ଆମେରିକାରେ ଭାରତୀୟ ନୃତ୍ୟଶିଳ୍ପୀଙ୍କୁ ଗୁଳିକରି ହତ୍ୟା, ମୋଦିଙ୍କୁ ଗୁହାରି କଲେ ‘ଗୋପି ବୋହୂ’

ନୂଆଦିଲ୍ଲୀ,୨।୩: ଆମେରିକାରେ ପୁଣି ଜଣେ ଭାରତୀୟଙ୍କୁ ଗୁଳିକରି ହତ୍ୟା। କୋଲକାତାର ଭରତନାଟ୍ୟମ ଓ କୁଚିପୁଡି ଡ୍ୟାନ୍ସର ଅମରନାଥ ଘୋଷଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏନେଇ ଲୋକପ୍ରିୟ ଟେଲି ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଜୀ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି। ଅମରନାଥ ତାଙ୍କ ବନ୍ଧୁ ଥିବା ସେ କହିଛନ୍ତି। ସୂଚନାନୁଯାୟୀ, ଅମରନାଥ ସେଣ୍ଟ ଲୁଇସ୍‌ର ୱାଶିଂଟନ ବିଶ୍ୱବିଦ୍ୟାଳୟରେ ନୃତ୍ୟରେ ମାଷ୍ଟର ଅଫ୍‌ ଫାଇନ୍‌ ଆର୍ଟସ ପଢ଼ୁଥିଲେ। ମଙ୍ଗଳବାର ସାରେ ସେ ସାଭ୍ରମଣରେ ବାହାରିଥିଲେ। ଏହି ସମୟରେ ଜଣେ […] The post ଆମେରିକାରେ ଭାରତୀୟ ନୃତ୍ୟଶିଳ୍ପୀଙ୍କୁ ଗୁଳିକରି ହତ୍ୟା, ମୋଦିଙ୍କୁ ଗୁହାରି କଲେ ‘ଗୋପି ବୋହୂ’ appeared first on Dharitri Odia News.

ଆମେରିକାରେ ଭାରତୀୟ ନୃତ୍ୟଶିଳ୍ପୀଙ୍କୁ ଗୁଳିକରି ହତ୍ୟା, ମୋଦିଙ୍କୁ ଗୁହାରି କଲେ ‘ଗୋପି ବୋହୂ’

ନୂଆଦିଲ୍ଲୀ,୨।୩: ଆମେରିକାରେ ପୁଣି ଜଣେ ଭାରତୀୟଙ୍କୁ ଗୁଳିକରି ହତ୍ୟା। କୋଲକାତାର ଭରତନାଟ୍ୟମ ଓ କୁଚିପୁଡି ଡ୍ୟାନ୍ସର ଅମରନାଥ ଘୋଷଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏନେଇ ଲୋକପ୍ରିୟ ଟେଲି ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଜୀ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି। ଅମରନାଥ ତାଙ୍କ ବନ୍ଧୁ ଥିବା ସେ କହିଛନ୍ତି।

ସୂଚନାନୁଯାୟୀ, ଅମରନାଥ ସେଣ୍ଟ ଲୁଇସ୍‌ର ୱାଶିଂଟନ ବିଶ୍ୱବିଦ୍ୟାଳୟରେ ନୃତ୍ୟରେ ମାଷ୍ଟର ଅଫ୍‌ ଫାଇନ୍‌ ଆର୍ଟସ ପଢ଼ୁଥିଲେ। ମଙ୍ଗଳବାର ସାରେ ସେ ସାଭ୍ରମଣରେ ବାହାରିଥିଲେ। ଏହି ସମୟରେ ଜଣେ ଅଜ୍ଞାତ ବନ୍ଧୁକଧାରୀ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ତେବେ ଅମରନାଥ ଘୋଷଙ୍କ ମୃତ୍ୟୁକୁ ନେଇ ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଜୀ ଏକ ପୋଷ୍ଟ କରି ଆମେରିକାରେ ଥିବା ଭାରତୀୟ ଦୂତାବାସ, ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହାୟତା ଲୋଡିଛନ୍ତି। ସେ ଏହି ମାମଲାର ଯାଞ୍ଚ କରିବା ପାଇଁ ଦାବି କରିଛନ୍ତି।

ଦେବୋଲିନାଙ୍କ କହିବା ମୁତାବକ, ଅମରନାଥ ତାଙ୍କ ପରିବାରର ଗୋଟିଏ ମାତ୍ର ସଦସ୍ୟ ଥିଲେ। ପିଲାଦିନରୁ ବାପାଙ୍କୁ ହରାଇଥିବା ବେଳେ ତିନି ବର୍ଷ ପୂର୍ବେ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଥିଲା। ଏବେ ତାଙ୍କୁ ଆମେରିକାରେ ହତ୍ୟା କରାଯାଇଛି। ତାଙ୍କୁ କିଏ ଓ କାହିଁକି ହତ୍ୟା କରିଛି ତାହା ଏଯାଏ ଜଣାପଡିନାହିଁ। ହେଲେ ତାଙ୍କ ମୃତଦେହକୁ ଭାରତକୁ ଫେରାଇ ଆଣିବାକୁ ତାଙ୍କ ସାଙ୍ଗସାଥୀମାନେ ନିବେଦନ କରିଛନ୍ତି।

ଅପରପକ୍ଷେ ଭାରତର ମହାବାଣିଜ୍ୟ ଦୂତାବାସ ଅମରନାଥ ଘୋଷଙ୍କ ହତ୍ୟାକୁ ନେଇ ଦୁଃଖ ପ୍ରକାଶ କରିଛି। ଏହି ମାମଲାରେ ଫରେନ୍ସିକ ଓ ପୋଲିସ ମିଶି ଯାଞ୍ଚ କରୁଛି। ଯଥା ସମ୍ଭବ ଏହି ମାମଲାରେ ସହାୟତା ପ୍ରଦାନ କରିବାକୁ ପୂରା ଚେଷ୍ଟା କରିବୁ ବୋଲି କୁହାଯାଇଛି।

 

 

The post ଆମେରିକାରେ ଭାରତୀୟ ନୃତ୍ୟଶିଳ୍ପୀଙ୍କୁ ଗୁଳିକରି ହତ୍ୟା, ମୋଦିଙ୍କୁ ଗୁହାରି କଲେ ‘ଗୋପି ବୋହୂ’ appeared first on Dharitri Odia News.