ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ନାଟକୀୟ ମୋଡ଼, ଲଢିବେନି ଜୋ ବାଇଡେନ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଆସିଛି ନାଟକୀୟ ମୋଡ଼। ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଲଢିବେ ନାହିଁ ଜୋ ବାଇଡେନ। ରବିବାର ଚିଠି ଲେଖି ଏହାର ଘୋଷଣା କରିଛନ୍ତି ଖୋଦ୍ ବାଇଡେନ। ବର୍ତ୍ତମାନ ରାଷ୍ଟ୍ରପତି ଥିବା ବାଇଡେନ ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରୁ ଓହରି ଯାଇଛନ୍ତି। ଏହା ସହିତ ସେ ଆସନ୍ତା ସପ୍ତାହରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଗତ ଅନେକ ଦିନ ଧରି ଏହି ଚର୍ଚ୍ଚା ଲାଗି ରହିଥିଲା ଯେ, ଜୋ ବାଇଡେନ ଚଳିତ ବର୍ଷ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବେ କି ନାହିଁ ? ଏହି ପ୍ରଶ୍ନ ସହିତ ବିଭିନ୍ନ ପ୍ରକାରର କଳ୍ପନା ଜଳ୍ପନା ଲାଗି ରହିଥିଲା। ତାଙ୍କର ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଥିଲା ଯେ, ବାଇଡେନ ଏଥର ନିର୍ବାଚନ ଲଢିବେ ନାହିଁ। ଆଉ ରବିବାର ଏହି ସବୁ ଚର୍ଚ୍ଚା ଉପରେ ବିରାମ ଲାଗିଛି।  ସେ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଲଢିବେ ନାହିଁ ବୋଲି ବାଇଡେନ ଖୋଦ୍ ଘୋଷଣା କରିଛନ୍ତି।ସୂଚନାଯୋଗ୍ୟ, ଡୋନାଲ୍ଡ ଟ୍ରମ୍ପଙ୍କ ସହ ଲାଇଭ ଡିବେଟରେ ହାରିବା ପରେ ବାଇଡେନଙ୍କୁ ବେଶ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମ ସମେତ ଅନେକ ଡେମୋକ୍ରାଟିକ ସାଂସଦ ମଧ୍ୟ ବାଇଡେନଙ୍କୁ ରାଷ୍ଟ୍ରପତି ପଦରୁ ଓହରି ଯିବାକୁ ପରାମର୍ଶ ଦେଇଥିଲେ। ସମସ୍ତ ଡେମୋକ୍ରାଟିକ ସାଂସଦ ବାଇଡେନଙ୍କ ବୟସ ଓ ସାମର୍ଥ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ। ସାଂସଦମାନେ ଆଶଙ୍କା ପ୍ରକାଶ

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ନାଟକୀୟ ମୋଡ଼, ଲଢିବେନି ଜୋ ବାଇଡେନ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଆସିଛି ନାଟକୀୟ ମୋଡ଼। ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଲଢିବେ ନାହିଁ ଜୋ ବାଇଡେନ। ରବିବାର ଚିଠି ଲେଖି ଏହାର ଘୋଷଣା କରିଛନ୍ତି ଖୋଦ୍ ବାଇଡେନ। ବର୍ତ୍ତମାନ ରାଷ୍ଟ୍ରପତି ଥିବା ବାଇଡେନ ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରୁ ଓହରି ଯାଇଛନ୍ତି। ଏହା ସହିତ ସେ ଆସନ୍ତା ସପ୍ତାହରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। 

ଗତ ଅନେକ ଦିନ ଧରି ଏହି ଚର୍ଚ୍ଚା ଲାଗି ରହିଥିଲା ଯେ, ଜୋ ବାଇଡେନ ଚଳିତ ବର୍ଷ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବେ କି ନାହିଁ ? ଏହି ପ୍ରଶ୍ନ ସହିତ ବିଭିନ୍ନ ପ୍ରକାରର କଳ୍ପନା ଜଳ୍ପନା ଲାଗି ରହିଥିଲା। ତାଙ୍କର ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଥିଲା ଯେ, ବାଇଡେନ ଏଥର ନିର୍ବାଚନ ଲଢିବେ ନାହିଁ। ଆଉ ରବିବାର ଏହି ସବୁ ଚର୍ଚ୍ଚା ଉପରେ ବିରାମ ଲାଗିଛି।  ସେ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଲଢିବେ ନାହିଁ ବୋଲି ବାଇଡେନ ଖୋଦ୍ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ଡୋନାଲ୍ଡ ଟ୍ରମ୍ପଙ୍କ ସହ ଲାଇଭ ଡିବେଟରେ ହାରିବା ପରେ ବାଇଡେନଙ୍କୁ ବେଶ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମ ସମେତ ଅନେକ ଡେମୋକ୍ରାଟିକ ସାଂସଦ ମଧ୍ୟ ବାଇଡେନଙ୍କୁ ରାଷ୍ଟ୍ରପତି ପଦରୁ ଓହରି ଯିବାକୁ ପରାମର୍ଶ ଦେଇଥିଲେ। ସମସ୍ତ ଡେମୋକ୍ରାଟିକ ସାଂସଦ ବାଇଡେନଙ୍କ ବୟସ ଓ ସାମର୍ଥ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ। ସାଂସଦମାନେ ଆଶଙ୍କା ପ୍ରକାଶ କରିଥିଲେ ଯେ, ଯଦି ବାଇଡେନ ଟ୍ରମ୍ପଙ୍କ ବିରୋଧରେ ନିର୍ବାଚନ ଲଢନ୍ତି ତେବେ ପାର୍ଟିର ପରାଜୟ ସୁନିଶ୍ଚିତ। କୁହାଯାଉଛି ଚାପର ବଶବର୍ତ୍ତୀ ହୋଇ ବାଇଡେନ ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରୁ ଓହରି ଯାଇଛନ୍ତି।

ଦେଶବାସୀଙ୍କ ଉଦ୍ଦେଶ୍ୟରେ ଜାରି ପତ୍ରରେ ବାଇଡେନ ନିଜ କାର୍ଯ୍ୟକାଳ ସମୟରେ ହୋଇଥିବା କାର୍ଯ୍ୟର ଉଲ୍ଲେଖ କରିଛନ୍ତି। ଏଥିସହ ସମର୍ଥନ କରିଥିବା ସମସ୍ତ ଆମେରିକୀୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବାଇଡେନ କହିଛନ୍ତି ସେ ଦେଶ ଏବଂ ପାର୍ଟିର ହିତ ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି। 

ବାଇଡେନ ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରୁ ଓହରିବା ପରେ ଏବେ ପ୍ରଶ୍ନ ଉଠୁଛି ଯେ,  ରିପବ୍ଲିକନର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ବିପକ୍ଷରେ ଡେମୋକ୍ରାଟିକ ପାର୍ଟି ପକ୍ଷରୁ କିଏ ପ୍ରାର୍ଥୀ ହେବ ? ସଂପ୍ରତି ଏହାର କୌଣସି ଆନୁଷ୍ଠାନିକ ଘୋଷଣା ହୋଇ ନ ଥିଲେ ବି ଉପରାଷ୍ଟ୍ରପତି କମଳା ହ୍ୟାରିସ ଏହି ଦୌଡ଼ରେ ସବୁଠୁ ଆଗରେ ରହିଛନ୍ତି। ସମ୍ଭବତଃ ପାର୍ଟି ହ୍ୟାରିସଙ୍କ ନାଁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଶୀଘ୍ର ଘୋଷଣା କରିପାରେ।