ଆମେରିକା ହ୍ୟୁଷ୍ଟନ୍ରେ ହେବନି ଇସ୍କନର ଅଦିନ ରଥଯାତ୍ରା, ବିରୋଧ ପରେ ଇସ୍କନର ଚେତା ପଶିଲା
ଭୁବନେଶ୍ବର : ଆମେରିକା ହ୍ୟୁଷ୍ଟନରେ ହେବାକୁ ଥିବା ଅଦିନ ରଥଯାତ୍ରାକୁ ବାତିଲ କରିଛି ଇସ୍କନ। ଓଡ଼ିଶା ସମେତ ସମଗ୍ର ବିଶ୍ବରେ ଥିବା ଜଗନ୍ନାଥ ପ୍ରେମୀ ଇସ୍କନର ଏହି କାର୍ଯ୍ୟକୁ ଘୋର ବିରୋଧ କରିବା ପରେ ଇସ୍କନର ଚେତା ପଶିଛି। ଯାହା ପରେ ଅଦିନ ରଥଯାତ୍ରା ହେବନାହିଁ ବୋଲି ପ୍ରେସ ରିଲିଜ୍ ଜରିଆରେ ଇସ୍କନ ପରିଚାଳନା ପରିଷଦ ସୂଚନା ଦେଇଛି। ଆମେରିକା ହ୍ୟୁଷ୍ଟନରେ ରଥଯାତ୍ରା ବଦଳରେ ନିତ୍ୟାଇ ଗୌର ସଂକୀର୍ତ୍ତନ ଯାତ୍ରା ଅନୁଷ୍ଠିତ ହେବ ବୋଲି କହିଛି ଇସ୍କନ […]

ଭୁବନେଶ୍ବର : ଆମେରିକା ହ୍ୟୁଷ୍ଟନରେ ହେବାକୁ ଥିବା ଅଦିନ ରଥଯାତ୍ରାକୁ ବାତିଲ କରିଛି ଇସ୍କନ। ଓଡ଼ିଶା ସମେତ ସମଗ୍ର ବିଶ୍ବରେ ଥିବା ଜଗନ୍ନାଥ ପ୍ରେମୀ ଇସ୍କନର ଏହି କାର୍ଯ୍ୟକୁ ଘୋର ବିରୋଧ କରିବା ପରେ ଇସ୍କନର ଚେତା ପଶିଛି। ଯାହା ପରେ ଅଦିନ ରଥଯାତ୍ରା ହେବନାହିଁ ବୋଲି ପ୍ରେସ ରିଲିଜ୍ ଜରିଆରେ ଇସ୍କନ ପରିଚାଳନା ପରିଷଦ ସୂଚନା ଦେଇଛି। ଆମେରିକା ହ୍ୟୁଷ୍ଟନରେ ରଥଯାତ୍ରା ବଦଳରେ ନିତ୍ୟାଇ ଗୌର ସଂକୀର୍ତ୍ତନ ଯାତ୍ରା ଅନୁଷ୍ଠିତ ହେବ ବୋଲି କହିଛି ଇସ୍କନ ପରିଚାଳନା ପରିଷଦ।
ସୂଚନାଯୋଗ୍ୟ ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟାରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ବଡ଼ଦାଣ୍ଡରେ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ଓହ୍ଲାଇ ଆସନ୍ତି ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ। ଭାଇ, ଭଉଣୀଙ୍କୁ ସାଥିରେ ଧରି ନବଦାନାତ୍ମକ ଯାତ୍ରାରେ ଯାଆନ୍ତି ଶ୍ରୀଗୁଣ୍ଡିଚା ମନ୍ଦିର। ତେବେ ଏହାର ତିଥି ଧାର୍ଯ୍ୟ, ଯାହା ସ୍କନ୍ଦ ପୁରାଣରେ ମହାପ୍ରଭୁଙ୍କ ଦ୍ୱାରା ମଧ୍ୟ ନିର୍ଦ୍ଦେଶିତ। କିନ୍ତୁ ଆମେରିକାର ହଷ୍ଟନ ସହରରେ ଆସନ୍ତା ନଭେମ୍ୱର ୯ରେ ଲିଜନ ପାର୍କରେ ଇସ୍କନ ପକ୍ଷରୁ ରଥଯାତ୍ରା ହେବାକୁ ଯାଇଛି ବୋଲି ଘୋଷଣା କରାଯାଇଥିଲା। ଯାହା ନେଇ ଇସ୍କନର ହଷ୍ଟନ ଶାଖା ପକ୍ଷରୁ ନିଜ ୱେବ୍ସାଇଟ୍ ଓ ସାମାଜିକ ଗଣମାଧ୍ୟମରେ ଏହି ଅଦିନିଆ ରଥଯାତ୍ରା ସମ୍ପର୍କିତ ପୋଷ୍ଟ ବି କରିଥିଲେ। ଏହାକୁ ନେଇ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ, ଭକ୍ତ, ସେବାୟତ ବିରୋଧ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ଏଭଳି ସ୍ଥିତି ଲାଗି ରହିଥିବାବେଳେ ମହାପ୍ରଭୁଙ୍କ ଆଦ୍ୟ ସେବକ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବ ଇସ୍କନକୁ ଚିଠି ଲେଖି ଏଭଳି ଅଦିନିଆ ରଥଯାତ୍ରା ଆୟୋଜନରୁ ବାରଣ କରିଥିଲେ। ହେଲେ ଇସ୍କନ ଚେତା ପଶିନଥିଲା।
ଯାହା ପରେ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଇସ୍କନକୁ ଚେତାବନୀ ଦେଇଥିଲେ। ଆଉ ବରଦାସ୍ତ କରାଯିବନି। ଏଥର ଆମେ ଛାଡ଼ିବୁନି, ବହୁତ ହୋଇଗଲା । ରଥ ଯାତ୍ରା ପାଳନ ନେଇ ଇସ୍କନ କର୍ତ୍ତୃପକ୍ଷଙ୍କ ମନମାନୀ ବିରୋଧରେ ଆଜି ଏପରି ବର୍ଷିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ।