ଆମେରିକାରେ ଭାରତୀୟ ମୂଳ ବାସିନ୍ଦା ଛାତ୍ରଙ୍କୁ ୫୧ ମାସ ଜେଲଦଣ୍ଡ
ଓ୍ବାଶିଂଟନ/ନୂଆଦିଲ୍ଲୀ,୧୫।୨: ଆମେରିକାର ଜଣେ ୨୪ ବର୍ଷୀୟ ଭାରତୀୟ ମୂଳ ବାସିନ୍ଦା ଛାତ୍ରଙ୍କୁ ଆମେରିକୀୟ ମହିଳାଙ୍କୁ ଠକିବା ଅଭିଯୋଗରେ ୫୧ମାସ ଜେଲ ଦଣ୍ଡାଦେଶ ହୋଇଛି। ସୂଚନାଯୋଗ୍ୟ, ବାଳକ କମ୍ପ୍ୟୁଟର ହ୍ୟାକିଂ ମାଧ୍ୟମରେ ୧୫୦,୦୦୦ ଆମେରିକୀୟ ଡଲାର ମହିଳାଙ୍କୁ ଠକିଥିଲେ। ଏହି ଛାତ୍ର ଜଣଙ୍କ ସୁଖଦେବ ବୈଦ୍ୟ ବୋଲି ଜଣାପଡିଛି। ଗତ ବର୍ଷ ଡିସେମ୍ବରରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ସେ ଅନ୍ତର୍ଜାତୀୟ କମ୍ପ୍ୟୁଟର ହ୍ୟାକିଂ ମାଧ୍ୟମରେ ମହିଳାଙ୍କୁ ଟାର୍ଗେଟ କରିଥିଲେ ଏବଂ ତାଙ୍କୁ ୧.୨ନିୟୁତ ଆମେରିକୀୟ ଡଲାର ଠକିଥିଲେ। […] The post ଆମେରିକାରେ ଭାରତୀୟ ମୂଳ ବାସିନ୍ଦା ଛାତ୍ରଙ୍କୁ ୫୧ ମାସ ଜେଲଦଣ୍ଡ appeared first on Dharitri Odia News.
ଓ୍ବାଶିଂଟନ/ନୂଆଦିଲ୍ଲୀ,୧୫।୨: ଆମେରିକାର ଜଣେ ୨୪ ବର୍ଷୀୟ ଭାରତୀୟ ମୂଳ ବାସିନ୍ଦା ଛାତ୍ରଙ୍କୁ ଆମେରିକୀୟ ମହିଳାଙ୍କୁ ଠକିବା ଅଭିଯୋଗରେ ୫୧ମାସ ଜେଲ ଦଣ୍ଡାଦେଶ ହୋଇଛି। ସୂଚନାଯୋଗ୍ୟ, ବାଳକ କମ୍ପ୍ୟୁଟର ହ୍ୟାକିଂ ମାଧ୍ୟମରେ ୧୫୦,୦୦୦ ଆମେରିକୀୟ ଡଲାର ମହିଳାଙ୍କୁ ଠକିଥିଲେ।
ଏହି ଛାତ୍ର ଜଣଙ୍କ ସୁଖଦେବ ବୈଦ୍ୟ ବୋଲି ଜଣାପଡିଛି। ଗତ ବର୍ଷ ଡିସେମ୍ବରରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ସେ ଅନ୍ତର୍ଜାତୀୟ କମ୍ପ୍ୟୁଟର ହ୍ୟାକିଂ ମାଧ୍ୟମରେ ମହିଳାଙ୍କୁ ଟାର୍ଗେଟ କରିଥିଲେ ଏବଂ ତାଙ୍କୁ ୧.୨ନିୟୁତ ଆମେରିକୀୟ ଡଲାର ଠକିଥିଲେ।
ବୁଧବାର କୋର୍ଟ କହିଛନ୍ତି ଯେ ଜେଲରୁ ମୁକୁଳିବା ପରେ ଅଭିଯୁକ୍ତଙ୍କୁ କଷ୍ଟମ ଏବଂ ଇମିଗ୍ରେସନ ଏନଫୋର୍ସମେଣ୍ଟ ବ୍ୟୁରୋକୁ ପଠାଯିବ। କ୍ଷତିପୂରଣ ହିସାବରେ ଅଭିଯୁକ୍ତଙ୍କୁ ୧,୨୩୬,୪୭୦ ଡଲାର ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଆମେରିକା ସରକାର ଅଭିଯୋଗ କରିଛନ୍ତି ଯେ ଭାରତର ଏକ ବଡ ଉଦ୍ଦ୍ୟମ ଆମେରିକୀୟ ବରିଷ୍ଠମାନଙ୍କୁ ଟାର୍ଗେଟ କରୁଛି। ଏପର୍ଯ୍ୟନ୍ତ ତାଙ୍କୁ ୧,୨୩୬,୪୭୦ଆମେରିକୀୟ ଡଲାର ଠକେଇ କରାଯାଇଛି। ଏହି ଠକେଇ ଜଣାପଡିବା ପରେ ଏଫବିଆଇ କାର୍ଯ୍ୟ ଆରମ୍ଭ କରି ଅଭିଯୁକ୍ତ ସୁଖଦେବ ବୈଦ୍ୟଙ୍କୁ ଗିରଫ କରିଥିଲା।
The post ଆମେରିକାରେ ଭାରତୀୟ ମୂଳ ବାସିନ୍ଦା ଛାତ୍ରଙ୍କୁ ୫୧ ମାସ ଜେଲଦଣ୍ଡ appeared first on Dharitri Odia News.