ଚୀନ୍‌ ବୈଜ୍ଞାନିକଙ୍କ ଭୟଙ୍କର ଗବେଷଣା, ପୁଣି ଲ୍ୟାବରେ ସୃଷ୍ଟି ହେଲା ମାରାତ୍ମକ ଭାଇରସ୍

ନୂଆଦିଲ୍ଲୀ:ଚୀନ୍‌ ବୈଜ୍ଞାନିକଙ୍କ ଭୟଙ୍କର ଗବେଷଣା। ପୁଣି ଲ୍ୟାବରେ ସୃଷ୍ଟି ହେଲା ମାରାତ୍ମକ ଭାଇରସ୍ । ତିଆରି ହେଲା ଇବୋଲାର ନୂଆ ଭାରିଆଣ୍ଟ! ଚୀନର ବୈଜ୍ଞାନିକମାନେ ରୋଗ ଏବଂ ଏହାର ଲକ୍ଷଣ ଉପରେ ଅଧ୍ୟୟନ ପାଇଁ ସୃଷ୍ଟି କରିଛନ୍ତି ମାରାତ୍ମକ ଇବୋଲା ଭାଇରସ୍। ହେବେଇ ମେଡିକାଲ ୟୁନିଭରସିଟିରେ ହୋଇଥିବା ପରୀକ୍ଷଣର ବିସ୍ତୃତ ଷ୍ଟଡି ରିପୋର୍ଟ ସାଇନ୍ସ ଡାଇରେକ୍ଟରେ ପ୍ରକାଶ ପାଇଛି। ଗବେଷକ ଅଧ୍ୟୟନରେ ଉଲ୍ଲେଖ କରିଛନ୍ତି ଯେ ସେମାନେ ଏକ ମୂଷା ପରି ଜୀବ ବା ହାମଷ୍ଟରଙ୍କ ଉପରେ ମାରାତ୍ମକ ଭାଇରସ୍ର ଇଞ୍ଜେକ୍ସନ ଦେଇଥିଲେ। ସେମାନଙ୍କର ତିନି ମଧ୍ୟରେ ମୃତ୍ୟୁ ହୋଇଥିଲା। ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ ସେହି ଜୀବମାନଙ୍କ ବିଭିନ୍ନ ଅଙ୍ଗ ଅଚଳ ହୋଇଯାଇଥିଲା। ଏପରିକି ମାନବ ଇବୋଲା ରୋଗୀଙ୍କଠାରେ ଦେଖାଯାଉଥିବା ସମାନ ଲକ୍ଷଣ ସେମାନଙ୍କ ଠାରେ ଦେଖାଦେଇଥିଲା।ଏକ ସଂକ୍ରାମକ ଜୀବ ଶରୀରରେ ଇବୋଲାରେ ମିଳୁଥିବା ଏକ ପ୍ରୋଟିନ୍କୁ ଛଡାଯାଇଥିଲା। ଯେଉଁ ପ୍ରୋଟିନ୍ ମଣିଷ ଶରୀରରେ ଭୂତାଣୁ ସଂକ୍ରମଣ ପାଇଁ ଦାୟୀ। ଅଧ୍ୟୟନ ପାଇଁ ଚୀନ ବୈଜ୍ଞାନିକ ଟିମ୍ ୫ଟି ଅଣ୍ଡିରା ଓ ୫ଟି ମାଈ ହାମଷ୍ଟର ଉପରେ ପରୀକ୍ଷଣ କରିଥିଲେ।ଇଞ୍ଜେକ୍ସନ୍ ଦେବା ପରେ, କିଛି ହାମଷ୍ଟରଙ୍କ ଆଖିରୁ ସ୍ୱାବ୍ ଡେଭଲପ୍ ହୋଇଥିଲା। ଯାହା ଦ୍ୱାରା ଦୃଷ୍ଟି ଶକ୍ତି ଦୁର୍ବଳ ହୋଇଯାଇଥିଲା। ଗବେଷକମାନେ କହିଛନ୍ତି ଯେ ଏଥିରେ ୩ ସପ୍ତାହ ଧରି ସିରିଆର ହାମଷ୍ଟର ଏହି ଭାଇରସ୍ରେ ସଂକ୍ର

