ସ୍ୱାତି ମାଲିୱାଲଙ୍କୁ ମାଡ଼ ମାମଲା, ବିଭବ କୁମାରଙ୍କ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ: ଆପ ରାଜ୍ୟସଭା ସାଂସଦ ସ୍ବାତି ମାଲିଓ୍ବାଲଙ୍କ ସହ ମାରପିଟ୍ ମାମଲାରେ ଗିରଫ ବିଭବ କୁମାରଙ୍କ ଆବେଦନକୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଏହି ଆବେଦନରେ ବିଭବ ନିଜର ଗିରଫଦାରୀକୁ ବେଆଇନ ବୋଲି କହିବା ସହ ଏହାକୁ ଖାରଜ କରିବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ। ହେଲେ ଦିଲ୍ଲୀ ହାଇକୋର୍ଟ ବିଚାରପତି ନୀନା ଭଂସଲ କୃଷ୍ଣାଙକ କୋର୍ଟ ଯାଚିକା ଖାରଜ କରିଛନ୍ତି।ଆବେଦନରେ ବିଭବ କୁମାର କହିଥିଲେ ଯେ, ଏହି ଗିରଫଦାରୀରେ ଆଇନଗତ ପ୍ରକ୍ରିୟାର ପାଳନ ହୋଇନାହିଁ। ଆଇପିସି ଧାରା ୪୧ ଏର ଉଲ୍ଲଘଂନ କରାଯାଇଛି। କିନ୍ତୁ କୋର୍ଟରେ ଶୁଣାଣି ସମୟରେ ଦିଲ୍ଲୀ ପୋଲିସ ବିଭବ କୁମାରଙ୍କ ଏହି ଆବେଦନର କଡ଼ା ବିରୋଧ କରିଥିଲା। ଦିଲ୍ଲୀ ପୋଲିସ କହିଥିଲା ତାଙ୍କୁ ଆଇନ ଅନୁଯାୟୀ ହିଁ ଗିରଫ କରାଯାଇଥିଲା। ମେ ୧୬ରେ ଆଇପିସିର ବିଭିନ୍ନ ଧାରା ଅନୁଯାୟୀ, ପ୍ରାଥମିକ ମାମଲା ରୁଜୁ କରାଯାଇଥିଲା। ସୂଚନାଥାଉକି, ମେ ୧୩ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଘରେ ସ୍ବାତି ମାଲିଓ୍ବାଲ ଉପରେ କଥିତ ଭାବରେ ଆକ୍ରମଣ କରିବା ଅଭିଯୋଗ ଲଗାଇଥିଲେ। ଏହା ପରେ ପୋଲିସ ମେ ୧୮ରେ ଗିରଫ କରିଥିଲା। ବର୍ତ୍ତମାନ ବିଭବ କୁମାର ନ୍ୟାୟିକ ହେପାଜତରେ ଅଛନ୍ତି। ତାଙ୍କର ଜାମିନ ଯାଚିକାକୁ ପ୍ରଥମେ ଟ୍ରାଏଲ କୋର୍ଟ ଖାରଜ କରିଥିଲେ ଆଉ ଏବେ ହାଇକୋର୍ଟ ମଧ୍ୟ ଖାରଜ କରିଛନ୍ତି। ଯେତେବେଳେକି ଏହି ମାମଲା ସୁପ୍ରିମକୋର୍ଟରେ ରହିଛି।
ନୂଆଦିଲ୍ଲୀ: ଆପ ରାଜ୍ୟସଭା ସାଂସଦ ସ୍ବାତି ମାଲିଓ୍ବାଲଙ୍କ ସହ ମାରପିଟ୍ ମାମଲାରେ ଗିରଫ ବିଭବ କୁମାରଙ୍କ ଆବେଦନକୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଏହି ଆବେଦନରେ ବିଭବ ନିଜର ଗିରଫଦାରୀକୁ ବେଆଇନ ବୋଲି କହିବା ସହ ଏହାକୁ ଖାରଜ କରିବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ। ହେଲେ ଦିଲ୍ଲୀ ହାଇକୋର୍ଟ ବିଚାରପତି ନୀନା ଭଂସଲ କୃଷ୍ଣାଙକ କୋର୍ଟ ଯାଚିକା ଖାରଜ କରିଛନ୍ତି।
ଆବେଦନରେ ବିଭବ କୁମାର କହିଥିଲେ ଯେ, ଏହି ଗିରଫଦାରୀରେ ଆଇନଗତ ପ୍ରକ୍ରିୟାର ପାଳନ ହୋଇନାହିଁ। ଆଇପିସି ଧାରା ୪୧ ଏର ଉଲ୍ଲଘଂନ କରାଯାଇଛି। କିନ୍ତୁ କୋର୍ଟରେ ଶୁଣାଣି ସମୟରେ ଦିଲ୍ଲୀ ପୋଲିସ ବିଭବ କୁମାରଙ୍କ ଏହି ଆବେଦନର କଡ଼ା ବିରୋଧ କରିଥିଲା। ଦିଲ୍ଲୀ ପୋଲିସ କହିଥିଲା ତାଙ୍କୁ ଆଇନ ଅନୁଯାୟୀ ହିଁ ଗିରଫ କରାଯାଇଥିଲା। ମେ ୧୬ରେ ଆଇପିସିର ବିଭିନ୍ନ ଧାରା ଅନୁଯାୟୀ, ପ୍ରାଥମିକ ମାମଲା ରୁଜୁ କରାଯାଇଥିଲା।
ସୂଚନାଥାଉକି, ମେ ୧୩ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଘରେ ସ୍ବାତି ମାଲିଓ୍ବାଲ ଉପରେ କଥିତ ଭାବରେ ଆକ୍ରମଣ କରିବା ଅଭିଯୋଗ ଲଗାଇଥିଲେ। ଏହା ପରେ ପୋଲିସ ମେ ୧୮ରେ ଗିରଫ କରିଥିଲା। ବର୍ତ୍ତମାନ ବିଭବ କୁମାର ନ୍ୟାୟିକ ହେପାଜତରେ ଅଛନ୍ତି। ତାଙ୍କର ଜାମିନ ଯାଚିକାକୁ ପ୍ରଥମେ ଟ୍ରାଏଲ କୋର୍ଟ ଖାରଜ କରିଥିଲେ ଆଉ ଏବେ ହାଇକୋର୍ଟ ମଧ୍ୟ ଖାରଜ କରିଛନ୍ତି। ଯେତେବେଳେକି ଏହି ମାମଲା ସୁପ୍ରିମକୋର୍ଟରେ ରହିଛି।