ଟି-୨୦ ବିଶ୍ବକପ୍ କାଉଣ୍ଟଡାଉନ, ରବିବାର ଆମେରିକାରୁ ବାଜିବ ମହାକୁମ୍ଭ ବିଗୁଲ୍
ନୂଆଦିଲ୍ଲୀ: ଟି-୨୦ କ୍ରିକେଟ୍ ବିଶ୍ବକପ୍ କାଉଣ୍ଟଡାଉନ ଆରମ୍ଭ । ରବିବାର ଭୋରରୁ ଆମେରିକାରୁ ବାଜିବ ବିଶ୍ବକପ୍ ବିଗୁଲ । ଟେକ୍ସାସର ଡାଲାସରେ ଉଦଘାଟନୀ ମ୍ୟାଚ୍ ଖେଳାଯିବ । ଚଳିତ ବିଶ୍ବକପ୍ ମହାକୁମ୍ଭକୁ ଆମେରିକା ଓ ଓ୍ବେଷ୍ଟଇଣ୍ଡିଜ୍ ମିଳିତ ଭାବେ କରୁଛନ୍ତି । ତେବେ ଆସନ୍ତାକାଲି ଉଦଘାଟନୀ ମ୍ୟାଚ୍ ଆୟୋଜକ ଆମେରିକା ଓ କାଡାନା ମଧ୍ୟରେ ଖେଳାଯିବ । ଭାରତୀୟ ସମୟ ସକାଳ ୬ଟାରୁ ଆରମ୍ଭ ହେବା ମ୍ୟାଚ୍ । ଏହା ପୂର୍ବରୁ ଡାଲାସର ଗ୍ରାଣ୍ଡ୍ ପ୍ରାଇରିଇ ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ଆଜିଠାରୁ ଟିମ୍ ଇଣ୍ଡିଆ ଆଜିଠାରୁ ଟି-୨୦ ବିଶ୍ବକପ୍ ଅଭିଯାନ ଆରମ୍ଭ କରୁଛି । ଜୁନ୍ ପହିଲାରେ ଭାରତର ଏକମାତ୍ର ଅଭ୍ୟାସ ମ୍ୟାଚ୍ ବାଂଲାଦେଶ ବିପକ୍ଷ ଖେଳିବାକୁ ଯାଉଛି । ଆଭିଯାନ ଆରମ୍ଭ ପୂର୍ବରୁ ଭାରତୀୟ ଟିମ୍ ନ୍ୟୁୟର୍କରେ ଜୋରଦାର ପ୍ରସ୍ତୁତି କରିଛି । ଜୁନ ୫ ତାରିଖରେ ଭାରତୀୟ ଦଳ ଆର୍ୟଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ । ସେହିପରି ୯ ଜୁନରେ ପାକିସ୍ତାନ ବିପକ୍ଷରେ ଖେଳିବ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ।ଚଳିତ ଟି- ୨୦ କ୍ରିକେଟ୍ ବିଶ୍ବକପରେ ୨୦ ଦଳ ଭାଗ ନେଇଛନ୍ତି। ଏଥିପାଇଁ ପ୍ରଥମ ଥପ ବିଶ୍ବକପର କଳେବର ବୃଦ୍ଧି ହୋଇଛି । ଏଥର ଓ୍ବର୍ଲ୍ଡକପ୍ରେ ମୋଟ୍ ୫୫ଟି ମ୍ୟାଚ୍ ଖେଳାଯିବ । ଗ୍ରୁପ୍ ପର୍ଯ୍ୟାୟରୁ ଫାଇନାଲ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ୫୫ଟି ମ୍ୟାଚ୍ ମ୍ୟାଚ୍ ଖେଳାଯିବ । ଏଥିପାଇଁ ଆମେରିକାରେ
ନୂଆଦିଲ୍ଲୀ: ଟି-୨୦ କ୍ରିକେଟ୍ ବିଶ୍ବକପ୍ କାଉଣ୍ଟଡାଉନ ଆରମ୍ଭ । ରବିବାର ଭୋରରୁ ଆମେରିକାରୁ ବାଜିବ ବିଶ୍ବକପ୍ ବିଗୁଲ । ଟେକ୍ସାସର ଡାଲାସରେ ଉଦଘାଟନୀ ମ୍ୟାଚ୍ ଖେଳାଯିବ । ଚଳିତ ବିଶ୍ବକପ୍ ମହାକୁମ୍ଭକୁ ଆମେରିକା ଓ ଓ୍ବେଷ୍ଟଇଣ୍ଡିଜ୍ ମିଳିତ ଭାବେ କରୁଛନ୍ତି । ତେବେ ଆସନ୍ତାକାଲି ଉଦଘାଟନୀ ମ୍ୟାଚ୍ ଆୟୋଜକ ଆମେରିକା ଓ କାଡାନା ମଧ୍ୟରେ ଖେଳାଯିବ । ଭାରତୀୟ ସମୟ ସକାଳ ୬ଟାରୁ ଆରମ୍ଭ ହେବା ମ୍ୟାଚ୍ । ଏହା ପୂର୍ବରୁ ଡାଲାସର ଗ୍ରାଣ୍ଡ୍ ପ୍ରାଇରିଇ ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରହିଛି ।
