ଆରବ ସାଗରରେ ନୌସେନାର ଶକ୍ତି ପ୍ରଦର୍ଶନ; ଅଭ୍ୟାସରେ ସାମିଲ୍ ୮ ବୁଡ଼ାଜାହାଜ

ନୂଆଦିଲ୍ଲୀ: ଆରବ ସାଗରରେ ଭାରତୀୟ ନୌସେନା ନିଜର ଶକ୍ତି  ଦେଖାଇଛି । ୮ ସବ୍-ମରିଇନ୍ ସାମୁଦ୍ରିକ ଅଭ୍ୟାସରେ ସାମିଲ୍ ହୋଇଛନ୍ତି । ଆରବ ସାଗରର ନୀଳ ଜଳରାଶିରେ ବିଶ୍ବକୁ ଶକ୍ତି ଦେଇଛି ନେଭି । ଏନେଇ ସୋସିଆଲ୍ ମିଡିଆ ସାଇଟ୍ ଏକ୍ସରେ ଟ୍ବିଟ୍ କରି ସୂଚନା ଦେଇଛନ୍ତି ନୌସେନାର ପଶ୍ଚିମ କମାଣ୍ଡ ।  ନୌସେନାର ପଶ୍ଚିମ କମାଣ୍ଡ ଅଧିକାରୀଙ୍କ ସୂଚନା ମୁତାବକ, ଆରବ ଆରବ ସାଗରରେ ଏହା ଏକ ନିୟମିତ ଅଭ୍ୟାସ କାର୍ଯ୍ୟକ୍ରମ । ଏଥିରେ ଭାରତୀୟ ନୌସେନାର ୮ଟି ସବ୍-ମରିଇନ୍ ସାମିଲ ହୋଇଥିଲେ ।  ପଶ୍ଚିମ ଉପକୂଳରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ସବ୍-ମରାଇନ୍ । ବୁଡ଼ା ଜାହାଜ ଗୁଡ଼ିକର ଏହି ଅଭ୍ୟାସ କାର୍ଯ୍ୟକ୍ରମକୁ ସମୀକ୍ଷା କରିଛନ୍ତି ଭାଇସ୍ ଆଜମିରାଲ୍ ସଂଜୟ ଜେ. ସିଂହ । ଅଭ୍ୟାସ ବେଳେ ଭାଇସ୍ ଆଜମିରାଲ୍ ସଂଜୟ ଜେ. ସିଂହ ସବ୍-ମରିଇନର ସବୁଠୁ ନିମ୍ନ ସ୍ତରକୁ ଯାଇଥିଲେ ଏବଂ ସବ୍-ମରିଇନ୍ ଚାଳକମାନଙ୍କ ପରମ୍ପରା ଅନୁଯାୟୀ, ସମୁଦ୍ର ପାଣିର ସ୍ବାଦ ମଧ୍ୟ ଚାଖିଛନ୍ତି । ଅଦନ ଉପସାଗର, ଆବର ସାଗର ଏବଂ ଲାଲ ସାଗରରେ ଡ୍ରୋନ୍ ମାଡ଼, ମିସାଇଲ୍ ଆକ୍ରମଣ ଓ ସମୁଦ୍ର ଲୁଟେରାଙ୍କ ବିରୋଧରେ ନୌସେନାର ଅଭିଯାନ ଶହେ ଦିନ ପୂରା ହେବା ପରେ ନୌସେନା ପ୍ରମୁଖ ଆଡମିରଲ ହାରି କୁମାର ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧତ କରିଥିଲେ । ସେ କହିଥିଲେ ମହାସାଗରରେ ଏଭଳି ଘଟଣାକୁ ରୋକିବା ପାଇଁ ସବୁବେଳେ ଭାରତୀୟ ସେନା ତତ୍ପର ଏବଂ ଏହି କାର୍ଯ୍ୟ ଆଗକୁ ମଧ୍ୟ ଜାରି

