ଆରବ ସାଗର ଉପରେ ସୃଷ୍ଟି ହୋଇଛି ଲଘୁଚାପ

ନନ୍ଦିଘୋଷ ବ୍ୟୁରୋ : ଆରବ ସାଗର ଉପରେ ସୃଷ୍ଟି ହୋଇଛି ଲଘୁଚାପ। ପୂର୍ବ କେନ୍ଦ୍ରୀୟ ଆରବ ସାଗର ଉପରେ ଘୂର୍ଣ୍ଣିବଳୟ... The post ଆରବ ସାଗର ଉପରେ ସୃଷ୍ଟି ହୋଇଛି ଲଘୁଚାପ appeared first on .

ଆରବ ସାଗର ଉପରେ ସୃଷ୍ଟି ହୋଇଛି ଲଘୁଚାପ

ନନ୍ଦିଘୋଷ ବ୍ୟୁରୋ : ଆରବ ସାଗର ଉପରେ ସୃଷ୍ଟି ହୋଇଛି ଲଘୁଚାପ। ପୂର୍ବ କେନ୍ଦ୍ରୀୟ ଆରବ ସାଗର ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ପ୍ରଭାବରେ ସୃଷ୍ଟି ହୋଇଛି ଲଘୁଚାପ। ଆସନ୍ତା ୩୬ ଘଣ୍ଟା ଭିତରେ ଏହା ଉତ୍ତର ଦିଗରେ ଗତି କରିବା ସହ ଏହା ଘନୀଭୂତ ହେବ ବୋଲି ସୂଚନା ମିଳିଛି। ସେପଟେ ଆସନ୍ତା ୨୭ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିବ। ବିଭିନ୍ନ ଜିଲ୍ଲା ପାଇଁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର। ଦକ୍ଷିଣ ଉପକୂଳ ଓଡିଶାର ୧୬ ଜିଲ୍ଲାକୁ ୟେଲୋ ଓ୍ବାଣ୍ଣିଂ ଜାରି ହୋଇଛି । ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ମୟୂରଭଞ୍ଜ, କେନ୍ଦୁଝର,ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର,ବରଗଡ଼, ନୂଆପଡ଼ା ବଲାଙ୍ଗୀର ଜିଲ୍ଲାକୁ ସତର୍କତା। ଏହି ଜିଲ୍ଲାମାନଙ୍କରେ ବିଜୁଳି ଘଡଘଡି ସହ ୩୦ ରୁ ୪୦ କିମି ଝଡି ପବନର ସମ୍ଭାବନା ରହିଛି ।

The post ଆରବ ସାଗର ଉପରେ ସୃଷ୍ଟି ହୋଇଛି ଲଘୁଚାପ appeared first on .