ଆମେରିକାରେ ଡଃ ମୃତ୍ୟୁଞ୍ଜୟ ମହାପାତ୍ର ସମ୍ମାନିତ, ଶୁଭେଚ୍ଛା ଜଣାଇଲେ ନବୀନ
ଭୁବନେଶ୍ବର: ଭାରତୀୟ ପାଣିପାଗ ବିଭାଗର ମାହାନିର୍ଦ୍ଦେଶକ ଡଃ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ବିରୋଧୀ ଦଳ ନେତା ନବୀବନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ଆମେରିକୀୟ ପାଣିପାଗ ସମାଜ ତରଫରୁ ଡଃ ମହାପାତ୍ରଙ୍କୁ ‘ବିଜ୍ଞାନଭିତ୍ତିକ ଓ ବୈଷୟିକ କାର୍ଯ୍ୟକଳାପ ସେବା ପୁରସ୍କାର ୨୦୨୫’ ପ୍ରଦାନ କରାଯାଇଛି। Congratulate #Odisha’s Dr Mrutyunjay Mohapatra, Director General of Meteorology of @Indiametdept on being conferred with Outstanding Service Award, 2025 by American Meteorological Society. He has […]

ଭୁବନେଶ୍ବର: ଭାରତୀୟ ପାଣିପାଗ ବିଭାଗର ମାହାନିର୍ଦ୍ଦେଶକ ଡଃ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ବିରୋଧୀ ଦଳ ନେତା ନବୀବନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ଆମେରିକୀୟ ପାଣିପାଗ ସମାଜ ତରଫରୁ ଡଃ ମହାପାତ୍ରଙ୍କୁ ‘ବିଜ୍ଞାନଭିତ୍ତିକ ଓ ବୈଷୟିକ କାର୍ଯ୍ୟକଳାପ ସେବା ପୁରସ୍କାର ୨୦୨୫’ ପ୍ରଦାନ କରାଯାଇଛି।
Congratulate #Odisha’s Dr Mrutyunjay Mohapatra, Director General of Meteorology of @Indiametdept on being conferred with Outstanding Service Award, 2025 by American Meteorological Society. He has been awarded for enhancing tropical cyclone prediction and warning system. #Odisha…
— Naveen Patnaik (@Naveen_Odisha) January 24, 2025
ଖବର ଅନୁଯାୟୀ, ଭାରତୀୟ ପାଣିପାଗ ବିଭାଗର ମାହାନିର୍ଦ୍ଦେଶକ ଡଃ ମୃତ୍ୟୁଞ୍ଜୟ ମହାପାତ୍ର ଆମେରିକୀୟ ପାଣିପାଗ ସମାଜ ଦ୍ବାରା ପୁରସ୍କୃତ ହୋଇଛନ୍ତି। ଭାରତ ମହାସାଗରରେ କ୍ରାନ୍ତୀୟ ବାତ୍ୟା ସମ୍ପର୍କିତ ବୈଜ୍ଞାନିକ ପଦ୍ଧତିରେ ପୂର୍ବାନୁମାନ ତଥା ପର୍ଯ୍ୟବେକ୍ଷଣ କ୍ଷେତ୍ରରେ ଅତୁଳନୀୟ ନେତୃତ୍ବ ଏବଂ ସେବା ପ୍ରଦାନ ନିମନ୍ତେ ମହାପାତ୍ରଙ୍କୁ ଆମେରିକୀୟ ପାଣିପାଗ ସମାଜ ତରଫରୁ ଡଃ ମହାପାତ୍ରଙ୍କୁ ‘ବିଜ୍ଞାନଭିତ୍ତିକ ଓ ବୈଷୟିକ କାର୍ଯ୍ୟକଳାପ ସେବା ପୁରସ୍କାର ୨୦୨୫’ ପ୍ରଦାନ କରାଯାଇଛି। ଡଃ ମହାପାତ୍ର ବର୍ତ୍ତମାନ ଆଇଏମଡିର ମହାନିର୍ଦ୍ଦେଶକ ସହିତ ବିଶ୍ବ ପାଣିପର ସଂସ୍ଥା (ଡବ୍ଲୁଏମ୍ଓ) ର ଉପାଧ୍ୟକ୍ଷ ରହିଛନ୍ତି । ଭାରତରେ ସେ ‘ସାଇକ୍ଲୋନ୍ ମ୍ୟାନ’ ଭାବେ ପରିଚୟ ପାଇଥିବାବେଳେ ନିଜର ସଠିକ ଆକଳନର ଦକ୍ଷତା ପାଇଁ ବିଶ୍ବରେ ମଧ୍ୟ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।