ଆମ୍ବରୁ ପ୍ରସ୍ତୁତ ଖାଦ୍ୟ ମଧ୍ୟରେ ଶୀର୍ଷରେ 'ଆମ୍ବ ରସ', ବିଶ୍ୱ ସଂସ୍ଥା ଦେଲା ମାନ୍ୟତା

ନୂଆଦିଲ୍ଲୀ: ଆପଣ କେବେ ଗୁଜୁରାଟର ପ୍ରସିଦ୍ଧ ଆମ୍ବ ରସ ଖାଇଛନ୍ତି କି? ? ଯଦି ଖାଇନାହାନ୍ତି, ନିଶ୍ଚିତ ଖାଆନ୍ତୁ। କାହିଁକିନା ଆମ୍ବ ରସ ଦୁନିଆର ସବୁଠୁ ଅଧିକ ବିକ୍ରି ହେଉଥିବା ଆମ୍ବ ଖାଦ୍ୟ ଭାବରେ ପରିଗଣିତ ହୋଇଛି। ଆମ୍ବ ଚଟନି ମଧ୍ୟ ଏହି ତାଲିକାରେ ରହିଛି। ଆମ୍ବରସକୁ ବିଶ୍ୱର ସର୍ବୋଚ୍ଚ ମାନ୍ୟତା ପ୍ରାପ୍ତ ଖାଦ୍ୟ ଭାବରେ ତାଲିକାଭୁକ୍ତ କରିଛି ଟେଷ୍ଟ ଆଟଲାସ୍। ଏହି ତାଲିକାରେ ପଶ୍ଚିମବଙ୍ଗର ଆମ୍ବ ଡାଲି ଏବଂ ମୁମ୍ବାଇର ଅମ୍ବା ମଧ୍ୟ ରହିଛି। ଏହା ବ୍ୟତୀତ ସମସ୍ତଙ୍କ ପ୍ରିୟ ଆମ୍ବ ଚଟନି ତାଲିକାର ପଞ୍ଚମ ସ୍ଥାନରେ ରହିଛି। ଥାଇଲ୍ୟାଣ୍ଡର ଆମ୍ବ ଷ୍ଟିକି ରାଇସ୍ ଦ୍ୱିତୀୟ ସ୍ଥାନରେ ଏବଂ ଫିଲିପାଇନ୍ସର ସୋରେବେଟ୍ସ ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛି। ଆମ୍ବରୁ ତିଆରି ହୁଏ ଆମ୍ବରସ। ମହାରାଷ୍ଟ୍ର, ଗୁଜୁରାଟ ଏବଂ ମଧ୍ୟପ୍ରଦେଶରେ ଏହାର ଚାହିଦା ଅଧିକ ରହିଛି। ଆମ୍ବରସ ପାଚିଲା ଆମ୍ବରୁ ତିଆରି। ଆମ୍ବକୁ ଛେଲାଯାଇ ସେଥିରୁ ଟାକୁଆ ବାହାର କରି ଦିଆଯାଏ। ପରେ ଏହାକୁ ମେସିନ ମାଧ୍ୟମରେ ଚକଟା ଯାଏ। ଏଥିରେ ଚିନି, ଗୁଜୁରାତି ପାଉଡର ଏବଂ କ୍ଷୀର କିମ୍ବା ପାଣି ମିଶାଇ ଏହାକୁ ପ୍ରସ୍ତୁତ କରାଯାଏ। ଏହା ଥଣ୍ଡା ହେବା ପରେ ଖାଇବା ଯୋଗ୍ୟ ହୋଇଥାଏ। କେହି କେହି ଏହାକୁ ଗରମ ପୁରୀ କିମ୍ବା ରୁଟିରେ ଖାଇବାକୁ ପସନ୍ଦ କରନ୍ତି।

ଆମ୍ବରୁ ପ୍ରସ୍ତୁତ ଖାଦ୍ୟ ମଧ୍ୟରେ ଶୀର୍ଷରେ 'ଆମ୍ବ ରସ',  ବିଶ୍ୱ ସଂସ୍ଥା ଦେଲା ମାନ୍ୟତା

ନୂଆଦିଲ୍ଲୀ: ଆପଣ କେବେ ଗୁଜୁରାଟର ପ୍ରସିଦ୍ଧ ଆମ୍ବ ରସ ଖାଇଛନ୍ତି କି? ? ଯଦି ଖାଇନାହାନ୍ତି, ନିଶ୍ଚିତ ଖାଆନ୍ତୁ। କାହିଁକିନା ଆମ୍ବ ରସ ଦୁନିଆର ସବୁଠୁ ଅଧିକ ବିକ୍ରି ହେଉଥିବା ଆମ୍ବ ଖାଦ୍ୟ ଭାବରେ ପରିଗଣିତ ହୋଇଛି। ଆମ୍ବ ଚଟନି ମଧ୍ୟ ଏହି ତାଲିକାରେ ରହିଛି। ଆମ୍ବରସକୁ ବିଶ୍ୱର ସର୍ବୋଚ୍ଚ ମାନ୍ୟତା ପ୍ରାପ୍ତ ଖାଦ୍ୟ ଭାବରେ ତାଲିକାଭୁକ୍ତ କରିଛି ଟେଷ୍ଟ ଆଟଲାସ୍। 

ଏହି ତାଲିକାରେ ପଶ୍ଚିମବଙ୍ଗର ଆମ୍ବ ଡାଲି ଏବଂ ମୁମ୍ବାଇର ଅମ୍ବା ମଧ୍ୟ ରହିଛି। ଏହା ବ୍ୟତୀତ ସମସ୍ତଙ୍କ ପ୍ରିୟ ଆମ୍ବ ଚଟନି ତାଲିକାର ପଞ୍ଚମ ସ୍ଥାନରେ ରହିଛି। ଥାଇଲ୍ୟାଣ୍ଡର ଆମ୍ବ ଷ୍ଟିକି ରାଇସ୍ ଦ୍ୱିତୀୟ ସ୍ଥାନରେ ଏବଂ ଫିଲିପାଇନ୍ସର ସୋରେବେଟ୍ସ ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛି। 

ଆମ୍ବରୁ ତିଆରି ହୁଏ ଆମ୍ବରସ। ମହାରାଷ୍ଟ୍ର, ଗୁଜୁରାଟ ଏବଂ ମଧ୍ୟପ୍ରଦେଶରେ ଏହାର ଚାହିଦା ଅଧିକ ରହିଛି। ଆମ୍ବରସ ପାଚିଲା ଆମ୍ବରୁ ତିଆରି। ଆମ୍ବକୁ ଛେଲାଯାଇ ସେଥିରୁ ଟାକୁଆ ବାହାର କରି ଦିଆଯାଏ। ପରେ ଏହାକୁ ମେସିନ ମାଧ୍ୟମରେ ଚକଟା ଯାଏ। ଏଥିରେ ଚିନି, ଗୁଜୁରାତି ପାଉଡର ଏବଂ କ୍ଷୀର କିମ୍ବା ପାଣି ମିଶାଇ ଏହାକୁ ପ୍ରସ୍ତୁତ କରାଯାଏ। ଏହା ଥଣ୍ଡା ହେବା ପରେ ଖାଇବା ଯୋଗ୍ୟ ହୋଇଥାଏ। କେହି କେହି ଏହାକୁ ଗରମ ପୁରୀ କିମ୍ବା ରୁଟିରେ ଖାଇବାକୁ ପସନ୍ଦ କରନ୍ତି।