ଆମେରିକାର ପାଲଟା ଶୁଳ୍କର ଜବାବ ରଣନୀତି ପାଇଁ ସଜାଗ ଭାରତ ଓ ୟୁରୋପୀୟ ୟୁନିୟନ: ଆରମ୍ଭ ହୋଇପାରେ ଏଫ୍‌ଟିଏ ବୈଠକ

ନୂଆଦିଲ୍ଲୀ: ଆମେରିକା ପାଲଟା ଶୁଳ୍କ ଘୋଷଣା କରିବା ପରେ ଭାରତ ଏବଂ ୟୁରୋପୀୟ ୟୁନିୟନ(EU) ଦ୍ୱିପାକ୍ଷିକ ବାଣିଜ୍ୟ ଉପରେ ଆଲୋଚନାକୁ ଆଗକୁ ବଢ଼ାଇବାକୁ ଯୋଜନା କରୁଛନ୍ତି। ଆମେରିକା ଭାରତ ଉପରେ ୨୬ ପ୍ରତିଶତ ଏବଂ ୟୁରୋପୀୟ ସଂଘ ଉପରେ ୨୦ ପ୍ରତିଶତ ପାଲଟା ଶୁଳ୍କ ଲଗାଇଛି। ତେଣୁ ଟ୍ରମ୍ପଙ୍କ ଟାରିଫରୁ ବର୍ତ୍ତି ବାଇଁ ବ୍ୟବସାୟର ମୋଡ଼ ପରିବର୍ତ୍ତନ ପାଇଁ ଇୟୁ ଓ ଭାରତ ଖୁବ୍‌ଶୀଘ୍ର ଆଲୋଚନା କରିପାରନ୍ତି। ଭାରତର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଓ ୟୁରୋପୀୟ ଆୟୋଗର ବାଣିଜ୍ୟ ଏବଂ ଆର୍ଥିକ ସୁରକ୍ଷା ଆୟୁକ୍ତ ମାରୋସ୍ ଶେଫଚୋଭିଚ୍ ମଧ୍ୟରେ ଆଲୋଚନା ହୋଇପାରେ। ଯୁକ୍ତରାଷ୍ଟ୍ର ଆମେରିକା ଏହାର ପ୍ରମୁଖ ବାଣିଜ୍ୟିକ ସହଯୋଗୀ ରାଷ୍ଟ୍ରମାନଙ୍କ ଉପରେ ପାଲଟା ଶୁଳ୍କ ଲଗାଇବା ପରେ ଏହା ବିଶ୍ୱ ବାଣିଜ୍ୟ ଯୁଦ୍ଧକୁ ଆହ୍ୱାନ କରିଛି। ଚୀନ୍ ଆମେରିକୀୟ ସାମଗ୍ରୀ ଉପରେ ୩୪ ପ୍ରତିଶତ ପର୍ଯ୍ୟନ୍ତ ଅତିରିକ୍ତ ଶୁଳ୍କ ଘୋଷଣା କରିଥିବା ବେଳେ, ୟୁରୋପୀୟ ସଂଘ ଏହି ନୂଆ ଶୁଳ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଯୋଜନା କରିଛି।ଏଭଳି ଭୂରାଜନୈତିକ ଅନିଶ୍ଚିତତା ଯୋଗୁ ୟୁରୋପୀୟ ଦେଶଗୁଡ଼ିକୁ ଭାରତ ସମେତ ନୂଆ ବଜାର ସନ୍ଧାନରେ ରହିଛନ୍ତି। ଯେହେତୁ ଭାରତ ଏକ ଦ୍ରୁତ ପ୍ରଗତିଶୀଳ ଅର୍ଥନୀତି ତେଣୁ ଏହା ଉପରେ ଅଧିକ ନଜର ରହିଛି। ସେହିପରି ଭାରତ ମଧ୍ୟ ଆମେରିକା ବିକ୍ଳପ ସନ୍ଧାନରେ ରହିଛି। ପଡନ୍ତୁ- ଟ୍ରମ୍ପ ଟାରିଫ୍ ନେଇ ବିଶ୍ୱ ଅର୍ଥନୀତି ହୁଲ୍‌ସ୍ତ

ଆମେରିକାର ପାଲଟା ଶୁଳ୍କର ଜବାବ ରଣନୀତି ପାଇଁ ସଜାଗ ଭାରତ ଓ ୟୁରୋପୀୟ ୟୁନିୟନ: ଆରମ୍ଭ ହୋଇପାରେ ଏଫ୍‌ଟିଏ ବୈଠକ

