ଆରତୀ କରିବେ ଆରେଞ୍ଜ ମ୍ୟାରେଜ୍‌,ଜାଣନ୍ତୁ କିଏ ହେବେ ଜୀବନସାଥୀ

ବମ୍ବେ: ବିବାହ କରିବାକୁ ଯାଉଛନ୍ତି ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ ଜରିଆରେ ସମସ୍ତଙ୍କ ହୃଦୟ ଜିତିଥିବା ଆରତୀ ସିଂ। ମୁମ୍ବାଇର ବ୍ୟବସାୟୀ ଦୀପକ ଚୌହ୍ବାନଙ୍କ ହାତ ଧରିବେ ସେ। ଏପ୍ରିଲ ୨୫ରେ ଏହି ବିବାହ ଅନୁଷ୍ଠିତ ହେବ। ଘରେ ହିଁ ବିବାହର ସମସ୍ତ ଉତ୍ସବ ଅନୁଷ୍ଠିତ ହେବ। ଏହାକୁ ନେଇ ପ୍ରସ୍ତୁତି ଶେଷ ହୋଇଥିବା ବେଳେ କେବଳ ଦିନକୁ ଅପେକ୍ଷା କରାଯାଇଛି। ଆରତୀ ହେଉଛନ୍ତି କମେଡିଆନ୍‌ କୃଷ୍ଣା ଅଭିଷେକଙ୍କ ସାନ ଭଉଣୀ। ପରିବାରର ସହମତିରେ ଆରତୀଙ୍କ ବିବାହ […] The post ଆରତୀ କରିବେ ଆରେଞ୍ଜ ମ୍ୟାରେଜ୍‌,ଜାଣନ୍ତୁ କିଏ ହେବେ ଜୀବନସାଥୀ appeared first on Dharitri Odia News.

ଆରତୀ କରିବେ ଆରେଞ୍ଜ ମ୍ୟାରେଜ୍‌,ଜାଣନ୍ତୁ କିଏ ହେବେ ଜୀବନସାଥୀ

ବମ୍ବେ: ବିବାହ କରିବାକୁ ଯାଉଛନ୍ତି ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ ଜରିଆରେ ସମସ୍ତଙ୍କ ହୃଦୟ ଜିତିଥିବା ଆରତୀ ସିଂ। ମୁମ୍ବାଇର ବ୍ୟବସାୟୀ ଦୀପକ ଚୌହ୍ବାନଙ୍କ ହାତ ଧରିବେ ସେ। ଏପ୍ରିଲ ୨୫ରେ ଏହି ବିବାହ ଅନୁଷ୍ଠିତ ହେବ। ଘରେ ହିଁ ବିବାହର ସମସ୍ତ ଉତ୍ସବ ଅନୁଷ୍ଠିତ ହେବ। ଏହାକୁ ନେଇ ପ୍ରସ୍ତୁତି ଶେଷ ହୋଇଥିବା ବେଳେ କେବଳ ଦିନକୁ ଅପେକ୍ଷା କରାଯାଇଛି।

ଆରତୀ ହେଉଛନ୍ତି କମେଡିଆନ୍‌ କୃଷ୍ଣା ଅଭିଷେକଙ୍କ ସାନ ଭଉଣୀ। ପରିବାରର ସହମତିରେ ଆରତୀଙ୍କ ବିବାହ ସ୍ଥିର କରାଯାଇଛି। ଏଣୁ ଏହା ପ୍ରସ୍ତାବିତ ବିବାହ ବୋଲି ଆରତୀ ନିଜଆଡ଼ୁ ସ୍ପଷ୍ଟ କରିଛନ୍ତି। ଏବେ କିନ୍ତୁ ଦୁହେଁ ପରସ୍ପରକୁ ଭଲଭାବେ ଜାଣି ସାରିଛନ୍ତି। ଗତବର୍ଷ ଜୁଲାଇ ୨୩ରେ ସେମାନେ ପରସ୍ପରକୁ ଭେଟିଥିଲେ। ନଭେମ୍ବରରେ ଆରତୀ ବିବାହ ଲାଗି ହଁ କହିଥିଲେ।

The post ଆରତୀ କରିବେ ଆରେଞ୍ଜ ମ୍ୟାରେଜ୍‌,ଜାଣନ୍ତୁ କିଏ ହେବେ ଜୀବନସାଥୀ appeared first on Dharitri Odia News.