ଦେଶ ଛାଡି ପଳାଇଲେ ଶେଖ ହସିନା, ‘ଏବେ ଦାୟିତ୍ୱ ସମ୍ଭାଳିବେ….’ ସେନା ମୁଖ୍ୟ ଦେଲେ ବଡ଼ ବୟାନ

ଢାକା,୫।୮: ପଡୋଶୀ ଦେଶ ବାଂଲାଦେଶରେ ହୋଇଥିବା ବିଶୃଙ୍ଖଳା ମଧ୍ୟରେ ସୋମବାର ଶେଖ ହସିନା କେବଳ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇନାହାଁନ୍ତି ବରଂ ଦେଶ ମଧ୍ୟ ଛାଡିଦେଇଛନ୍ତି। ଏହି ସମୟରେ ଆଉ ଏକ ବଡ ଖବର ଆସିଛି । ସୋମବାର ସେନା ମୁଖ୍ୟ ସୂଚନା ଦେଇ କହିଛନ୍ତି, ଶେଖ ହସିନାଙ୍କ ଇସ୍ତଫା ପରେ ବାଂଲାଦେଶରେ ସେନା ଦାୟିତ୍ୱ ସମ୍ଭାଳିବ। ସୋମବାର ଏକ ଖବରଦାତା ସମ୍ମିଳନୀରେ ସେନା ମୁଖ୍ୟ କହିଛନ୍ତି, ୨୪ ରୁ ୪୮ ଘଣ୍ଟା ମଧ୍ୟରେ କାର୍ଯ୍ୟନିର୍ବାହୀ ସରକାର […] The post ଦେଶ ଛାଡି ପଳାଇଲେ ଶେଖ ହସିନା, ‘ଏବେ ଦାୟିତ୍ୱ ସମ୍ଭାଳିବେ….’ ସେନା ମୁଖ୍ୟ ଦେଲେ ବଡ଼ ବୟାନ appeared first on Dharitri Odia News.

ଦେଶ ଛାଡି ପଳାଇଲେ ଶେଖ ହସିନା, ‘ଏବେ ଦାୟିତ୍ୱ ସମ୍ଭାଳିବେ….’ ସେନା ମୁଖ୍ୟ ଦେଲେ ବଡ଼ ବୟାନ

ଢାକା,୫।୮: ପଡୋଶୀ ଦେଶ ବାଂଲାଦେଶରେ ହୋଇଥିବା ବିଶୃଙ୍ଖଳା ମଧ୍ୟରେ ସୋମବାର ଶେଖ ହସିନା କେବଳ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇନାହାଁନ୍ତି ବରଂ ଦେଶ ମଧ୍ୟ ଛାଡିଦେଇଛନ୍ତି। ଏହି ସମୟରେ ଆଉ ଏକ ବଡ ଖବର ଆସିଛି । ସୋମବାର ସେନା ମୁଖ୍ୟ ସୂଚନା ଦେଇ କହିଛନ୍ତି, ଶେଖ ହସିନାଙ୍କ ଇସ୍ତଫା ପରେ ବାଂଲାଦେଶରେ ସେନା ଦାୟିତ୍ୱ ସମ୍ଭାଳିବ। ସୋମବାର ଏକ ଖବରଦାତା ସମ୍ମିଳନୀରେ ସେନା ମୁଖ୍ୟ କହିଛନ୍ତି, ୨୪ ରୁ ୪୮ ଘଣ୍ଟା ମଧ୍ୟରେ କାର୍ଯ୍ୟନିର୍ବାହୀ ସରକାର ଗଠନ ହେବ। ବର୍ତ୍ତମାନ ପରିସ୍ଥିତି ଚିନ୍ତାଜନକ ଏବଂ ଗମ୍ଭୀର ଅଟେ। ଏଭଳି ପରିସ୍ଥିତିରେ ଲୋକମାନେ ନିୟମ ଭାଙ୍ଗିବା ଉଚିତ୍‌ ନୁହେଁ।

ପ୍ରଧାନମନ୍ତ୍ରୀ ପଦ ସହିତ ବାଂଲାଦେଶ ଛାଡି ପଳାଇଥିବା ଶେଖ ହସିନା ଲଣ୍ଡନ (ବ୍ରିଟେନ) ଯିବେ ବୋଲି ମଧ୍ୟ ଅନୁମାନ କରାଯାଉଛି। କୁହାଯାଉଛି ଯେ ତାଙ୍କ ଭଉଣୀ ସେଠାରେ ରୁହନ୍ତି। ଏପରି ପରିସ୍ଥିତିରେ ସେ ନିଜ ଭଉଣୀ ପାଖକୁ ଯାଇପାରନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଏ ବାବଦରେ କୌଣସି ସରକାରୀ ନିଶ୍ଚିତକରଣ କରାଯାଇନାହିଁ। ଉଲ୍ଲେଖଥାଉ କି, ଏହା ପୂର୍ବରୁ ମଧ୍ୟ କୁହାଯାଇଥିଲା ଯେ ସେ ମଧ୍ୟ ଭାରତ ଆସିପାରନ୍ତି। ତେବେ ଭାରତର କେଉଁଠି କି ଆସିବେ ତାହା ସ୍ପଷ୍ଟ ହୋଇନାହିଁ।

The post ଦେଶ ଛାଡି ପଳାଇଲେ ଶେଖ ହସିନା, ‘ଏବେ ଦାୟିତ୍ୱ ସମ୍ଭାଳିବେ….’ ସେନା ମୁଖ୍ୟ ଦେଲେ ବଡ଼ ବୟାନ appeared first on Dharitri Odia News.