ଆମ୍ବ ବଗିଚାରୁ ମିଳିଲା ମାଈହାତୀର ମୃତଦେହ

ଭବାନୀପାଟଣା/ନର୍ଲା,୧୩ା୯ (ଉତ୍ତମ କୁମାର ଦାଶ/ସନ୍ତୋଷ ପାତ୍ର)- କଳାହାଣ୍ଡି ଜିଲା ନର୍ଲା ରେଞ୍ଜ ଅଧୀନ ରେଗଡିମାଲ ଗାଁ ନିକଟ ଏକ ଆମ୍ବ ବଗିଚାରୁ ଶୁକ୍ରବାର ଏକ ମାଈ ହାତୀର ମୃତଦେହ ଠାବ କରାଯାଇଛି। ସ୍ଥାନୀୟ ଗାଁ ଲୋକେ ହାତୀର ମୃତଦେହ ଦେଖି ନର୍ଲା ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ଏବଂ ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ମୃତ ମାଈ ହାତୀର ବୟସ ୮ରୁ ୯ବର୍ଷ ମଧ୍ୟରେ ହେବ ବୋଲି […] The post ଆମ୍ବ ବଗିଚାରୁ ମିଳିଲା ମାଈହାତୀର ମୃତଦେହ appeared first on Dharitri Odia News.

ଆମ୍ବ ବଗିଚାରୁ ମିଳିଲା ମାଈହାତୀର ମୃତଦେହ

ଭବାନୀପାଟଣା/ନର୍ଲା,୧୩ା୯ (ଉତ୍ତମ କୁମାର ଦାଶ/ସନ୍ତୋଷ ପାତ୍ର)- କଳାହାଣ୍ଡି ଜିଲା ନର୍ଲା ରେଞ୍ଜ ଅଧୀନ ରେଗଡିମାଲ ଗାଁ ନିକଟ ଏକ ଆମ୍ବ ବଗିଚାରୁ ଶୁକ୍ରବାର ଏକ ମାଈ ହାତୀର ମୃତଦେହ ଠାବ କରାଯାଇଛି। ସ୍ଥାନୀୟ ଗାଁ ଲୋକେ ହାତୀର ମୃତଦେହ ଦେଖି ନର୍ଲା ବନ ବିଭାଗକୁ ଖବର ଦେଇଥିଲେ।

ଖବର ପାଇ ବନ ବିଭାଗ କର୍ମଚାରୀ ଏବଂ ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ମୃତ ମାଈ ହାତୀର ବୟସ ୮ରୁ ୯ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ସେହିପରି ମୃତ ହାତୀର ପାଟି, ନାକ ଓ କାନରେ ଦାଗ ଥିବା ଦେଖିବାକୁ ମିଳିଥିଲା। ତେବେ କେଉଁ କାରଣରୁ ହାତୀର ମୃତ୍ୟୁ ହୋଇଛି ତାହା ଅସ୍ପଷ୍ଟ ରହିଛି। ଡାକ୍ତରୀ ଦଳ ପକ୍ଷରୁ ମୃତ ହାତୀର ବ୍ୟବଚ୍ଛେଦ କରାଯାଇଥିବା ବେଳେ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡିବ ବୋଲି ବନବିଭାଗ ପକ୍ଷରୁ ଜଣାପଡିଛି। ଖବର ପାଇବା ପରେ କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ଅଧିକାରୀ ଅନୁରାଗ ମିଶ୍ର ପହଞ୍ଚି ତଦନ୍ତ କରି ଫେରିଛନ୍ତି।

The post ଆମ୍ବ ବଗିଚାରୁ ମିଳିଲା ମାଈହାତୀର ମୃତଦେହ appeared first on Dharitri Odia News.