକାର ଅତିରିକ୍ତ ୧୦ ପ୍ରତିଶତ ଟାରିଫି ଲଗାଇବା ପରେ ଚୀନ ମଧ୍ୟ ପାଲଟା ଜବାବ ଦେଇଛି। ଆମେରିକାର କୋଇଲା ଓ ତେଲ ଉପରେ ୧୫ ପ୍ରତିଶତ ଟ୍ୟାକ୍ସ ଲଗାଇଛି ଡ୍ରାଗନ। କେବଳ ସେତିକି ନୁହେଁ, ଗୁଗଲ ଓ ଆପଲ ପ୍ଲେ ଷ୍ଟୋର୍ ଉପରେ ମଧ୍ୟ ଚୀନ ତଦନ୍ତ କରିବ ବୋଲି କହିଛି। ଏହି ଦୁଇ ଦେଶ ମଧ୍ୟରେ ଲାଗିଥିବା ଟାରିଫି ଯୁଦ୍ଧ ଭାରତକୁ ଲାଭ ଦେବ ବୋଲି ଆର୍ଥନୀତିଜ୍ଞମାନେ ଅନୁମାନ କରିଛନ୍ତି। ମେକ୍ସିକୋ ଏବଂ କାନାଡ଼ା ଉପରେ କଟକଣା ମାସେ ଯାଏ ସ୍ଥଗିତ ରଖିଥିବା ବେଳେ ଚୀନ୍‌ ବିରୋଧରେ ଟ୍ରମ୍ପଙ୍କ ଶୁଳ୍କ ମାଡ଼ ଜାରି ରହିଛି। ଫଳରେ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଘମାଘୋଟ ହୋଇଛି ବାଣିଜ୍ୟ ଯୁଦ୍ଧ । ଟ୍ରମ୍ପ ଚୀନ ଉପରେ ଟାରିଫ୍ ବୃଦ୍ଧି କରିବା ପରେ ଏବେ ଚୀନ୍‌ର ବାଣିଜ୍ୟ ମନ୍ତ୍ରାଳୟ ଆମେରିକାର ଅନେକ ଉତ୍ପାଦ ଉପରେ ଶୁଳ୍କ ବୃଦ୍ଧି କରିଛି। ଆମେରିକାର କୋଇଲା ଏବଂ ଏଲ୍‌ଏନ୍‌ଜି ଉତ୍ପାଦ ଉପରେ ଚୀନ ୧୫% ଶୁଳ୍କ ବୃଦ୍ଧି କରିଛି। ଏହାସହିତ ଅଶୋଧିତ ତୈଳ, କୃଷି ଉପକରଣ, ବଡ଼ କାରଗୁଡ଼ିକ ଉପରେ ୧୦% ଶୁଳ୍କ ଲାଗୁ କରିଛି ଡ୍ରାଗନ। ଏଥିସହିତ ଆମେରିକୀୟ ଇଣ୍ଟର୍‌ନେଟ୍‌ ସର୍ଚ୍ଚ ଇଞ୍ଜିନ୍‌ ‘ଗୁଗଲ’  ଓ ଆପଲ ପ୍ଲେ ଷ୍ଟୋର ବିରୋଧରେ ଯାଞ୍ଚ କରିବ ବୋଲି ଘୋଷଣା କରିଛି। ପଢନ୍