ଚୀନ୍‌ ବୈଜ୍ଞାନିକଙ୍କ ଭୟଙ୍କର ଗବେଷଣା, ପୁଣି ଲ୍ୟାବରେ ସୃଷ୍ଟି ହେଲା ମାରାତ୍ମକ ଭାଇରସ୍

ନୂଆଦିଲ୍ଲୀ:ଚୀନ୍‌ ବୈଜ୍ଞାନିକଙ୍କ ଭୟଙ୍କର ଗବେଷଣା। ପୁଣି ଲ୍ୟାବରେ ସୃଷ୍ଟି ହେଲା ମାରାତ୍ମକ ଭାଇରସ୍ । ତିଆରି ହେଲା ଇବୋଲାର ନୂଆ ଭାରିଆଣ୍ଟ! ଚୀନର ବୈଜ୍ଞାନିକମାନେ ରୋଗ ଏବଂ ଏହାର ଲକ୍ଷଣ ଉପରେ ଅଧ୍ୟୟନ ପାଇଁ ସୃଷ୍ଟି କରିଛନ୍ତି ମାରାତ୍ମକ ଇବୋଲା ଭାଇରସ୍। ହେବେଇ ମେଡିକାଲ ୟୁନିଭରସିଟିରେ ହୋଇଥିବା ପରୀକ୍ଷଣର ବିସ୍ତୃତ ଷ୍ଟଡି ରିପୋର୍ଟ ସାଇନ୍ସ ଡାଇରେକ୍ଟରେ ପ୍ରକାଶ ପାଇଛି। ଗବେଷକ ଅଧ୍ୟୟନରେ ଉଲ୍ଲେଖ କରିଛନ୍ତି ଯେ ସେମାନେ ଏକ ମୂଷା ପରି ଜୀବ ବା ହାମଷ୍ଟରଙ୍କ ଉପରେ ମାରାତ୍ମକ ଭାଇରସ୍ର ଇଞ୍ଜେକ୍ସନ ଦେଇଥିଲେ। ସେମାନଙ୍କର ତିନି ମଧ୍ୟରେ ମୃତ୍ୟୁ ହୋଇଥିଲା। ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ ସେହି ଜୀବମାନଙ୍କ ବିଭିନ୍ନ ଅଙ୍ଗ ଅଚଳ ହୋଇଯାଇଥିଲା। ଏପରିକି ମାନବ ଇବୋଲା ରୋଗୀଙ୍କଠାରେ ଦେଖାଯାଉଥିବା ସମାନ ଲକ୍ଷଣ ସେମାନଙ୍କ ଠାରେ ଦେଖାଦେଇଥିଲା।

ଏକ ସଂକ୍ରାମକ ଜୀବ ଶରୀରରେ ଇବୋଲାରେ ମିଳୁଥିବା ଏକ ପ୍ରୋଟିନ୍କୁ ଛଡାଯାଇଥିଲା। ଯେଉଁ ପ୍ରୋଟିନ୍ ମଣିଷ ଶରୀରରେ ଭୂତାଣୁ ସଂକ୍ରମଣ ପାଇଁ ଦାୟୀ। ଅଧ୍ୟୟନ ପାଇଁ ଚୀନ ବୈଜ୍ଞାନିକ ଟିମ୍ ୫ଟି ଅଣ୍ଡିରା ଓ ୫ଟି ମାଈ ହାମଷ୍ଟର ଉପରେ ପରୀକ୍ଷଣ କରିଥିଲେ।

ଇଞ୍ଜେକ୍ସନ୍ ଦେବା ପରେ, କିଛି ହାମଷ୍ଟରଙ୍କ ଆଖିରୁ ସ୍ୱାବ୍ ଡେଭଲପ୍ ହୋଇଥିଲା। ଯାହା ଦ୍ୱାରା ଦୃଷ୍ଟି ଶକ୍ତି ଦୁର୍ବଳ ହୋଇଯାଇଥିଲା। ଗବେଷକମାନେ କହିଛନ୍ତି ଯେ ଏଥିରେ ୩ ସପ୍ତାହ ଧରି ସିରିଆର ହାମଷ୍ଟର ଏହି ଭାଇରସ୍ରେ ସଂକ୍ରମିତ ହେବା ପରେ ଅପ୍ଟିକ୍ ନର୍ଭ ଡିଜଅର୍ଡର ତଥା ମାରାତ୍ମକ ସ୍ୱାୟୁ ରୋଗ ସୃଷ୍ଟି କରୁଥିବା ଷ୍ଟଡିରୁ ଜଣାପଡ଼ିଛି। ଏପରିକି ମୃତ ହାମଷ୍ଟରଙ୍କ ଉପରେ ପରୀକ୍ଷଣ ସମୟରେ ସେମାନଙ୍କ ହାର୍ଟ, କିଡନୀ, ଫୁସଫୁସ, ପାକସ୍ଥଳୀ, ଅନ୍ତନଳୀ ଓ ମସ୍ତିଷ୍କର ଟିସ୍ୟୁ ନଷ୍ଟ ହୋଇଯାଇଥିଲା। 

ଚୀନ ବୈଜ୍ଞାନିକମାନେ ଭେସିକୁଲାର ଷ୍ଟୋମାଟାଇଟିସ୍ ଭାଇରସ୍(VSV) ନାମକ ଏକ ଭାଇରସ୍ ବ୍ୟବହାର କରିଥିଲେ, ଯାହା ସେମାନେ ଇବୋଲା ଭାଇରସ୍ ଗ୍ଲାଇକୋପ୍ରୋଟେନ୍ (ଜିପି) ନାମକ ଏକ ଅଂଶ କୁହାଯାଉଛି। ଏହା ଭାଇରସ୍କୁ କୋଷରେ ପ୍ରବେଶ ଏବଂ ସଂକ୍ରମଣ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

ଚୀନ ଉହାନର ଲାବ୍ରୁ ଆସିଥିବା କରୋନା ଭାଇରସ୍ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଥିଲା। ତେବେ ଚୀନ ଅନେକ ଭାଇରସ୍ ଉପରେ ପରୀକ୍ଷା କରୁଥିବାରୁ ମଧ୍ୟ ଚିନ୍ତାରେ ବିଶ୍ୱ। ଗବେଷକ କହିଛନ୍ତି ଯେ ଲ୍ୟାବରେ ଇବୋଲା ଲକ୍ଷଣକୁ ସୁରକ୍ଷିତ ଭାବରେ ଅନୁକରଣ କରିବା ସେମାନଙ୍କ ଲକ୍ଷ୍ୟ। ଏହି ଅଧ୍ୟୟନଟି ସଫଳ ହୋଇଥିବା ସେମାନେ କହିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ଶେଷ ଥର ପାଇଁ 2014 ରୁ 2016 ମଧ୍ୟରେ ପଶ୍ଚିମ ଆଫ୍ରିକାର ଅନେକ ଦେଶରେ ଇବୋଲା ସଂକ୍ରମଣ ରେକର୍ଡ କରାଯାଇଥିଲା।