ଆରମ୍ଭ ହେଲା ରତ୍ନଭଣ୍ଡାର ମରାମତି; ଭିତରେ କାମ, ବାହାର କାଠ ନିକଟରେ ଦର୍ଶନ
କନକ ବ୍ୟୁରୋ : ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆରମ୍ଭ ହୋଇଛି ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ଛତିଶା ନିଯୋଗ ବୈଠକରେ ପ୍ରସ୍ତୁତ ନୀତିନିର୍ଘଣ୍ଟ ଓ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ, ଦ୍ୱିତୀୟ ଭୋଗମଣ୍ଡପ ପରେ ଆରମ୍ଭ ହୋଇଛି ଭିତର ଭଣ୍ଡାର ମରାମତି କାର୍ଯ୍ୟ । ପ୍ରଥମ ଦିନରେ ଭାରା ବନ୍ଧା କାର୍ୟ୍ୟ ଆରମ୍ଭ ହୋଇଛି । ଏଏସଆଇ ତରଫରୁ ମରାମତି କାର୍ଯ୍ୟ ହାତକୁ ନିଆଯାଇଥିବା ବେଳେ ଦୈନିକ ୫ଘଣ୍ଟା ମରାମତି କରିବାକୁ ଲକ୍ଷ୍ୟ ରଖାଯାଇଛି । ଦୀର୍ଘଦିନର ଦ୍ୱନ୍ଦ୍ୱ, ଆନ୍ଦୋଳନ ଓ ଦାବି ପରେ ଆରମ୍ଭ ହୋଇଛି ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ଭିତର ରତ୍ନଭଣ୍ଡାର ଚାବି ନେଇ ଯିବା ପରେ ଏଏସଆଇ ଶ୍ରମିକଙ୍କ ଦ୍ୱାରା ଭାରା ବନ୍ଧା କାର୍ଯ୍ୟ ଆରମ୍ଭ ହୋଇଛି । ଦୁଇ ତିନିଦିନ ଭିତରେ ଭାରାବନ୍ଧା କାମ ସରିବା ପରେ ଡିପ୍ଲାଷ୍ଟରିଂ ବା ଚୁନ ଛଡ଼ା କାମ ଆରମ୍ଭ ହେବ । ଛାତ ଓ କାନ୍ଥର ପଥର ଯୋଡ଼େଇ (ଗ୍ରାଉଟିଂ), ପଥର ପରିବର୍ତ୍ତନ ଓ ବିମ ପରିବର୍ତ୍ତନ ଆଦି କାମ ହେବ । ରତ୍ନଭଣ୍ଡାର ଭିତର ପାର୍ଶ୍ୱ ମରାମତି କାମ ଶେଷ ପରେ ରତ୍ନଭଣ୍ଡାର ଚଟାଣରେ ଗ୍ରାନାଇଟ୍ ପଥର ବିଛାଯିବ । ପରେ ବାହାର ପାର୍ଶ୍ୱ ମରାମତି କାମ ଆରମ୍ଭ ହେବ । ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ, ଏଏସଆଇ ସମସ୍ତ ମରାମତି କାମ ସଂପୂର୍ଣ୍ଣ କରିବ। ପୂର୍ବରୁ ଜିପିଏସ ସର୍ଭେରେ କେଉଁ ଜାଗାରେ କେତେ ପରିମାଣର ଫାଟ ଓ ତ୍ରୁଟି ରହିଛ

କନକ ବ୍ୟୁରୋ : ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆରମ୍ଭ ହୋଇଛି ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ଛତିଶା ନିଯୋଗ ବୈଠକରେ ପ୍ରସ୍ତୁତ ନୀତିନିର୍ଘଣ୍ଟ ଓ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ, ଦ୍ୱିତୀୟ ଭୋଗମଣ୍ଡପ ପରେ ଆରମ୍ଭ ହୋଇଛି ଭିତର ଭଣ୍ଡାର ମରାମତି କାର୍ଯ୍ୟ । ପ୍ରଥମ ଦିନରେ ଭାରା ବନ୍ଧା କାର୍ୟ୍ୟ ଆରମ୍ଭ ହୋଇଛି । ଏଏସଆଇ ତରଫରୁ ମରାମତି କାର୍ଯ୍ୟ ହାତକୁ ନିଆଯାଇଥିବା ବେଳେ ଦୈନିକ ୫ଘଣ୍ଟା ମରାମତି କରିବାକୁ ଲକ୍ଷ୍ୟ ରଖାଯାଇଛି ।