ଆମେରିକା-ଚୀନ ଟ୍ରେଡ୍ ୱାର୍‌, ଭାରତ ପାଇଁ ସୁଯୋଗ ଆଣିପାରେ: ଏକ୍ସପର୍ଟ

ନୂଆଦିଲ୍ଲୀଟ୍ରମ୍ପ ଆମେରିକା ରାଷ୍ଟ୍ରପତି ହେବା ପରେ ତାଙ୍କର ଆମେରିକା ଫାଷ୍ଟ ନୀତି ସାରା ବିଶ୍ୱକୁ ମହଙ୍ଗା ପଡ଼ୁଛି। ବିଶେଷ କରି ଚୀନ ଓ ଆମେରିକା ମୁହାଁମୁହିଁ ହୋଇଛନ୍ତି। ଚୀନ ଉପରେ ଆମେରିକାର ଅତିରିକ୍ତ ୧୦ ପ୍ରତିଶତ ଟାରିଫି ଲଗାଇବା ପରେ ଚୀନ ମଧ୍ୟ ପାଲଟା ଜବାବ ଦେଇଛି। ଆମେରିକାର କୋଇଲା ଓ ତେଲ ଉପରେ ୧୫ ପ୍ରତିଶତ ଟ୍ୟାକ୍ସ ଲଗାଇଛି ଡ୍ରାଗନ। କେବଳ ସେତିକି ନୁହେଁଗୁଗଲ ଓ ଆପଲ ପ୍ଲେ ଷ୍ଟୋର୍ ଉପରେ ମଧ୍ୟ ଚୀନ ତଦନ୍ତ କରିବ ବୋଲି କହିଛି। ଏହି ଦୁଇ ଦେଶ ମଧ୍ୟରେ ଲାଗିଥିବା ଟାରିଫି ଯୁଦ୍ଧ ଭାରତକୁ ଲାଭ ଦେବ ବୋଲି ଆର୍ଥନୀତିଜ୍ଞମାନେ ଅନୁମାନ କରିଛନ୍ତି। 

ମେକ୍ସିକୋ ଏବଂ କାନାଡ଼ା ଉପରେ କଟକଣା ମାସେ ଯାଏ ସ୍ଥଗିତ ରଖିଥିବା ବେଳେ ଚୀନ୍‌ ବିରୋଧରେ ଟ୍ରମ୍ପଙ୍କ ଶୁଳ୍କ ମାଡ଼ ଜାରି ରହିଛି। ଫଳରେ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଘମାଘୋଟ ହୋଇଛି ବାଣିଜ୍ୟ ଯୁଦ୍ଧ । 

ଟ୍ରମ୍ପ ଚୀନ ଉପରେ ଟାରିଫ୍ ବୃଦ୍ଧି କରିବା ପରେ ଏବେ ଚୀନ୍‌ର ବାଣିଜ୍ୟ ମନ୍ତ୍ରାଳୟ ଆମେରିକାର ଅନେକ ଉତ୍ପାଦ ଉପରେ ଶୁଳ୍କ ବୃଦ୍ଧି କରିଛି। ଆମେରିକାର କୋଇଲା ଏବଂ ଏଲ୍‌ଏନ୍‌ଜି ଉତ୍ପାଦ ଉପରେ ଚୀନ ୧୫% ଶୁଳ୍କ ବୃଦ୍ଧି କରିଛି। ଏହାସହିତ ଅଶୋଧିତ ତୈଳକୃଷି ଉପକରଣବଡ଼ କାରଗୁଡ଼ିକ ଉପରେ ୧୦% ଶୁଳ୍କ ଲାଗୁ କରିଛି ଡ୍ରାଗନ। ଏଥିସହିତ ଆମେରିକୀୟ ଇଣ୍ଟର୍‌ନେଟ୍‌ ସର୍ଚ୍ଚ ଇଞ୍ଜିନ୍‌ ଗୁଗଲ’  ଓ ଆପଲ ପ୍ଲେ ଷ୍ଟୋର ବିରୋଧରେ ଯାଞ୍ଚ କରିବ ବୋଲି ଘୋଷଣା କରିଛି। 

