ଆମ୍ବ ତୋଳିବାକୁ ଯାଇଥିଲେ: ହେଲା ବଜ୍ରପାତ
ଟିକିରି/ରାୟଗଡ଼ା,୨୦।୫(ପ୍ରଫୁଲ୍ଲ କୁମାର ବେହେରା/ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ନକଟିଗୁଡା ପଞ୍ଚାୟତ ସାନମାଟିକଣା ଗାଁରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଗାଁର ଡମ୍ବରୁଧର ମାଝିଙ୍କ ସ୍ତ୍ରୀ ହୋଇକା (୩୫)। ମିଳିଥିବା ସୂଚନା ମୁତାବକ, ସାନ ମାଟିକଣା ଗ୍ରାମର କିଛି ଲୋକ ଗାଁ ପାଖ ତୋଟାକୁ ଆମ୍ବ ତୋଳିବାକୁ ଯାଇଥିଲେ। ସେହି ସମୟରେ କାଳବୈଶାଖୀ ପ୍ରଭାବରେ ହଠାତ ଘଡଘଡି ସହ ବର୍ଷା ହୋଇ ବଜ୍ରପାତ ଘଟିଥିଲା। ଫଳରେ […] The post ଆମ୍ବ ତୋଳିବାକୁ ଯାଇଥିଲେ: ହେଲା ବଜ୍ରପାତ appeared first on Dharitri Odia News.
ଟିକିରି/ରାୟଗଡ଼ା,୨୦।୫(ପ୍ରଫୁଲ୍ଲ କୁମାର ବେହେରା/ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ନକଟିଗୁଡା ପଞ୍ଚାୟତ ସାନମାଟିକଣା ଗାଁରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଗାଁର ଡମ୍ବରୁଧର ମାଝିଙ୍କ ସ୍ତ୍ରୀ ହୋଇକା (୩୫)।
ମିଳିଥିବା ସୂଚନା ମୁତାବକ, ସାନ ମାଟିକଣା ଗ୍ରାମର କିଛି ଲୋକ ଗାଁ ପାଖ ତୋଟାକୁ ଆମ୍ବ ତୋଳିବାକୁ ଯାଇଥିଲେ। ସେହି ସମୟରେ କାଳବୈଶାଖୀ ପ୍ରଭାବରେ ହଠାତ ଘଡଘଡି ସହ ବର୍ଷା ହୋଇ ବଜ୍ରପାତ ଘଟିଥିଲା। ଫଳରେ ଘଟଣାସ୍ଥଳରେ ହୋଇକାଙ୍କ ମୃତ୍ୟୁ ଘଟିଥିଲା।
The post ଆମ୍ବ ତୋଳିବାକୁ ଯାଇଥିଲେ: ହେଲା ବଜ୍ରପାତ appeared first on Dharitri Odia News.