ଆରମ୍ଭ ହେଲା ଯୁକ୍ତ ଦୁଇ ନାମଲେଖା ଆବେଦନ ପ୍ରକ୍ରିୟା

ଭୁବନେଶ଼୍ବର, ୭ା୬: ଯୁକ୍ତ ଦୁଇରେ ନାମଲେଖା ପାଇଁ ଅନ୍‌ଲାଇନ୍‌ ଆବେଦନ ଆଜିଠାରୁ ଆରମ୍ଭ ହୋଇଛି। ଦଶମ ଶ୍ରେଣୀରେ ଉତ୍ତିର୍ଣ୍ଣ ଛାତ୍ରୀଛାତ୍ର କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ଓ ଉପଶାସ୍ତ୍ର ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ କରିବେ। ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡର ପୋର୍ଟାଲ www.samsodisha.gov.in କୁ ଯାଇ ଛାତ୍ରୀଛାତ୍ର ଫର୍ମ ଆବେଦନ କରିପାରିବେ। ରାଜ୍ୟର ମୋଟ ୨ହଜାର ୨୨୧ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିବା ପାଇଁ ଏହି ଆବେଦନ କରାଯିବ। ଏହି କଲେଜ ଗୁଡ଼ିକରେ ମୋଟ […] The post ଆରମ୍ଭ ହେଲା ଯୁକ୍ତ ଦୁଇ ନାମଲେଖା ଆବେଦନ ପ୍ରକ୍ରିୟା appeared first on Dharitri Odia News.

ଆରମ୍ଭ ହେଲା ଯୁକ୍ତ ଦୁଇ ନାମଲେଖା ଆବେଦନ ପ୍ରକ୍ରିୟା

ଭୁବନେଶ଼୍ବର, ୭ା୬: ଯୁକ୍ତ ଦୁଇରେ ନାମଲେଖା ପାଇଁ ଅନ୍‌ଲାଇନ୍‌ ଆବେଦନ ଆଜିଠାରୁ ଆରମ୍ଭ ହୋଇଛି। ଦଶମ ଶ୍ରେଣୀରେ ଉତ୍ତିର୍ଣ୍ଣ ଛାତ୍ରୀଛାତ୍ର କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ଓ ଉପଶାସ୍ତ୍ର ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ କରିବେ। ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡର ପୋର୍ଟାଲ www.samsodisha.gov.in କୁ ଯାଇ ଛାତ୍ରୀଛାତ୍ର ଫର୍ମ ଆବେଦନ କରିପାରିବେ।

ରାଜ୍ୟର ମୋଟ ୨ହଜାର ୨୨୧ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିବା ପାଇଁ ଏହି ଆବେଦନ କରାଯିବ। ଏହି କଲେଜ ଗୁଡ଼ିକରେ ମୋଟ କଳାରେ ୨ଲକ୍ଷ ୯୪ହଜାର ୮୪୦, ବାଣିଜ୍ୟରେ ୪୦ହଜାର ୧୦୪, ବିଜ୍ଞାନରେ ଲକ୍ଷେ ୬୬ ହଜାର ୯୨୯ ଓ ଧନ୍ଦାମୂଳକ ଶିକ୍ଷାରେ ୧୦ହଜାର ୫୦୪ ସିଟ୍‌ ରହିଛି। ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ଫର୍ମ ଆବେଦନ କରି ପାରିବେ। ଜୁଲାଇ ୧୮ରେପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଏଥିରେ ଯୋଗ୍ୟ ବିବେଚିତ ଛାତ୍ରୀଛାତ୍ର ଜୁଲାଇ ୧୯ରୁ ୨୩ ତାରିଖ ଭିତରେ ନାମ ଲେଖାଇବେ।

 

The post ଆରମ୍ଭ ହେଲା ଯୁକ୍ତ ଦୁଇ ନାମଲେଖା ଆବେଦନ ପ୍ରକ୍ରିୟା appeared first on Dharitri Odia News.