ଆରବ ସାଗରରେ ନୌସେନାର ଶକ୍ତି ପ୍ରଦର୍ଶନ; ଅଭ୍ୟାସରେ ସାମିଲ୍ ୮ ବୁଡ଼ାଜାହାଜ

ନୂଆଦିଲ୍ଲୀ: ଆରବ ସାଗରରେ ଭାରତୀୟ ନୌସେନା ନିଜର ଶକ୍ତି  ଦେଖାଇଛି । ୮ ସବ୍-ମରିଇନ୍ ସାମୁଦ୍ରିକ ଅଭ୍ୟାସରେ ସାମିଲ୍ ହୋଇଛନ୍ତି । ଆରବ ସାଗରର ନୀଳ ଜଳରାଶିରେ ବିଶ୍ବକୁ ଶକ୍ତି ଦେଇଛି ନେଭି । ଏନେଇ ସୋସିଆଲ୍ ମିଡିଆ ସାଇଟ୍ ଏକ୍ସରେ ଟ୍ବିଟ୍ କରି ସୂଚନା ଦେଇଛନ୍ତି ନୌସେନାର ପଶ୍ଚିମ କମାଣ୍ଡ ।  

ନୌସେନାର ପଶ୍ଚିମ କମାଣ୍ଡ ଅଧିକାରୀଙ୍କ ସୂଚନା ମୁତାବକ, ଆରବ ଆରବ ସାଗରରେ ଏହା ଏକ ନିୟମିତ ଅଭ୍ୟାସ କାର୍ଯ୍ୟକ୍ରମ । ଏଥିରେ ଭାରତୀୟ ନୌସେନାର ୮ଟି ସବ୍-ମରିଇନ୍ ସାମିଲ ହୋଇଥିଲେ ।  ପଶ୍ଚିମ ଉପକୂଳରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ସବ୍-ମରାଇନ୍ । ବୁଡ଼ା ଜାହାଜ ଗୁଡ଼ିକର ଏହି ଅଭ୍ୟାସ କାର୍ଯ୍ୟକ୍ରମକୁ ସମୀକ୍ଷା କରିଛନ୍ତି ଭାଇସ୍ ଆଜମିରାଲ୍ ସଂଜୟ ଜେ. ସିଂହ । ଅଭ୍ୟାସ ବେଳେ ଭାଇସ୍ ଆଜମିରାଲ୍ ସଂଜୟ ଜେ. ସିଂହ ସବ୍-ମରିଇନର ସବୁଠୁ ନିମ୍ନ ସ୍ତରକୁ ଯାଇଥିଲେ ଏବଂ ସବ୍-ମରିଇନ୍ ଚାଳକମାନଙ୍କ ପରମ୍ପରା ଅନୁଯାୟୀ, ସମୁଦ୍ର ପାଣିର ସ୍ବାଦ ମଧ୍ୟ ଚାଖିଛନ୍ତି । 

ଅଦନ ଉପସାଗର, ଆବର ସାଗର ଏବଂ ଲାଲ ସାଗରରେ ଡ୍ରୋନ୍ ମାଡ଼, ମିସାଇଲ୍ ଆକ୍ରମଣ ଓ ସମୁଦ୍ର ଲୁଟେରାଙ୍କ ବିରୋଧରେ ନୌସେନାର ଅଭିଯାନ ଶହେ ଦିନ ପୂରା ହେବା ପରେ ନୌସେନା ପ୍ରମୁଖ ଆଡମିରଲ ହାରି କୁମାର ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧତ କରିଥିଲେ । ସେ କହିଥିଲେ ମହାସାଗରରେ ଏଭଳି ଘଟଣାକୁ ରୋକିବା ପାଇଁ ସବୁବେଳେ ଭାରତୀୟ ସେନା ତତ୍ପର ଏବଂ ଏହି କାର୍ଯ୍ୟ ଆଗକୁ ମଧ୍ୟ ଜାରି ରହିବ । ଏହି ଅଭ୍ୟାସ ମାଧ୍ୟମରେ ଭାରତୀୟ ନୌସେନା ଜଳଦସ୍ୟୁଙ୍କୁ ସତର୍କ କରିବାକୁ ଚେଷ୍ଟା କରିଛି ବୋଲି  ନୌସେନା ପ୍ରମୁଖ କହିଛନ୍ତି ।