ଆମେରିକାର ସରକାରୀ ଖର୍ଚ୍ଚରେ ରହୁଛନ୍ତି ବେଆଇନ ପ୍ରବାସୀ

ଓ୍ବାଶିଂଟନ, ୨।୧୨: ନ୍ୟୁୟର୍କ ସହରର ମ୍ୟାନ୍‌ହଟ୍ଟନସ୍ଥିତ ରୁଜଭେଲ୍ଟ ପାଞ୍ଚତାରକା ହୋଟେଲରେ ବେଆଇନ ପ୍ରବାସୀଙ୍କୁ ରଖିବା ପାଇଁ ନ୍ୟୁୟର୍କ ପ୍ରଶାସନ ୨୨୦ ମିଲିୟନ ୟୁଏସ୍‌ ଡଲାର ପ୍ରଦାନ କରିଛି। ଉକ୍ତ ହୋଟେଲ ପାକିସ୍ତାନ ସରକାରଙ୍କ ମାଲିକାନାରେ ରହିଥିବା ନେଇ ଶନିବାର ଏକ ରିପୋର୍ଟ ପ୍ରକାଶ ପାଇଛି। ପ୍ରସିଦ୍ଧ ଆମେରିକୀୟ ଲେଖକ ଜନ ଲେଫେଭ୍ରେ ଏକ୍ସ’ରେ ଏ ସମ୍ପର୍କିତ ସୂଚନା ଦେଇ ଲେଖିଛନ୍ତି, ବେଆଇନ ପ୍ରବାସୀଙ୍କୁ ରଖିବା ପାଇଁ ନ୍ୟୁୟର୍କ ସହର ପ୍ରଶାସନ ରୁଜ୍‌ଭେଲ୍ଟ ହୋଟେଲକୁ ୨୨୦ ମିଲିୟନ ଡଲାର ମୂଲ୍ୟରେ […] The post ଆମେରିକାର ସରକାରୀ ଖର୍ଚ୍ଚରେ ରହୁଛନ୍ତି ବେଆଇନ ପ୍ରବାସୀ appeared first on Dharitri Odia News.

ଆମେରିକାର ସରକାରୀ ଖର୍ଚ୍ଚରେ ରହୁଛନ୍ତି ବେଆଇନ ପ୍ରବାସୀ

ଓ୍ବାଶିଂଟନ, ୨।୧୨: ନ୍ୟୁୟର୍କ ସହରର ମ୍ୟାନ୍‌ହଟ୍ଟନସ୍ଥିତ ରୁଜଭେଲ୍ଟ ପାଞ୍ଚତାରକା ହୋଟେଲରେ ବେଆଇନ ପ୍ରବାସୀଙ୍କୁ ରଖିବା ପାଇଁ ନ୍ୟୁୟର୍କ ପ୍ରଶାସନ ୨୨୦ ମିଲିୟନ ୟୁଏସ୍‌ ଡଲାର ପ୍ରଦାନ କରିଛି। ଉକ୍ତ ହୋଟେଲ ପାକିସ୍ତାନ ସରକାରଙ୍କ ମାଲିକାନାରେ ରହିଥିବା ନେଇ ଶନିବାର ଏକ ରିପୋର୍ଟ ପ୍ରକାଶ ପାଇଛି। ପ୍ରସିଦ୍ଧ ଆମେରିକୀୟ ଲେଖକ ଜନ ଲେଫେଭ୍ରେ ଏକ୍ସ’ରେ ଏ ସମ୍ପର୍କିତ ସୂଚନା ଦେଇ ଲେଖିଛନ୍ତି, ବେଆଇନ ପ୍ରବାସୀଙ୍କୁ ରଖିବା ପାଇଁ ନ୍ୟୁୟର୍କ ସହର ପ୍ରଶାସନ ରୁଜ୍‌ଭେଲ୍ଟ ହୋଟେଲକୁ ୨୨୦ ମିଲିୟନ ଡଲାର ମୂଲ୍ୟରେ ଭଡ଼ାରେ ନେଇଛି। ପାକିସ୍ତାନୀ ଇଣ୍ଟରନ୍ୟାଶନାଲ ଏୟାରଲାଇନ୍ସ ନିକଟରେ ଏହି ହୋଟେଲର ମାଲିକାନା ରହିଛି। ତେବେ ନ୍ୟୁୟର୍କ ସହର ପ୍ରଶାସନ ପକ୍ଷରୁ ଉକ୍ତ ପଦକ୍ଷେପକୁ ଭାରତୀୟ ବଂଶୋଦ୍ଭବ ରିପବ୍ଲିକାନ ନେତା ବିବେକ ରାମାସ୍ବାମୀ ସମାଲୋଚନା କରିଛନ୍ତି। ନ୍ୟୁୟର୍କ ପ୍ରଶାସନର ଏହି ନିଷ୍ପତ୍ତି ପାଗଳାମିକୁ ଦର୍ଶାଉଛି ବୋଲି ସେ କହିଛନ୍ତି। ସହରରେ ବେଆଇନ ପ୍ରବାସୀଙ୍କୁ ରଖିବା ପାଇଁ ନ୍ୟୁୟର୍କର ଟିକସଦାତାମାନେ ସେମାନଙ୍କ ଟିକସକୁ ପ୍ରକୃତରେ ଏକ ବିଦେଶୀ ସରକାରଙ୍କୁ ଦେଉଛନ୍ତି ବୋଲି ରାମାସ୍ବାମୀ କହିଛନ୍ତି। ପ୍ରକାଶ ଯେ, ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ନୂତନ ପ୍ରଶାସନରେ ବିଲିୟନେୟାର ବ୍ୟବସାୟୀ ଏଲନ ମସ୍କଙ୍କ ସହ ରାମାସ୍ବାମୀଙ୍କୁ ‘ଡିପାର୍ଟମେଣ୍ଟ ଅଫ୍‌ ଗଭର୍ନମେଣ୍ଟ ଏଫିସିଏନ୍ସି’ର ସଂଯୁକ୍ତ କାର୍ଯ୍ୟଭାର ପ୍ରଦାନ କରିଛନ୍ତି। ସରକାରୀ ଖର୍ଚ୍ଚରେ ଅପଚୟ ରୋକିବାର ଦାୟିତ୍ୱ ସେମାନଙ୍କୁ ଦିଆଯାଇଛି।

The post ଆମେରିକାର ସରକାରୀ ଖର୍ଚ୍ଚରେ ରହୁଛନ୍ତି ବେଆଇନ ପ୍ରବାସୀ appeared first on Dharitri Odia News.