ଆମେରିକାରେ ପୁଣି ବର୍ଜିଲା ବନ୍ଧୁକର ଗୁଳି, ବର୍ମିଂଘମର ନାଇଟ୍ କ୍ଲବ୍ ଫାୟାରିଂରେ ୭ ମୃତ
ନୂଆଦିଲ୍ଲୀ: ଆମେରିକାର ଅଲବାମା ରାଜ୍ୟର ବର୍ମିଂଘମରେ ଏକ ନାଇଟ୍ କ୍ଲବ୍ରେ ଗୁଳିମାଡ଼ ଖବର ସାମନାକୁ ଆସିଛି । ଏଥିରେ ସାତ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି । ବର୍ମିଂଘମ ପୋଲିସର କହିବା ଅନୁସାରେ ଏହି ଘଟଣାରେ ୯ ଜଣ ଆହତ ହୋଇଛନ୍ତି । ଆହତ ସମସ୍ତଙ୍କ ଚିକିତ୍ସା କରାଯାଉଛି, ଯେଉଁଥିରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ରହିଛି । ବର୍ମିଂଘମ ପୋଲିସ ବିଭାଗ ଅନୁସାରେ, ଗୁଳିକାଣ୍ଡ ଖବର ପାଇଁ ପୋଲିସ ୨୭ତମ ଷ୍ଟ୍ରିଟ୍ ନର୍ଥର ୩୪୦୦ ବ୍ଲକ୍ ସ୍ଥିତ ଏକ ନାଇଟ୍ କ୍ଲବରେ ପହଞ୍ଚିଥିଲା । ଏଠାରେ ଅନେକ ଲୋକଙ୍କୁ ଗୁଳି ବାଜିଥିବା ପୋଲିସ ଦେଖିବାକୁ ପାଇଥିଲା ।ପୋଲିସ ଏବେ ଗୁଳିକାଣ୍ଡର କାରଣ ଖୋଜୁଛି । ପୋଲିସ ଅଧିକାରୀ ଟୁମ୍ୟାନ ଫିଟ୍ଜଗେରାଲ୍ଡଙ୍କ କହିବା ଅନୁସାରେ ଜଣେ ସନ୍ଦିଗ୍ଧ ରାସ୍ତାରେ ରହି ନାଇଟ୍ କ୍ଲବ୍ ଉପରେ ପାୟାରିଂ କରିଥିଲା । ବର୍ତ୍ତମାନ ସୁଦ୍ଧା କାହାକୁ ହେପାଜତକୁ ନିଆଯାଇନି । ସଂଘୀୟ ଏଜେନ୍ସିର ତଦନ୍ତରେ ସ୍ଥାନୀୟ ପୋଲିସ ସହଯୋଗ କରୁଛି ।ବିପିଡି ବାୟନ ଜାରି କହିଛି, 'ବର୍ମିଂଘମ ପୋଲିସ ବିଭାଗ ଏହି ଦୁଃଖ ମୁହୂର୍ତ୍ତରେ ଆମ ସମୁଦାୟ ସହ ଛିଡ଼ା ହୋଇଛି, କାରଣ ଆମେ ବର୍ମିଂଘମ ସହରରେ ହିଂସାର କୃତ୍ୟ ଦେଖିଛୁ । ଆମେ ପୀଡିତ, ସେମାନଙ୍କ ପରିବାର ଏବଂ ପ୍ରଭାବିତ ସମସ୍ତ ଲୋକଙ୍କ ପ୍ରତି ସମବେଦନା ବ୍ୟକ୍ତ କରୁଛୁ । ଏଭଳି ବିପର୍ଯ୍ୟୟ ସତ୍ତ୍ୱେ, ଆମେ ପୀଡିତଙ୍କୁ ନ୍ୟାୟ ଦେବାର ନିଜ ମିଶନରେ ଦୃଢ ଅଛି । ଆମେ ଦୋଷୀଙ୍କୁ ଧରି କା
