ଆରଡିସିଙ୍କ ଜମନକିରା ଏସଏସଡି ସ୍କୁଲ ପରିଦର୍ଶନ
ଜମନକିରା : ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡକୁ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ରାମଚନ୍ଦ୍ର ଯାଦବଙ୍କ ପ୍ରଥମ ଗସ୍ତ। ଏହି ପରିପେଖିରେ ପ୍ରଥମେ ଜମନକିରା ବ୍ଲକ ବଡରମା ପଞ୍ଚାୟତ ଅନ୍ତର୍ଗତ ଷଣ୍ଢପଥର ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ କରି ପ୍ରଧାନ ଶିକ୍ଷକ ଏବଂ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ସ୍କୁଲର ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିବା ସହିତ ଛାତ୍ର ଓ ଛାତ୍ରୀ ନିବାସ ଏବଂ ଶ୍ରେଣୀ ଗୃହ ପରିଦର୍ଶନ […] The post ଆରଡିସିଙ୍କ ଜମନକିରା ଏସଏସଡି ସ୍କୁଲ ପରିଦର୍ଶନ appeared first on Odisha.News.

ଜମନକିରା : ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡକୁ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ରାମଚନ୍ଦ୍ର ଯାଦବଙ୍କ ପ୍ରଥମ ଗସ୍ତ। ଏହି ପରିପେଖିରେ ପ୍ରଥମେ ଜମନକିରା ବ୍ଲକ ବଡରମା ପଞ୍ଚାୟତ ଅନ୍ତର୍ଗତ ଷଣ୍ଢପଥର ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ କରି ପ୍ରଧାନ ଶିକ୍ଷକ ଏବଂ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ସ୍କୁଲର ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିବା ସହିତ ଛାତ୍ର ଓ ଛାତ୍ରୀ ନିବାସ ଏବଂ ଶ୍ରେଣୀ ଗୃହ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ବୃତ୍ତିଗତ ବିଷୟରେ ପରାମର୍ଶ କରି ପଚାରି ବୁଝିଥିଲେ। ପରିଦର୍ଶନ ସମୟରେ ତାଙ୍କ ସହିତ ଜମନକିରା ବିଡିଓ ରିନା ନାଏକ, କୁଚିଣ୍ଡା ଉପଜିଲ୍ଲାପାଳ ହେମସାଗର ଭୋଇ,ଉପନିର୍ଦେଶକ RDC ଚନ୍ଦ୍ରକାନ୍ତ ମାଝୀ ଏବଂ ଜମନକିରା ସହକାରୀ ନିର୍ବାହୀ ଯନ୍ତ୍ରୀ ସାଲିନି ସିଂ ଉପସ୍ଥିତ ଥିଲେ। ଷଣ୍ଢପଥର ସ୍କୁଲ ପରିଦର୍ଶନ ପରେ ଭୋଜପୂର ସରକାରୀ ଉଚ୍ଚ ବିଦ୍ୟାଳୟ, ଇଣ୍ଡୋର ଷ୍ଟାଡିୟମ୍ ଏବଂ କୁଚିଣ୍ଡା ଆଇ ଟି ଡିଏ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ।
The post ଆରଡିସିଙ୍କ ଜମନକିରା ଏସଏସଡି ସ୍କୁଲ ପରିଦର୍ଶନ appeared first on Odisha.News.