ଅନ୍ୟପଟେ ଆଜିଠାରୁ ଟିମ୍ ଇଣ୍ଡିଆ ଆଜିଠାରୁ ଟି-୨୦ ବିଶ୍ବକପ୍ ଅଭିଯାନ ଆରମ୍ଭ କରୁଛି । ଜୁନ୍ ପହିଲାରେ ଭାରତର ଏକମାତ୍ର ଅଭ୍ୟାସ ମ୍ୟାଚ୍ ବାଂଲାଦେଶ ବିପକ୍ଷ ଖେଳିବାକୁ ଯାଉଛି । ଆଭିଯାନ ଆରମ୍ଭ ପୂର୍ବରୁ ଭାରତୀୟ ଟିମ୍ ନ୍ୟୁୟର୍କରେ ଜୋରଦାର ପ୍ରସ୍ତୁତି କରିଛି । ଜୁନ ୫ ତାରିଖରେ ଭାରତୀୟ ଦଳ ଆର୍ୟଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ । ସେହିପରି ୯ ଜୁନରେ ପାକିସ୍ତାନ ବିପକ୍ଷରେ ଖେଳିବ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ।
ଚଳିତ ଟି- ୨୦ କ୍ରିକେଟ୍ ବିଶ୍ବକପରେ ୨୦ ଦଳ ଭାଗ ନେଇଛନ୍ତି। ଏଥିପାଇଁ ପ୍ରଥମ ଥପ ବିଶ୍ବକପର କଳେବର ବୃଦ୍ଧି ହୋଇଛି । ଏଥର ଓ୍ବର୍ଲ୍ଡକପ୍ରେ ମୋଟ୍ ୫୫ଟି ମ୍ୟାଚ୍ ଖେଳାଯିବ । ଗ୍ରୁପ୍ ପର୍ଯ୍ୟାୟରୁ ଫାଇନାଲ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ୫୫ଟି ମ୍ୟାଚ୍ ମ୍ୟାଚ୍ ଖେଳାଯିବ । ଏଥିପାଇଁ ଆମେରିକାରେ ୩ଟି ଯାଥା ଫ୍ଲୋରିଡା, ଟେକ୍ସାସ ଏବଂ ନ୍ୟୁୟର୍କ ଷ୍ଟାଡିୟମ ଚୟନ କରାଯାଇଛି । ସେହିପରି ୱେଷ୍ଟଇଣ୍ଡିଜରେ ୭ଟି ଯାଥା ଆଣ୍ଟିଗୁଆ, ବାର୍ବାଡୋସ, ଗୁଏନା, ସେଣ୍ଟ ଲୁସିଆ, ସେଣ୍ଟ ଭିନସେଣ୍ଟ ଏବଂ ତ୍ରିନିଦାଦ ଓ ଟୋବାଗୋ ଷ୍ଟାଡିୟମ ପ୍ରସ୍ତୁତ ହୋଇ ରହିଛି । ଜୁନ ୨ ତାରିଖରେ ଡାଲାସରେ ଉଦ୍ଘାଟନୀ ଏବଂ ୨୯ ତାରିଖରେ ବାର୍ବାଡୋସରେ ଫାଇନାଲ ମ୍ୟାଚ୍ ଖେଳାଯିବ । ଗ୍ରୁପ୍ ଏ’ରେ ଭାରତ, ପାକିସ୍ତାନ, ଆୟର୍ଲାଣ୍ଡ, କାନାଡ଼ା ଓ ଆମେରିକା ରହିଛନ୍ତି । ଗ୍ରୁପ୍ ବି’ରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ନାମିବିଆ, ଓମାନ ଓ ସ୍କଟଲାଣ୍ଡ । ଗ୍ରୁପ୍ ସି’ରେ ଆଫଗାନିସ୍ତାନ, ନ୍ୟୁଜିଲାଣ୍ଡ, ପପୁଆ ନ୍ୟୁ ଗିନି, ଉଗାଣ୍ଡା ଓ ୱେଷ୍ଟଇଣ୍ଡିଜ ଏବଂ ଗ୍ରୁପ୍ ଡି’ରେ ବାଂଲାଦେଶ, ନେଦରଲାଣ୍ଡସ, ନେପାଳ, ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ଟିମ୍ ରହିଛନ୍ତି । ପ୍ରତ୍ୟେକ ଗ୍ରୁପ୍ର ଶ୍ରେଷ୍ଠ ୨ଟି ଦଳ ସୁପର-୮ ପର୍ଯ୍ୟାୟକୁ ଉନ୍ନୀତ ହେବେ । ଏହି ପର୍ଯ୍ୟାୟରେ ୨ଟି ଗ୍ରୁପ୍ ରହିଛି । ପ୍ରତ୍ୟେକ ଗ୍ରୁପ୍ର ଶ୍ରେଷ୍ଠ ୨ଟି ଦଳ ସେମି ଫାଇନାଲରେ ପ୍ରବେଶ କରିବେ । ପରେ ଜୁନ୍ ୨୯ ତାରିଖରେ ଫାଇନାଲ୍ ମ୍ୟାଚ ଖେଳାଯିବ । ତେବେ ଟି-୨୦ ବିଶ୍ବକପକୁ ନେଇ କ୍ରିକେଟ୍ ପ୍ରେମୀ ବେଶ୍ ଉତ୍ସାହିତ ରହିଛନ୍ତି ।