ପଢନ୍ତୁ- ପଶ୍ଚିମବଙ୍ଗରେ ୫୦,୦୦୦ କୋଟି ଟଙ୍କା ନିବେଶ କରିବ RIL, ଘୋଷଣା କଲେ ମୁକେଶ ଅମ୍ବାନୀ

ଶୁଳ୍କ ଲଗାଇବା ପରେ ଚୀନ କହିଛି ଆମେରିକାର ଏକତରଫା ଶୁଳ୍କ ବୃଦ୍ଧି ବିଶ୍ୱ ବ୍ୟାପାର ସଂଗଠନର ନିୟମର ଗମ୍ଭୀର ଉଲ୍ଲଂଘନ। ଉଭୟ ଦେଶର ସମସ୍ୟାଗୁଡ଼ିକର ସମାଧାନରେ ଏହା ସହାୟକ ହେବ ନାହିଁ ବରଂ ଏହା ଚୀନ୍‌ ଏବଂ ଆମେରିକା ମଧ୍ୟରେ ଆର୍ଥିକ ଏବଂ ବ୍ୟାପାର ସହଯୋଗକୁ କ୍ଷତି ପହଞ୍ଚାଇବ। ସେପଟେ ଚୀନ ଓ ଆମେରିକାର ଟାରିଫି ଯୁଦ୍ଧ ଏବେ ଭିନ୍ନ ମୋଡ଼ ନେଉଥିବା ଦେଖିବାକୁ ମିଳିଛି। ୟୁଏସ ପୋଷ୍ଟାଲ୍ ସର୍ଭିସ୍ ଚୀନ ଓ ହଂକଂ ପାଇଁ ପାର୍ସଲ ସର୍ଭିସ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦେଇଛି। ପରିବର୍ତ୍ତି ନିର୍ଦ୍ଦେଶ ନ ଆସିବା ଯାଏ ଏହି ଦୁଇ ଦେଶରୁ କୌଣସି ପାର୍ସଲ ଗ୍ରହଣ କରାଯିବ ନାହିଁ ବୋଲି ପୋଷ୍ଟାଲ ବିଭାଗ ପକ୍ଷରୁ କୁହାଯାଇଛି। 

ଆମେରିକା-ଚୀନ ଟ୍ରେଡ୍‌ ୱାର୍‌ରେ ଭାରତକୁ ଫାଇଦା

ଆମେରିକା ଆଉ ଚୀନ୍ ମଧ୍ୟରେ ହେଉଥିବା ଟାରିଫ୍ ଯୁଦ୍ଧ ଭାରତ ପାଇଁ ଏକ ନୂଆ ବାଣିଜ୍ୟିକ ଅବସର ହୋଇପାରେ ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ ଟ୍ରମ୍ପଙ୍କ ପୂର୍ବ କାର୍ଯ୍ୟକାଳରେ ମଧ୍ୟ ଏଭଳି ସ୍ଥିତି ଦେଖା ଦେଇଥିଲା। ଆଉ ସେତେବେଳେ ଭାରତକୁ ବାଣିଜ୍ୟିକ ଲାଭ ମିଳିଥିଲା। ତେବେ ଟ୍ରମ୍ପଙ୍କ ଟାରିଫିରୁ ଭାରତ ମଧ୍ୟ ବର୍ତ୍ତି ନ ଯାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। 

ତଥାପି ଆମେରିକା ଚୀନ ଉପରେ ଟ୍ୟାକ୍ସ ଲଗାଇଲେ ଭାରତକୁ ଆମେରିକାକୁ ଅଧିକ ସାମଗ୍ରୀ ରପ୍ତାନୀ କରିବାର ନୂଆ ଅବସର ମିଳିବ। ଶୁଳ୍କ ବୃଦ୍ଧି କାରଣରୁ ଚୀନ୍‌ର ରପ୍ତାନୀ ଉପରେ ପ୍ରଭାବ ପଡ଼ିବ। ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ୱାସିଂଟନ ଏବଂ ବେଜିଂ ମଧ୍ୟରେ ନୂଆ ବାଣିଜ୍ୟିକ ଯୁଦ୍ଧ କାରଣରୁ ଭାରତକୁ ଇଲେକ୍ଟ୍ରୋନିକ୍ସଔଷଧକପଡ଼ାଅଟୋ ଉପକରଣ ଏବଂ ରସାୟନ ଭଳି କ୍ଷେତ୍ରକୁ ରପ୍ତାନୀରେ ବଡ଼ ଫାଇଦା ହେବ।

ଭାରତ ଏବଂ ଆମେରିକା ମଧ୍ୟରେ ରପ୍ତାନୀ ସ୍ଥିତି ବେଶ୍ ମଜଭୁତ। ଏହା ଲଗାତାର ବୃଦ୍ଧି ପାଉଛି। ଆର୍ଥିକ ବର୍ଷ ୨୦୨୩-୨୪ରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବସ୍ତୁ ବ୍ୟବସାୟ ୧୨୦ ବିଲିୟନ ଡଲାର ଥିଲା।