ଆମେରିକାରେ ପୁଣି ଜଣେ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କ ମୃତ୍ୟୁ, ଚଳିତ ବର୍ଷର ଚତୁର୍ଥ ମାମଲା

ନୂଆଦିଲ୍ଲୀ : ଆମେରିକାର ଏକ ବିଶ୍ବବିଦ୍ୟାଳୟରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି। ଜଣେ ୨୩ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କର ଇଣ୍ଡିଆନାର ପୁରଡ୍ୟୁ ୟୁନିଭର୍ସିଟିରେ ମୃତ୍ୟୁ ହୋଇଛି। ଏହା ଆମେରିକାରେ ଚଳିତ ବର୍ଷର ଚତୁର୍ଥ ମାମଲା। ମୃତ୍ୟୁ ହୋଇଥିବା ଛାତ୍ରଙ୍କ ନାଁ ସମୀର କମଥ। ସେ ୨୦୨୩ ଅଗଷ୍ଟରେ ମେକାନିକାଲ ଇଞ୍ଜିନିୟରିଂ ମାତଷ୍ଟର୍ସ ଡିଗ୍ରି ଶେଷ କରିଥିଲେ। ଏହି୍ ସମାନ ବିଭାଗରେ ସେ ଅଧିକ ଅଧ୍ୟୟନ ଜାରି ରଖିଥିଲେ। କମଥଙ୍କ ମୃତ୍ୟୁର ତଦନ୍ତ ଜାରି […]

ଆମେରିକାରେ ପୁଣି ଜଣେ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କ ମୃତ୍ୟୁ, ଚଳିତ ବର୍ଷର ଚତୁର୍ଥ ମାମଲା

ନୂଆଦିଲ୍ଲୀ : ଆମେରିକାର ଏକ ବିଶ୍ବବିଦ୍ୟାଳୟରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି। ଜଣେ ୨୩ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କର ଇଣ୍ଡିଆନାର ପୁରଡ୍ୟୁ ୟୁନିଭର୍ସିଟିରେ ମୃତ୍ୟୁ ହୋଇଛି। ଏହା ଆମେରିକାରେ ଚଳିତ ବର୍ଷର ଚତୁର୍ଥ ମାମଲା। ମୃତ୍ୟୁ ହୋଇଥିବା ଛାତ୍ରଙ୍କ ନାଁ ସମୀର କମଥ। ସେ ୨୦୨୩ ଅଗଷ୍ଟରେ ମେକାନିକାଲ ଇଞ୍ଜିନିୟରିଂ ମାତଷ୍ଟର୍ସ ଡିଗ୍ରି ଶେଷ କରିଥିଲେ। ଏହି୍ ସମାନ ବିଭାଗରେ ସେ ଅଧିକ ଅଧ୍ୟୟନ ଜାରି ରଖିଥିଲେ। କମଥଙ୍କ ମୃତ୍ୟୁର ତଦନ୍ତ ଜାରି ରହିଛି। ଅନ୍ୟପକ୍ଷେ ଏହି ସମାନ ବିଶ୍ବବିଦ୍ୟାରଳୟରେ ମଧ୍ୟ ନିକଟରେ ଅନ୍ୟ ଜଣେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇଥିଲା। ଗତ ମାସରେ ନିଲ ଆଚାର୍ଯ୍ୟ ନାମକ ଜଣେ ଭାରତୀୟ ଛାତ୍ର ନିଖୋଜ ହେବାପରେ ତାଙ୍କ ମୃତଦେହ ମିଳିଥିଲା। ସେହିପରି ଚଳିତ ବର୍ଷ ପୃଥକ ଏକ ଘଟଣାରେ ଜଣେ ୨୫ ବର୍ଷୀୟ ଭାରତୀୟ ନାଗରିକଙ୍କର ଜର୍ଜିଆରେ ମୃତ୍ୟୁ ହୋଇଥିଲା। ସେ ଯେଉଁଠାରେ କାମ କରୁଥିଲେ ସେଠାରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ସେହିପରି ଗତ ସପ୍ତାତହରେ ଅନ୍ୟ ଜଣେ ଭାରତୀୟ ଛାତ୍ର ଶ୍ରେୟାସ ରେଡ୍ଡିଙ୍କର ଓହିଓରେ ମୃତ୍ୟୁ ହୋଇଯାଇଥିଲା।