ଆମେରିକାରେ ଇସ୍ରାଏଲ ଦୂତାବାସ ସାମ୍ନାରେ ଗୁଳିମାଡ଼, ୨ ଇସ୍ରାଏଲୀ ମୃତ

ଆମେରିକାର ୱାଶିଂଟନ ଡିସିରେ ଦୁଇଜଣ ଇସ୍ରାଏଲୀ ନାଗରିକଙ୍କୁ ହତ୍ୟା । ୱାଶିଂଟନ ଡିସିରେ ଥିବା ଯିହୂଦୀ ସଂଗ୍ରହାଳୟ ବାହାରେ ଏକ ଭୟଙ୍କର ଗୁଳିକାଣ୍ଡ ଘଟିଛି । ପୋଲିସ ଆକ୍ରମଣକାରୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ହୋଇଥିବା ବ୍ୟକ୍ତି ଜଣକ ଗିରଫଦାରୀ ସମୟରେ ପାଲେଷ୍ଟାଇନ ପାଇଁ ସ୍ଲୋଗାନ ଦେଇଥିଲେ । ଏହାକୁ ନେଇ ଇସ୍ରାଏଲୀ ଦୂତାବାସ ପ୍ରତିକ୍ରିୟା କହିଛି, ଗୁଳିକାଣ୍ଡରେ ଦୁଇ ଜଣ ଦୂତାବାସ ଅଧିକାରୀ ପ୍ରାଣ ହରାଇଛନ୍ତି । ନ୍ୟୁଜ ଏଜେନ୍ସୀ ମୁତାବକ, ୱାଶିଂଟନ୍ […] The post ଆମେରିକାରେ ଇସ୍ରାଏଲ ଦୂତାବାସ ସାମ୍ନାରେ ଗୁଳିମାଡ଼, ୨ ଇସ୍ରାଏଲୀ ମୃତ appeared first on KNews Odisha.

ଆମେରିକାରେ ଇସ୍ରାଏଲ ଦୂତାବାସ ସାମ୍ନାରେ ଗୁଳିମାଡ଼, ୨ ଇସ୍ରାଏଲୀ ମୃତ
Israel

ଆମେରିକାର ୱାଶିଂଟନ ଡିସିରେ ଦୁଇଜଣ ଇସ୍ରାଏଲୀ ନାଗରିକଙ୍କୁ ହତ୍ୟା । ୱାଶିଂଟନ ଡିସିରେ ଥିବା ଯିହୂଦୀ ସଂଗ୍ରହାଳୟ ବାହାରେ ଏକ ଭୟଙ୍କର ଗୁଳିକାଣ୍ଡ ଘଟିଛି । ପୋଲିସ ଆକ୍ରମଣକାରୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ଗିରଫ ହୋଇଥିବା ବ୍ୟକ୍ତି ଜଣକ ଗିରଫଦାରୀ ସମୟରେ ପାଲେଷ୍ଟାଇନ ପାଇଁ ସ୍ଲୋଗାନ ଦେଇଥିଲେ । ଏହାକୁ ନେଇ ଇସ୍ରାଏଲୀ ଦୂତାବାସ ପ୍ରତିକ୍ରିୟା କହିଛି, ଗୁଳିକାଣ୍ଡରେ ଦୁଇ ଜଣ ଦୂତାବାସ ଅଧିକାରୀ ପ୍ରାଣ ହରାଇଛନ୍ତି ।
ନ୍ୟୁଜ ଏଜେନ୍ସୀ ମୁତାବକ, ୱାଶିଂଟନ୍ ଡିସିରେ ଏକ ବଡ଼ ଗୁଳିବିନିମୟ ହୋଇଛି । ଏହି ଘଟଣାଟି ରାତି ପ୍ରାୟ ୯.୧୫ ସମୟରେ ଘଟିଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ।

ଏହି ଆକ୍ରମଣରେ ଜଣେ ପୁରୁଷ ଏବଂ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଆକ୍ରମଣରେ ମୃତ୍ୟୁବରଣ କରିଥିବା ଉଭୟ ବ୍ୟକ୍ତି ଇସ୍ରାଏଲୀ କୂଟନୀତିଜ୍ଞ ଥିଲେ ।

ଜାତିସଂଘରେ ଇସ୍ରାଏଲର ରାଷ୍ଟ୍ରଦୂତ ଡେନି ଡେନନ୍ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟଟି ସେୟାର କରିଛନ୍ତି । ସେ ଲେଖିଛନ୍ତି, “ଏହି ଘାତକ ଗୁଳିକାଣ୍ଡରେ ଇସ୍ରାଏଲୀ ଦୂତାବାସର କର୍ମଚାରୀ ଆହତ ହୋଇଛନ୍ତି । ଏହାକୁ ଏକ ଘୃଣ୍ୟ ଇହୁଦୀ-ବିରୋଧୀ ଆତଙ୍କବାଦ କାର୍ଯ୍ୟ ବୋଲି କହିଥିଲେ ।

Also Read : ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଗ୍ରୀସ୍, ତୀବ୍ରତା ୬.୧

The post ଆମେରିକାରେ ଇସ୍ରାଏଲ ଦୂତାବାସ ସାମ୍ନାରେ ଗୁଳିମାଡ଼, ୨ ଇସ୍ରାଏଲୀ ମୃତ appeared first on KNews Odisha.