ନୂଆଦିଲ୍ଲୀ: ଆମେରିକା ପାଲଟା ଶୁଳ୍କ ଘୋଷଣା କରିବା ପରେ ଭାରତ ଏବଂ ୟୁରୋପୀୟ ୟୁନିୟନ(EU) ଦ୍ୱିପାକ୍ଷିକ ବାଣିଜ୍ୟ ଉପରେ ଆଲୋଚନାକୁ ଆଗକୁ ବଢ଼ାଇବାକୁ ଯୋଜନା କରୁଛନ୍ତି। ଆମେରିକା ଭାରତ ଉପରେ ୨୬ ପ୍ରତିଶତ ଏବଂ ୟୁରୋପୀୟ ସଂଘ ଉପରେ ୨୦ ପ୍ରତିଶତ ପାଲଟା ଶୁଳ୍କ ଲଗାଇଛି। ତେଣୁ ଟ୍ରମ୍ପଙ୍କ ଟାରିଫରୁ ବର୍ତ୍ତି ବାଇଁ ବ୍ୟବସାୟର ମୋଡ଼ ପରିବର୍ତ୍ତନ ପାଇଁ ଇୟୁ ଓ ଭାରତ ଖୁବ୍‌ଶୀଘ୍ର ଆଲୋଚନା କରିପାରନ୍ତି। ଭାରତର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଓ ୟୁରୋପୀୟ ଆୟୋଗର ବାଣିଜ୍ୟ ଏବଂ ଆର୍ଥିକ ସୁରକ୍ଷା ଆୟୁକ୍ତ ମାରୋସ୍ ଶେଫଚୋଭିଚ୍ ମଧ୍ୟରେ ଆଲୋଚନା ହୋଇପାରେ। 

ଯୁକ୍ତରାଷ୍ଟ୍ର ଆମେରିକା ଏହାର ପ୍ରମୁଖ ବାଣିଜ୍ୟିକ ସହଯୋଗୀ ରାଷ୍ଟ୍ରମାନଙ୍କ ଉପରେ ପାଲଟା ଶୁଳ୍କ ଲଗାଇବା ପରେ ଏହା ବିଶ୍ୱ ବାଣିଜ୍ୟ ଯୁଦ୍ଧକୁ ଆହ୍ୱାନ କରିଛି। ଚୀନ୍ ଆମେରିକୀୟ ସାମଗ୍ରୀ ଉପରେ ୩୪ ପ୍ରତିଶତ ପର୍ଯ୍ୟନ୍ତ ଅତିରିକ୍ତ ଶୁଳ୍କ ଘୋଷଣା କରିଥିବା ବେଳେ, ୟୁରୋପୀୟ ସଂଘ ଏହି ନୂଆ ଶୁଳ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଯୋଜନା କରିଛି।

ଏଭଳି ଭୂରାଜନୈତିକ ଅନିଶ୍ଚିତତା ଯୋଗୁ ୟୁରୋପୀୟ ଦେଶଗୁଡ଼ିକୁ ଭାରତ ସମେତ ନୂଆ ବଜାର ସନ୍ଧାନରେ ରହିଛନ୍ତି। ଯେହେତୁ ଭାରତ ଏକ ଦ୍ରୁତ ପ୍ରଗତିଶୀଳ ଅର୍ଥନୀତି ତେଣୁ ଏହା ଉପରେ ଅଧିକ ନଜର ରହିଛି। ସେହିପରି ଭାରତ ମଧ୍ୟ ଆମେରିକା ବିକ୍ଳପ ସନ୍ଧାନରେ ରହିଛି। 

ପଡନ୍ତୁ- ଟ୍ରମ୍ପ ଟାରିଫ୍ ନେଇ ବିଶ୍ୱ ଅର୍ଥନୀତି ହୁଲ୍‌ସ୍ତୁଲ୍, ଚଳିତବର୍ଷ ଘାରିବ ମାନ୍ଦାବସ୍ଥା

ଏଫ୍‌ଟି ୨୦୨୫ ପୂରା କରିବାକୁ ଟାର୍ଗେଟ୍  

ଫେବୃଆରୀ ମାସରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେଏନ୍ ୨୦୨୫ ଶେଷ ସୁଦ୍ଧା ଦୀର୍ଘ ଦିନ ଧରି ଜାରି ରହିଥିବା ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ସମାପ୍ତ କରିବାର ଟାର୍ଗେଟ୍ ରଖିଥିଲେ। ଏଫ୍‌ଟିଏ ଚୁକ୍ତି ଚୂଡ଼ାନ୍ତ ହେଲେ ଏହା ଭାରତ ଓ ଇୟୁର ବାଣିଜ୍ୟିକ ସମ୍ପର୍କକୁ ଏକ ନୂଆ ଗତି ଦେବ। ବିଶେଷ କରି ଟାରିଫ ଚାପ ବେଳେ ଏହା ଉଭୟଙ୍କ ଅର୍ଥନୀତୀ ପାଇଁ ଉପଷମ ହେବ।

