ଆମ୍ବେଦକରଙ୍କୁ ନେଇ ସଂସଦରେ ହଙ୍ଗମା । ଶାହଙ୍କ ଇସ୍ତଫା ଦାବି କଲା କଂଗ୍ରେସ ।
କନକ ବ୍ୟୁରୋ: ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ରାଜ୍ୟସଭାରେ ଡକ୍ଟର ବିଆର ଆମ୍ବେଦକରଙ୍କ ବିଷୟରେ ଦେଇଥିବା ବୟାନକୁ ନେଇ ଆଜି ସଂସଦରେ ହୋଇଛି ପ୍ରବଳ ହଟଗୋଳ । ବିରୋଧୀ ସାଂସଦମାନେ ଆମ୍ବେଦକରଙ୍କ ଫଟୋ ଧରି 'ଜୟ ଭୀମ' ନାରା ସହ 'ଅମିତ ଶାହା ମାଫି ମାଙ୍ଗୋ' ସ୍ଲୋଗାନ ଦେଇଥିଲେ । କଂଗ୍ରେସ ନେତାମାନେ ରାଜଭବନ ବାହାରେ ପ୍ଲାକାର୍ଡ ପଦର୍ଶନ କରିଥିବା ବେଳେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କହିଛନ୍ତି, ‘ଯେଉଁମାନେ ମନୁସ୍ମୃତିରେ ବିଶ୍ୱାସ କରନ୍ତି ସେମାନେ ଆମ୍ବେଦକରଙ୍କ ସହ ବିବାଦ କରନ୍ତି ।’ ଏଭଳି ବୟାନ ପାଇଁ ଅମିତ ଶାହାଙ୍କୁ କ୍ଷମା ମାଗିବା ସହ ଇସ୍ତଫା ଦେବାକୁ ଦାବି କରିଛନ୍ତି ମଲ୍ଲିକାର୍ଜୁନ ଖଡଗେ । କଂଗ୍ରେସକୁ ମୋଦୀଙ୍କ କଡ଼ା ଜବାବ‘ଭାରତ ରତ୍ନ ନଦେଇ ଅପମାନିତ କରିଛ’ ଆଜି ସଂସଦର ଉଭୟ ଗୃହରେ ବଜୋରଦାର ହଙ୍ଗମା ଭିତରେ କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ କହିଛନ୍ତି, ଯଦି କଂଗ୍ରେସ ଭାବୁଛି ଆମ୍ବେଦକରଙ୍କ ପ୍ରତି ତାଙ୍କର ଅନେକ ବର୍ଷର ଅପମାନକୁ ଦୁଷ୍ଟ ଓ ମିଥ୍ୟା ଦ୍ବାରା ଲୁଚାଇପାରିବେ, ତାହାଲେ ସେମାନେ ଭୁଲ ଭାବିଛନ୍ତି । ଭାରତର ଲୋକ ଦେଖିଛନ୍ତି କପରି ବାରମ୍ବାର ଗୋଟିଏ ବଂଶର ନେତୃତ୍ୱରେ ଚାଲିଥିବା ଏକ ଦଳ ଆମ୍ବେଦକରଙ୍କ ଉତ୍ତରାଧିକାରୀଙ୍କୁ ନଷ୍ଟ କରିବା ଏବଂ ଏସସି/ଏସଟି ସମ୍ପ୍ରଦାୟକୁ ଅପମାନିତ କରିବାରେ ଲିପ୍ତ ରହିଛନ୍ତି । ଶାହାଙ୍କ ବୟାନକୁ ନେଇ ଆଜି ବିହାର,

