ଆମେରିକାରେ ବଡ଼ ବିମାନ ଦୁର୍ଘଟଣା

ନନ୍ଦିଘୋଷ ବ୍ୟୁରୋ: ଆମେରିକାରେ ବଡ଼ ବିମାନ ଦୁର୍ଘଟଣା। ହେଲିକପ୍ଟର ସହ ଏକ ବିମାନର ଧକ୍କା ହୋଇଛି। ରୋନାଲ୍ଡ ରେଗନ ଏୟାରପୋର୍ଟ... The post ଆମେରିକାରେ ବଡ଼ ବିମାନ ଦୁର୍ଘଟଣା appeared first on .

ଆମେରିକାରେ ବଡ଼ ବିମାନ ଦୁର୍ଘଟଣା

ନନ୍ଦିଘୋଷ ବ୍ୟୁରୋ: ଆମେରିକାରେ ବଡ଼ ବିମାନ ଦୁର୍ଘଟଣା। ହେଲିକପ୍ଟର ସହ ଏକ ବିମାନର ଧକ୍କା ହୋଇଛି। ରୋନାଲ୍ଡ ରେଗନ ଏୟାରପୋର୍ଟ ନିକଟରେ ଏକ ବିମାନ ଅବତରଣ କରିବା ସମୟରେ ହେଲିକପ୍ଟରକୁ ଧକ୍କା ଦେଇଥିଲା। ଏଥିରେ ୩ ଜଣଙ୍କ ମୃତ୍ଯୁ ହୋଇଥିବା ସୂଚନା ମିଳିଛି।  ଦୁର୍ଘଟଣା ପରେ ବିମାନଟି ପୋଟୋମେକ୍ ନଦୀକୁ ଖସି ପଡିଥିଲା। ବିମାନଟି ଆମେରିକାର କାନସାସ ସହରରୁ ରାଜଧାନୀ ୱାସିଂଟନ ଆସୁଥିଲା। ବିମାନରେ ୬୦ ଜଣ ଯାତ୍ରୀ ଥିବା ଜଣାପଡିଛି। ଆମେରିକା ହ୍ଵାଇଟ ହାଉସ ନିକଟରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟର ସହ ବିମାନ ଧକ୍କା ପରେ ବିମାନଟି ନଦୀରେ ଏମର୍ଜେନ୍ସି ଲ୍ଯାଣ୍ଡିଂ କରିଥିଲା। ଦୁର୍ଘଟଣା ପରେ ପୋଟୋମେକ ନଦୀରେ ରେସକ୍ଯୁ ଅପରେସନ ଜାରି ରହିଛି।

The post ଆମେରିକାରେ ବଡ଼ ବିମାନ ଦୁର୍ଘଟଣା appeared first on .