ଦୀର୍ଘଦିନର ଦ୍ୱନ୍ଦ୍ୱ, ଆନ୍ଦୋଳନ ଓ ଦାବି ପରେ ଆରମ୍ଭ ହୋଇଛି ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ଭିତର ରତ୍ନଭଣ୍ଡାର ଚାବି ନେଇ ଯିବା ପରେ ଏଏସଆଇ ଶ୍ରମିକଙ୍କ ଦ୍ୱାରା ଭାରା ବନ୍ଧା କାର୍ଯ୍ୟ ଆରମ୍ଭ ହୋଇଛି । ଦୁଇ ତିନିଦିନ ଭିତରେ ଭାରାବନ୍ଧା କାମ ସରିବା ପରେ ଡିପ୍ଲାଷ୍ଟରିଂ ବା ଚୁନ ଛଡ଼ା କାମ ଆରମ୍ଭ ହେବ । ଛାତ ଓ କାନ୍ଥର ପଥର ଯୋଡ଼େଇ (ଗ୍ରାଉଟିଂ), ପଥର ପରିବର୍ତ୍ତନ ଓ ବିମ ପରିବର୍ତ୍ତନ ଆଦି କାମ ହେବ ।
ରତ୍ନଭଣ୍ଡାର ଭିତର ପାର୍ଶ୍ୱ ମରାମତି କାମ ଶେଷ ପରେ ରତ୍ନଭଣ୍ଡାର ଚଟାଣରେ ଗ୍ରାନାଇଟ୍ ପଥର ବିଛାଯିବ । ପରେ ବାହାର ପାର୍ଶ୍ୱ ମରାମତି କାମ ଆରମ୍ଭ ହେବ । ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ, ଏଏସଆଇ ସମସ୍ତ ମରାମତି କାମ ସଂପୂର୍ଣ୍ଣ କରିବ। ପୂର୍ବରୁ ଜିପିଏସ ସର୍ଭେରେ କେଉଁ ଜାଗାରେ କେତେ ପରିମାଣର ଫାଟ ଓ ତ୍ରୁଟି ରହିଛି, ତାହା ସ୍ପଷ୍ଟ ହୋଇସାରିଛି । ସେହି ଅନୁସାରେ ଆବଶ୍ୟକ ମରାମତି କରାଯିବ ବୋଲି କହିଛନ୍ତି ଏଏସଆଇ ଓଡ଼ିଶା ମୁଖ୍ୟ ।
ମରାମତି ବେଳେ ଏସଓପି ପାଳନ କରିବାକୁ ଏଏସଆଇ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରତ୍ନଭଣ୍ଡାର ସଂରକ୍ଷଣ କାମରେ ଏଏସଆଇର ସମସ୍ତ ଅଧିକାରୀ ଓ ଆବଶ୍ୟକ ସଂଖ୍ୟକ ଶ୍ରମିକ ସାମିଲ ହେବେ । କାମକୁ ଦିଲ୍ଲୀରୁ ଉଚ୍ଚ ଅଧିକାରୀ ନିରୀକ୍ଷଣ କରିବେ । ଶ୍ରୀମନ୍ଦିର କୋର କମିଟି ମଧ୍ୟ ବିଭିନ୍ନ ସମୟରେ କାର୍ୟ୍ୟକୁ ନିରୀକ୍ଷଣ କରିବ । ରତ୍ନଭଣ୍ଡାର ଖୋଲିବା ପରେ ରତ୍ନଭଣ୍ଡାରରୁ ସୁନା ଅଳଙ୍କାର ଅସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତରିତ ହୋଇଥିଲା । ଅନ୍ୟପଟେ ମରାମତି ସମୟରେ ଭକ୍ତମାନେ ବାହାରକାଠରୁ ମହାପ୍ରଭୁଙ୍କ ଦର୍ଶନ କରିଥିବା ବେଳେ ଶୃଙ୍ଖଳିତ ନୀତିକାନ୍ତି ଉପରେ ମଧ୍ୟ ଗୁରୁତ୍ୱ ଦେଇଛି ମନ୍ଦିର ପ୍ରଶାସନ ।
ଆସନ୍ତା ତିନିମାସ ଭିତରେ ଭିତର ରତ୍ନଭଣ୍ଡାର ମରାମତି ଶେଷ ହେବା ପରେ ରତ୍ନ ଅଳଙ୍କାରର ହେବ ଗଣତିମଣତି । ତେବେ ମରାମତି କାର୍ଯ୍ୟ କେବେ ସରୁଛି, ତା ଉପରେ ରହିଛି ସମସ୍ତଙ୍କ ନଜର ।