ଆରଡି ପୀଠରେ ସରିଲା ଲଗ୍ନ, ଜୁନ ୧୧ରେ ଅନୁଷ୍ଠିତ ହେବ ଦେବ ଦମ୍ପତିଙ୍କ ବିବାହ  

ଚାନ୍ଦବାଲି : ଆରଡି ପୀଠରେ ସରିଲା ଲଗ୍ନ । ଜୁନ ୧୧ରେ ଅନୁଷ୍ଠିତ ହେବ ଦେବ ଦମ୍ପତିଙ୍କ ବିବାହ ।  ଆସନ୍ତା ୧୧ ତାରିଖରେ ଭଦ୍ରକ ଜିଲ୍ଲା ଆରଡିର ବାବା ଆଖଣ୍ଡଳମଣୀ ପୀଠରେ ଅନୁଷ୍ଠିତ ହେବ ଦେବ ଦମ୍ପତି ବିବାହ ଉତ୍ସବ । ଦେବ ଦେବ ମହାଦେବ ସାଜିବେ ବର ଓ ମାତା ପାର୍ବତୀ ସାଜିବେ କନ୍ୟା । ତେଣୁ ବିବାହ ପୂର୍ବରୁ ସରିଛି ଲଗ୍ନ ଧରା କାର୍ଯ୍ୟ । ଘଂଟ କୀର୍ତ୍ତନ, ଯୋଡି ମହୁରୀ ବାଦ୍ୟରେ […] The post ଆରଡି ପୀଠରେ ସରିଲା ଲଗ୍ନ, ଜୁନ ୧୧ରେ ଅନୁଷ୍ଠିତ ହେବ ଦେବ ଦମ୍ପତିଙ୍କ ବିବାହ   appeared first on KNews Odisha.

ଆରଡି ପୀଠରେ ସରିଲା ଲଗ୍ନ, ଜୁନ ୧୧ରେ ଅନୁଷ୍ଠିତ ହେବ ଦେବ ଦମ୍ପତିଙ୍କ ବିବାହ  
Aradi

ଚାନ୍ଦବାଲି : ଆରଡି ପୀଠରେ ସରିଲା ଲଗ୍ନ । ଜୁନ ୧୧ରେ ଅନୁଷ୍ଠିତ ହେବ ଦେବ ଦମ୍ପତିଙ୍କ ବିବାହ ।  ଆସନ୍ତା ୧୧ ତାରିଖରେ ଭଦ୍ରକ ଜିଲ୍ଲା ଆରଡିର ବାବା ଆଖଣ୍ଡଳମଣୀ ପୀଠରେ ଅନୁଷ୍ଠିତ ହେବ ଦେବ ଦମ୍ପତି ବିବାହ ଉତ୍ସବ । ଦେବ ଦେବ ମହାଦେବ ସାଜିବେ ବର ଓ ମାତା ପାର୍ବତୀ ସାଜିବେ କନ୍ୟା ।

ତେଣୁ ବିବାହ ପୂର୍ବରୁ ସରିଛି ଲଗ୍ନ ଧରା କାର୍ଯ୍ୟ । ଘଂଟ କୀର୍ତ୍ତନ, ଯୋଡି ମହୁରୀ ବାଦ୍ୟରେ ବର ପିତା କେଦାରନାଥ ପାଢୀଙ୍କ ଘରୁ ଲଗ୍ନଥାଳି ଯାଇଥିଲା କନ୍ୟା ପିତା ଗଦାଧର ପାଢୀଙ୍କ ଘରକୁ । କନ୍ୟା ପିତାଙ୍କ ଘରେ ସମସ୍ତ ବୈଦିକ ରିତିନୀତି ଅନୁସାରେ ଲଗ୍ନକାର୍ଯ୍ୟ ସମ୍ପନ୍ନ ହୋଇଥିଲା । ବ୍ରାହ୍ମଣ, ଜ୍ୟୋତିଷଙ୍କ ଦ୍ଵାରା ଦେବ ଦମ୍ପତିଙ୍କ ବିବାହ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା । ଲଗ୍ନଧରା କାର୍ଯ୍ୟରେ ସେବାୟତମାନେ ଉପସ୍ଥିତ ରହିଥିଲେ ।

The post ଆରଡି ପୀଠରେ ସରିଲା ଲଗ୍ନ, ଜୁନ ୧୧ରେ ଅନୁଷ୍ଠିତ ହେବ ଦେବ ଦମ୍ପତିଙ୍କ ବିବାହ   appeared first on KNews Odisha.