କନକ ବ୍ୟୁରୋ: ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ରାଜ୍ୟସଭାରେ ଡକ୍ଟର ବିଆର ଆମ୍ବେଦକରଙ୍କ ବିଷୟରେ ଦେଇଥିବା ବୟାନକୁ ନେଇ ଆଜି ସଂସଦରେ ହୋଇଛି ପ୍ରବଳ ହଟଗୋଳ । ବିରୋଧୀ ସାଂସଦମାନେ ଆମ୍ବେଦକରଙ୍କ ଫଟୋ ଧରି 'ଜୟ ଭୀମ' ନାରା ସହ 'ଅମିତ ଶାହା ମାଫି ମାଙ୍ଗୋ' ସ୍ଲୋଗାନ ଦେଇଥିଲେ । କଂଗ୍ରେସ ନେତାମାନେ ରାଜଭବନ ବାହାରେ ପ୍ଲାକାର୍ଡ ପଦର୍ଶନ କରିଥିବା ବେଳେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କହିଛନ୍ତି, ‘ଯେଉଁମାନେ ମନୁସ୍ମୃତିରେ ବିଶ୍ୱାସ କରନ୍ତି ସେମାନେ ଆମ୍ବେଦକରଙ୍କ ସହ ବିବାଦ କରନ୍ତି ।’ ଏଭଳି ବୟାନ ପାଇଁ ଅମିତ ଶାହାଙ୍କୁ କ୍ଷମା ମାଗିବା ସହ ଇସ୍ତଫା ଦେବାକୁ ଦାବି କରିଛନ୍ତି ମଲ୍ଲିକାର୍ଜୁନ ଖଡଗେ ।
କଂଗ୍ରେସକୁ ମୋଦୀଙ୍କ କଡ଼ା ଜବାବ
‘ଭାରତ ରତ୍ନ ନଦେଇ ଅପମାନିତ କରିଛ’
ଆଜି ସଂସଦର ଉଭୟ ଗୃହରେ ବଜୋରଦାର ହଙ୍ଗମା ଭିତରେ କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ କହିଛନ୍ତି, ଯଦି କଂଗ୍ରେସ ଭାବୁଛି ଆମ୍ବେଦକରଙ୍କ ପ୍ରତି ତାଙ୍କର ଅନେକ ବର୍ଷର ଅପମାନକୁ ଦୁଷ୍ଟ ଓ ମିଥ୍ୟା ଦ୍ବାରା ଲୁଚାଇପାରିବେ, ତାହାଲେ ସେମାନେ ଭୁଲ ଭାବିଛନ୍ତି । ଭାରତର ଲୋକ ଦେଖିଛନ୍ତି କପରି ବାରମ୍ବାର ଗୋଟିଏ ବଂଶର ନେତୃତ୍ୱରେ ଚାଲିଥିବା ଏକ ଦଳ ଆମ୍ବେଦକରଙ୍କ ଉତ୍ତରାଧିକାରୀଙ୍କୁ ନଷ୍ଟ କରିବା ଏବଂ ଏସସି/ଏସଟି ସମ୍ପ୍ରଦାୟକୁ ଅପମାନିତ କରିବାରେ ଲିପ୍ତ ରହିଛନ୍ତି ।
ଶାହାଙ୍କ ବୟାନକୁ ନେଇ ଆଜି ବିହାର, ଉତ୍ତରପ୍ରଦେଶ ଆଦି ରାଜ୍ୟରେ ବିକ୍ଷୋଭ ଦେଖିବାକୁ ମିଳିଛି । ଇଜବାବ ଦେଇ ବିଜେପି କହିଛି କଂଗ୍ରେସ ଓ ବିରୋଧୀ ଶସ୍ତା ଟ୍ରିକ୍ ଆପଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ‘୧୯୫୨ ନିର୍ବାଚନରେ ଷଡଯନ୍ତ୍ର କରି ବାବାସାହେବଙ୍କୁ କଂଗ୍ରେସ ହରାଇଥିଲା। ବହୁ ବର୍ଷ ଧରି କଂଗ୍ରେସ ତାଙ୍କୁ ଭାରତ ରତ୍ନ ପ୍ରଦାନ କରିନଥିଲା ।’ ଅମିତ ଶାହା କହିଥିଲେ ଯେତେ ଥର ତୁମେ ଆମ୍ବେଦକରଙ୍କ ନାମ ନେଉଛ ଯଦି ସେତେ ଥର ଭଗବାନଙ୍କ ନାମ ନେଇଥାନ୍ତ ତେବେ ସ୍ୱର୍ଗରେ ସ୍ଥାନ ପାଇଥାନ୍ତ ।