ବାଣିଜ୍ୟ ଚୁକ୍ତିର ଚୂଡ଼ାନ୍ତକରଣ ଭାରତ-ୟୁରୋପୀୟ ସଂଘ ସମ୍ପର୍କକୁ ଏକ ନୂଆ ଗତି ଦେବ ବୋଲି ଆଶା କରାଯାଉଛି, ବିଶେଷକରି ଦ୍ରୁତ ଗତିରେ ପରିବର୍ତ୍ତିତ ଭୂରାଜନୈତିକ ପରିସ୍ଥିତି ମଧ୍ୟରେ। ଏହି FTA ଆଲୋଚନାର ସମୟ ବହୁତ ଗୁରୁତ୍ୱପୂର୍ଣ୍ଣ ହେବ, କାରଣ ଭାରତ ଏବଂ ଆମେରିକା ମଧ୍ୟ 2025 ଶରତ ସୁଦ୍ଧା ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟକୁ ଚୂଡ଼ାନ୍ତ କରିବା ପାଇଁ ଆଲୋଚନା କରୁଛନ୍ତି। ଏପଟେ ଇଣ୍ଡିଆ ମଧ୍ୟ ଆମେରିକା ସହିତ ବାଣିଜ୍ୟିକ ଚୁକ୍ତିକୁ ୨୦୨୫ ଶରଦ ଋତୁ ମଧ୍ୟରେ ଶେଷ କରିବାକୁ ଚେଷ୍ଟାରେ ରହିଛି। 

ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ FTA ଆଲୋଚନାକୁ ଆଗକୁ ବଢ଼ାଇବାକୁ ୧୧ତମ ପର୍ଯ୍ୟାୟ ଆଲୋଚନା ମେ ୫ରୁ ଆରମ୍ଭ ଦିଲ୍ଲୀରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ୧୦ମ ପର୍ଯ୍ୟାୟ ଆଲୋଚନା ମାର୍ଚ୍ଚ ମାସରେ ବ୍ରସେଲ୍ସରେ ଅନୁଷ୍ଠିତ ହୋଇଥିଲା। ଭାରତ-ୟୁରୋପୀୟ ସଂଘ ବ୍ୟାପକ ବାଣିଜ୍ୟ ଏବଂ ନିବେଶ ଚୁକ୍ତିନାମା (BTIA) ଉପରେ ଆଲୋଚନା ଦୀର୍ଘ ୧୮ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା। ତଥାପି, ୧୫ ପର୍ଯ୍ୟାୟ ଆଲୋଚନା ପରେ, ଦୁଇ ପକ୍ଷ ମତଭେଦ ସମାଧାନ କରିପାରି ନ ଥିବାରୁ ୨୦୧୩ରେ ଆଲୋଚନା ସ୍ଥଗିତ ରହିଲା। ପରବର୍ତ୍ତୀ ସମୟରେ, ଜୁନ୍ ୨୦୨୨ରେ ଆଲୋଚନା ପୁଣି ଆରମ୍ଭ ହୋଇଥିଲା, କିନ୍ତୁ ୯ ଥର ଗଭୀର ଆଲୋଚନା ସତ୍ତ୍ୱେ ମତଭେଦ ଦୂର ହୋଇପାରି ନାହିଁ। 

ପଢନ୍ତୁ- ଚୀନର ପାଲଟା କାର୍ଯ୍ୟାନୁଷ୍ଠାନ ପରେ ଟ୍ରମ୍ପଙ୍କ ଆଟାକ୍: କହିଲେ, ଭୟରେ ଭୁଲ୍ ଚାଲ୍ ଚଳାଇଲା ବେଜିଂ

୨୦୨୩-୨୪ ଆର୍ଥିକ ବର୍ଷରେ, ୟୁରୋପୀୟ ସଂଘକୁ ଭାରତର ସାମଗ୍ରୀ ରପ୍ତାନି ୭୫.୯ ବିଲିୟନ ଡଲାର ଥିଲା, ଯାହା ଭାରତର ମୋଟ ରପ୍ତାନିର ୧୭.୪ ପ୍ରତିଶତ ଥିଲା। ସେହିପରି ଆମଦାନି ୬୧.୫ ବିଲିୟନ ଡଲାର ଥିଲା, ଯାହା ୯ ପ୍ରତିଶତ। ସାମଗ୍ରୀ ବାଣିଜ୍ୟ ଦୃଷ୍ଟିରୁ ଇୟୁ ଭାରତର ଦ୍ୱିତୀୟ ସର୍ବବୃହତ ପାର୍ଟନର।