ଆମେରିକାରେ ପୁଣି ଆକ୍ରମଣ, ନାଇଟ୍‌ କ୍ଲବ ଭିତରେ ଫୁଟିଲା ଗୁଳି

୨୪ ଘଣ୍ଟା ମଧ୍ୟରେ ଆମେରିକାରେ ଏହା ତୃତୀୟ ଘଟଣା।

ଆମେରିକାରେ ପୁଣି ଆକ୍ରମଣ, ନାଇଟ୍‌ କ୍ଲବ ଭିତରେ ଫୁଟିଲା ଗୁଳି

ଆମରିକାରେ ପୁଣି ଆକ୍ରମଣ। ନାଇଟ୍‌ କ୍ଲବ୍‌ ଭିତରେ ଫୁଟିଲା ଗୁଳି। ଏଥିରେ ୧୧ ଜଣ ଆହତ ହୋଇଛନ୍ତି। ନ୍ୟୁ ଓର୍ଲିନ୍ସରେ ହୋଇଥିବା ଆକ୍ରମଣର ୨୪ ଘଣ୍ଟା ଭିତରେ ପୁଣି ଏହି ଆକ୍ରମଣ ହୋଇଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।

ନ୍ୟୁୟର୍କର କୁଇନ୍ସ ସହରର ଆମାଚୁରୀ ନାଇଟ୍ କ୍ଲବରେ ଏହି ଗୁଳିମାଡ଼ ଘଟିଛି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୂରା ଅଞ୍ଚଳକୁ ସିଲ୍‌ କରି ପୁଲିସ ଯାଞ୍ଚ ଚଳାଇଛି।

ତେବେ ଏହି ଗୁଳିମାଡ଼ କଏ କରିଛି ଓ କାହିଁକି ସେ ନେଇ ନ୍ୟୁୟର୍କ ପୁଲିସ ବିଭାଗ କୌଣସି ସୂଚନା ଦେଇନାହିଁ। ଏହି ନାଇଟ୍ କ୍ଲବ୍‌ଟି ସହରର ସବୁଠାରୁ ଫେମସ୍‌ ନାଇଟ୍ ସ୍ପଟ୍।

ନୂଆବର୍ଷ ପାଳନ ବେଳେ ଆମେରିକାର ନ୍ୟୁ ଓର୍ଲିନ୍ସରେ ବୁଧବାର ଦ୍ରୁତ ଗତିରେ ଏକ ପିକ୍‌ ଅପ୍‌ ଟ୍ରକ ଆସି ଲୋକଙ୍କୁ ଧକ୍କା ଦେଇଥିଲା। ଏହାପରେ ଟ୍ରକ୍‌ର ଡ୍ରାଇଭର ତଳକୁ ଓହ୍ଲାଇ ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଧ କରିଥଇଲେ। ଏଥିରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାର କିଛି ଘଣ୍ଟା ପରେ, ଲାସ୍ ଭେଗାସ୍‌ ସ୍ଥିତ ଟ୍ରମ୍ପ ଇଣ୍ଟରନ୍ୟାସନାଲ ହୋଟେଲ ବାହାରେ ଟେସଲାର ସାଇବରଟ୍ରକ୍‌ରେ ଏକ ବିସ୍ଫୋରଣ ହୋଇଥିଲା। ଏହା ହେଉଛି ତୃତୀୟ ଘଟଣା ଯାହା ଏହି ଘଟଣାର ୨୪ଘଣ୍ଟା ମଧ୍ୟରେ ଘଟିଛି।