ଆରସିବି ବିଜୟ ଉତ୍ସବରେ ଦଳାଚକଟା ଘଟଣା : ଆଜି ମାମଲାର ଶୁଣାଣି

ନନ୍ଦିଘୋଷ ବ୍ୟୁରୋ: ଆରସିବି ବିଜୟ ଉତ୍ସବରେ ଦଳାଚକଟା ଘଟଣା। ଆଜି ମାମଲାର ଶୁଣାଣି କରିବେ କର୍ଣ୍ଣାଟକ ହାଇକୋର୍ଟ। ଗତ ଜୁନ... The post ଆରସିବି ବିଜୟ ଉତ୍ସବରେ ଦଳାଚକଟା ଘଟଣା : ଆଜି ମାମଲାର ଶୁଣାଣି appeared first on .

ଆରସିବି ବିଜୟ ଉତ୍ସବରେ ଦଳାଚକଟା ଘଟଣା : ଆଜି ମାମଲାର ଶୁଣାଣି

ନନ୍ଦିଘୋଷ ବ୍ୟୁରୋ: ଆରସିବି ବିଜୟ ଉତ୍ସବରେ ଦଳାଚକଟା ଘଟଣା। ଆଜି ମାମଲାର ଶୁଣାଣି କରିବେ କର୍ଣ୍ଣାଟକ ହାଇକୋର୍ଟ। ଗତ ଜୁନ ୪ରେ ବେଙ୍ଗାଳୁରୁସ୍ଥିତ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଘଟିଥିବା ଦଳାଚକଟାରେ ପ୍ରାଣ ହରାଇଥିଲେ ୧୧ ଜଣ। ଆହତ ହୋଇଥିଲେ ୫୦ରୁ ଅଧିକ ଦର୍ଶକ। ମାମଲାର ଶୁଣାଣି ବେଳେ ନିଜ ଉତ୍ତର ଏକ ମୁଦା ଲଫାଫାରେ ଦାଖଲ କରିବା ଲାଗି ଆଡଭୋକେଟ ଜେନେରାଲ ଶଶୀକିରଣ ସେଟ୍ଟୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ପୂର୍ବରୁ ଆଡଭୋକେଟ ଜେନେରାଲ କହିଥିଲେ- ମାମଲାର ତଦନ୍ତ ଲାଗି ଗଠିତ ହୋଇଛି ଏକ ବିଚାର ବିଭାଗୀୟ କମିଶନ। ଏହି କମିଶନ ଏକ ମାସ ଭିତରେ ରିପୋର୍ଟ ଦେବ। ଏହି ବହୁଚର୍ଚ୍ଚିତ ଘଟଣାରେ ନିଜ ଆଡୁ ପିଟିସନ ଦାୟର କରି ତଦନ୍ତ କରୁଛନ୍ତି କାର୍ଯ୍ଯକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଭି. କାମେଶ୍ବର ରାଓ ଓ ଜଷ୍ଟିସ ସି.ଏମ. ଯୋଶୀ।  ସେପଟେ ଜଣେ କାଉନସେଲ ବି ଏହି ମାମଲାରେ ଏକ ଜନସ୍ବାର୍ଥ ମାମଲା ଦାୟର କରୁଥିବା ଚର୍ଚ୍ଚା ହେଉଛି। ଏହି ଘଟଣାରେ RCB ମାର୍କେଟିଂ ହେଡ୍ ନିଖିଲ ସୋସାଲେ ସମେତ ଅନ୍ୟ କର୍ମଚାରୀ ଗିରଫ ହୋଇଥିଲେ। ପରେ  କର୍ଣ୍ଣାଟକ ରାଜ୍ୟ କ୍ରିକେଟ ଆସୋସିଏସନର ସମ୍ପାଦକ ଏ. ଶଙ୍କର ଓ କୋଷାଧ୍ୟକ୍ଷ ଇଏସ ଜୟରାମ ଦେଇଥିଲେ ଇସ୍ତଫା। ଗତ ୭ ତାରିଖରେ  ବିଧିବଦ୍ଧ ଭାବେ ଘଟଣାର ତଦନ୍ତ ଦାୟିତ୍ବ ନେଇଥିଲା ସିଆଇଡି।

The post ଆରସିବି ବିଜୟ ଉତ୍ସବରେ ଦଳାଚକଟା ଘଟଣା : ଆଜି ମାମଲାର ଶୁଣାଣି appeared first on .