ଆମେରିକାରୁ ଇଟାଲୀ ଯାଏଁ ତେଜିଲା ପ୍ରତିବାଦର ସ୍ୱର, ଓଲଟା ଝୁଲିଲା ପ୍ରତିମୂର୍ତ୍ତି
ନୂଆଦିଲ୍ଲୀ ୨୩/୦୧: ମସ୍କଙ୍କ ପିଛା ଛାଡୁନି ବିବାଦ । କୋଟିପତି ଟେକ୍ ଜାଏଣ୍ଟ ଏଲୋନ ମସ୍କଙ୍କୁ ନେଇ ଦିନକୁ ଦିନ ନୂଆ ନୂଆ ଚର୍ଚ୍ଚା । ଟ୍ରମ୍ପ ରାଷ୍ଟ୍ରପତି ହେବା ପରଠୁ ସେ ରହିଆସୁଛନ୍ତି ଲାଇମ୍ ଲାଇଟ୍ରେ । ଏବେ ନାଜିଙ୍କୁ ସାଲ୍ୟୁଟ୍ ମାରି ସେ ପୁଣି ଚର୍ଚ୍ଚାରେ ସେ । ଏହା ପରେ ତାଙ୍କୁ ସୋସିଆଲ ମିଡିଆରେ ପ୍ରବଳ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ମସ୍କଙ୍କ ଇଙ୍ଗିତକୁ ନାଜି ସାଲ୍ୟୁଟ୍ ଭାବରେ ବିବେଚନା କରାଯିବାରୁ ଏହି ମାମଲା ଆରମ୍ଭ ହୋଇଥିଲା।DO NOT BELIEVE THE MEDIAThe media is misleading you. Elon Musk never did a Nazi salute. Watch the full video: He simply gestured and said, “Thank you, my heart goes out to you.” pic.twitter.com/e3vBaLoVqx— DogeDesigner (@cb_doge) January 20, 2025ମସ୍କଙ୍କ ଏହି କାର୍ଯ୍ୟକଳାପର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା। ଆଉ ସମାଲୋଚକମାନେ ମସ୍କଙ୍କ ଏହି ଇଙ୍ଗିତକୁ ନାଜି ଜର୍ମାନୀର ଏକ ଫାସିବାଦୀ ପ୍ରତୀକ ଭାବରେ ଦେଖିଲେ । ତଥାପି, ମସ୍କ ଏହି ଅଭିଯୋଗଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସେ କହିଛନ୍ତି, ସତ କହିବାକୁ ଗଲେ, ବିରୋଧୀଙ୍କୁ ସର୍ବଦା କିଛି ଟପିକ୍ ଦରକାର ଗୋଡ ଟାଣିବାକୁ । ହିଟଲରଙ୍କ ସହ ଯୋଡ଼ି କାହାକୁ ଆକ୍ରମଣ କରିବା ଅତ୍
ନୂଆଦିଲ୍ଲୀ ୨୩/୦୧: ମସ୍କଙ୍କ ପିଛା ଛାଡୁନି ବିବାଦ । କୋଟିପତି ଟେକ୍ ଜାଏଣ୍ଟ ଏଲୋନ ମସ୍କଙ୍କୁ ନେଇ ଦିନକୁ ଦିନ ନୂଆ ନୂଆ ଚର୍ଚ୍ଚା । ଟ୍ରମ୍ପ ରାଷ୍ଟ୍ରପତି ହେବା ପରଠୁ ସେ ରହିଆସୁଛନ୍ତି ଲାଇମ୍ ଲାଇଟ୍ରେ । ଏବେ ନାଜିଙ୍କୁ ସାଲ୍ୟୁଟ୍ ମାରି ସେ ପୁଣି ଚର୍ଚ୍ଚାରେ ସେ । ଏହା ପରେ ତାଙ୍କୁ ସୋସିଆଲ ମିଡିଆରେ ପ୍ରବଳ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ମସ୍କଙ୍କ ଇଙ୍ଗିତକୁ ନାଜି ସାଲ୍ୟୁଟ୍ ଭାବରେ ବିବେଚନା କରାଯିବାରୁ ଏହି ମାମଲା ଆରମ୍ଭ ହୋଇଥିଲା।
DO NOT BELIEVE THE MEDIA
The media is misleading you. Elon Musk never did a Nazi salute. Watch the full video: He simply gestured and said, “Thank you, my heart goes out to you.” pic.twitter.com/e3vBaLoVqx— DogeDesigner (@cb_doge) January 20, 2025
ମସ୍କଙ୍କ ଏହି କାର୍ଯ୍ୟକଳାପର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା। ଆଉ ସମାଲୋଚକମାନେ ମସ୍କଙ୍କ ଏହି ଇଙ୍ଗିତକୁ ନାଜି ଜର୍ମାନୀର ଏକ ଫାସିବାଦୀ ପ୍ରତୀକ ଭାବରେ ଦେଖିଲେ । ତଥାପି, ମସ୍କ ଏହି ଅଭିଯୋଗଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସେ କହିଛନ୍ତି, ସତ କହିବାକୁ ଗଲେ, ବିରୋଧୀଙ୍କୁ ସର୍ବଦା କିଛି ଟପିକ୍ ଦରକାର ଗୋଡ ଟାଣିବାକୁ । ହିଟଲରଙ୍କ ସହ ଯୋଡ଼ି କାହାକୁ ଆକ୍ରମଣ କରିବା ଅତ୍ୟନ୍ତ ବିରକ୍ତିକର ହୋଇପଡ଼ିଛି । ସେ ଟ୍ୱିଟ୍ କରି ନିଜର ପ୍ରତିକ୍ରିୟା ରଖିଛନ୍ତି।
ଇଟାଲୀର ମିଲାନର ପ୍ରସିଦ୍ଧ ପିଆଜାଲେ ଲୋରେଟୋରେ ଏକ ଛାତ୍ର ଗୋଷ୍ଠୀ ମସ୍କଙ୍କ ପ୍ରତିମୂର୍ତ୍ତିକୁ ଓଲଟା ଟାଙ୍ଗି ପ୍ରଦର୍ଶନ କରିଥିଲେ । ଏହି ସ୍ଥାନଟି ଐତିହାସିକ ଭାବରେ ଫାସିଷ୍ଟ ନେତା ବେନିଟୋ ମୁସୋଲିନିଙ୍କ ନିର୍ମମତାର ପ୍ରତୀକ । ୧୯୪୫ ମସିହାରେ, ମୁସୋଲିନି ଏବଂ ତାଙ୍କ ସାଥୀମାନଙ୍କୁ ଏହି ସ୍ଥାନରେ ଓଲଟା ଫାଶି ଦିଆଯାଇଥିଲା । ଛାତ୍ର ଗୋଷ୍ଠୀ କାମ୍ବିଆର ରୋଟା ପ୍ରଦର୍ଶନର ଦାୟିତ୍ୱ ନେଇଥିଲେ । ଆଉ ଗୋଟିେ ଗୋଷ୍ଠୀ ମସ୍କଙ୍କୁ ଜଣେ ଫାସିଷ୍ଟ ନେତାଙ୍କ ସହିତ ତୁଳନା କରିଥିଲା।