ଆମ୍ବ ଟାକୁଆ ଖାଇ ଚାଲିଗଲା ୨ ଜୀବନ, ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଆଉ ୫
ଦାରିଙ୍ଗବାଡ଼ି,୧ା୧୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଏକ ବଡ଼ ଅଘଟଣ ଘଟିଛି। ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଉକ୍ତ ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମ ଦଡ଼ାସାହିର ରୁନୁ ମାଝୀ ଏବଂ ରମିତା ପାଟମାଝୀ। ରୁନୁ ଜଣେ ଦିବ୍ୟାଙ୍ଗ ଯୁବତୀ ହୋଇଥିବା ବେଳେ ଏଭଳି ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏବେ ମଧ୍ୟ ସେହି ଗ୍ରାମର ୫ ଜଣ ମହିଳା ଗୁରୁତର ରହିଥିବା […] The post ଆମ୍ବ ଟାକୁଆ ଖାଇ ଚାଲିଗଲା ୨ ଜୀବନ, ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଆଉ ୫ appeared first on Dharitri Odia News.
ଦାରିଙ୍ଗବାଡ଼ି,୧ା୧୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଏକ ବଡ଼ ଅଘଟଣ ଘଟିଛି। ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଉକ୍ତ ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମ ଦଡ଼ାସାହିର ରୁନୁ ମାଝୀ ଏବଂ ରମିତା ପାଟମାଝୀ। ରୁନୁ ଜଣେ ଦିବ୍ୟାଙ୍ଗ ଯୁବତୀ ହୋଇଥିବା ବେଳେ ଏଭଳି ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏବେ ମଧ୍ୟ ସେହି ଗ୍ରାମର ୫ ଜଣ ମହିଳା ଗୁରୁତର ରହିଥିବା ବେଳେ ସେମାନଙ୍କୁ ପ୍ରଥମେ ବ୍ରାହ୍ମଣୀଗାଁ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଛି। ଖବର ପାଇ ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ ଏବଂ ତହସିଲଦାର ଶରତ ଶବର ମାଣ୍ଡିପଙ୍କା ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। କେଉଁ ପରିସ୍ଥିତିରେ ମାଣ୍ଡିପଙ୍କାର ଏହି ମହିଳାମାନେ ଆମ୍ବ ଟାକୁଆ ଖାଇଲେ ସେ ନେଇ ତଦନ୍ତ କରାଯାଉଥିବା ବିଡିଓ କହିଛନ୍ତି।
ପ୍ରକାଶ ଯେ, ଗତ ୨୯ ତାରିଖରେ ୬ ଟି ପରିବାରର ୮ ଜଣ ଆମ୍ବ ଟାକୁଆକୁ ଜାଉ କରି ଖାଦ୍ୟ ଭାବେ ଖାଇଥିଲେ ଏବଂ ତା’ ପରଦିନ ମଧ୍ୟ ଉକ୍ତ ବାସି ଆମ୍ବ ଟାକୁଆକୁ ପୁନର୍ବାର ଖାଇଥିଲେ। ଫଳରେ ଖାଦ୍ୟ ଖାଇବା ପରେ ସେମାନଙ୍କୁ ପ୍ରଥମେ ବାନ୍ତି ହୋଇଥିଲା। ସମସ୍ତ ଗୁରୁତରଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରଥମେ ଗୁରୁତର ରମିତାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଗୁରୁତରଙ୍କୁ ବ୍ରହ୍ମପୁର ନେବା ସମୟରେ ରୁନୁଙ୍କ ବାଟରେ ମୃତ୍ୟୁ ହୋଇଥିଲା ବୋଲି ପରିବାର ପକ୍ଷରୁ କୁହାଯାଇଛି।
The post ଆମ୍ବ ଟାକୁଆ ଖାଇ ଚାଲିଗଲା ୨ ଜୀବନ, ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଆଉ ୫ appeared first on Dharitri Odia News.