ନୂଆଦିଲ୍ଲୀ: ଆମେରିକାର ଅଲବାମା ରାଜ୍ୟର ବର୍ମିଂଘମରେ ଏକ ନାଇଟ୍ କ୍ଲବ୍ରେ ଗୁଳିମାଡ଼ ଖବର ସାମନାକୁ ଆସିଛି । ଏଥିରେ ସାତ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି । ବର୍ମିଂଘମ ପୋଲିସର କହିବା ଅନୁସାରେ ଏହି ଘଟଣାରେ ୯ ଜଣ ଆହତ ହୋଇଛନ୍ତି । ଆହତ ସମସ୍ତଙ୍କ ଚିକିତ୍ସା କରାଯାଉଛି, ଯେଉଁଥିରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ରହିଛି । ବର୍ମିଂଘମ ପୋଲିସ ବିଭାଗ ଅନୁସାରେ, ଗୁଳିକାଣ୍ଡ ଖବର ପାଇଁ ପୋଲିସ ୨୭ତମ ଷ୍ଟ୍ରିଟ୍ ନର୍ଥର ୩୪୦୦ ବ୍ଲକ୍ ସ୍ଥିତ ଏକ ନାଇଟ୍ କ୍ଲବରେ ପହଞ୍ଚିଥିଲା । ଏଠାରେ ଅନେକ ଲୋକଙ୍କୁ ଗୁଳି ବାଜିଥିବା ପୋଲିସ ଦେଖିବାକୁ ପାଇଥିଲା ।
ପୋଲିସ ଏବେ ଗୁଳିକାଣ୍ଡର କାରଣ ଖୋଜୁଛି । ପୋଲିସ ଅଧିକାରୀ ଟୁମ୍ୟାନ ଫିଟ୍ଜଗେରାଲ୍ଡଙ୍କ କହିବା ଅନୁସାରେ ଜଣେ ସନ୍ଦିଗ୍ଧ ରାସ୍ତାରେ ରହି ନାଇଟ୍ କ୍ଲବ୍ ଉପରେ ପାୟାରିଂ କରିଥିଲା । ବର୍ତ୍ତମାନ ସୁଦ୍ଧା କାହାକୁ ହେପାଜତକୁ ନିଆଯାଇନି । ସଂଘୀୟ ଏଜେନ୍ସିର ତଦନ୍ତରେ ସ୍ଥାନୀୟ ପୋଲିସ ସହଯୋଗ କରୁଛି ।
ବିପିଡି ବାୟନ ଜାରି କହିଛି, 'ବର୍ମିଂଘମ ପୋଲିସ ବିଭାଗ ଏହି ଦୁଃଖ ମୁହୂର୍ତ୍ତରେ ଆମ ସମୁଦାୟ ସହ ଛିଡ଼ା ହୋଇଛି, କାରଣ ଆମେ ବର୍ମିଂଘମ ସହରରେ ହିଂସାର କୃତ୍ୟ ଦେଖିଛୁ । ଆମେ ପୀଡିତ, ସେମାନଙ୍କ ପରିବାର ଏବଂ ପ୍ରଭାବିତ ସମସ୍ତ ଲୋକଙ୍କ ପ୍ରତି ସମବେଦନା ବ୍ୟକ୍ତ କରୁଛୁ । ଏଭଳି ବିପର୍ଯ୍ୟୟ ସତ୍ତ୍ୱେ, ଆମେ ପୀଡିତଙ୍କୁ ନ୍ୟାୟ ଦେବାର ନିଜ ମିଶନରେ ଦୃଢ ଅଛି । ଆମେ ଦୋଷୀଙ୍କୁ ଧରି କାଠଗଡ଼ାକୁ ଆଣିବା ପାଇଁ ସବୁ ସମ୍ଭବ ପ୍ରୟାସ କରିବୁ ।'